Indus Valley Times

ଅପେକ୍ଷାର ଅନ୍ତ: ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ହେଲେ ଶେହବାଜ୍ ଶରିଫ୍

 Breaking News

ଅପେକ୍ଷାର ଅନ୍ତ: ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ହେଲେ ଶେହବାଜ୍ ଶରିଫ୍

ଅପେକ୍ଷାର ଅନ୍ତ: ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ହେଲେ ଶେହବାଜ୍ ଶରିଫ୍
April 11
20:47 2022

ଇସଲାମାବାଦ,୧୧/୪: ଗତ କିଛି ମାସ ଧରି ପାକିସ୍ତାନରେ ଚାଲିଥିବା ରାଜନୈତିକ କନ୍ଦଳର ଆଜି ଅନ୍ତ ଘଟିଛି। ଶେହବାଜ ଶରିଫଙ୍କ ପ୍ରଧାନମନ୍ତ୍ରୀ କରିବାରେ ସଫଳ ହୋଇଛନ୍ତି। ମତଦାନ ପୂର୍ବରୁ ପ୍ରଧାନମନ୍ତ୍ରୀ ଦୌଡ଼ରୁ ପାକିସ୍ତାନର ପୂର୍ବତନ ବୈଦେଶିକ ମନ୍ତ୍ରୀ ଶାହ ମହମ୍ମଦ କୁରେଶୀ ଓହରିବା ପରେ ନିର୍ଦ୍ବନ୍ଦ୍ବରେ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଛନ୍ତି ପିଏମଏଲ-ଏନ ନେତା ଶେହବାଜ୍ ଶରିଫ୍।
କାଲି ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଥିଲେ କୁରେଶୀ। ହେଲେ ଏବେ ମତଦାନର ଅବ୍ୟବହିତ ପୂର୍ବରୁ ସେ ନିଜ ପ୍ରାର୍ଥୀତ୍ବ ଫେରାଇ ନେଇଥିଲେ। କୁରେଶୀ ଦୌଡ଼ରୁ ଓହରିବା ପରେ ପିଏମଏଲ-ଏନ ନେତା ଶେହବାଜ ଶରିଫ ପ୍ରଧାନମନ୍ତ୍ରୀ ହୋଇଛନ୍ତି। ଆଜି ରାତି ୮ଟା ୩୦ରେ ସେ ପ୍ରଧାନମନ୍ତ୍ରୀଭାବେ ଶପଥ ଗ୍ରହଣ କରିବେ।
ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହେବା ପରେ ଶେହବାଜ୍ କହିଛନ୍ତି ଯେ, ଆଜି ପାକିସ୍ତାନକୁ ଭଗବାନ ବଞ୍ଚାଇଦେଇଛନ୍ତି ଏବଂ ଦେଶର ୨୨ କୋଟି ଲୋକଙ୍କୁ ଉଦ୍ଧାର କରିଛନ୍ତି। ପ୍ରଥମ ଥର ପାଇଁ ପାକିସ୍ତାନ ସଂସଦରେ ଅନାସ୍ଥା ଭୋଟ୍ ସଫଳତାର ସହିତ ପାରିତ ହୋଇଛି। ଆଗକୁ ଦେଶବାସୀ ଏହି ଦିନକୁ ଖୁସିର ସହ ପାଳନ କରିବେ ନିଶ୍ଚୟ।
ଏହା ପୂର୍ବରୁ ବିରୋଧୀ ଦଳଙ୍କ ସହ ବସିବାକୁ ମନା କରିଦେଇଥିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍। କୌଣସି ପରିସ୍ଥିତିରେ ଆମେ ଏହି ସଂସଦରେ ବସିବୁ ନାହିଁ। ମୁଁ ଏହି ଚୋରମାନଙ୍କ ସହିତ ସଂସଦରେ ବସି ଭୋଟ ଦେବି ନାହିଁ ବୋଲି ମନ୍ତବ୍ୟ ଦେଇଥିଲେ ପୂର୍ବ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍। ସେ ଆହୁରି କହିଥିଲେ ଯେ ଯେଉଁ ବ୍ୟକ୍ତିଙ୍କ ଉପରେ ୧୬ ବିଲିୟନ ଏବଂ ୮ ବିଲିୟନ ଟଙ୍କାର ଦୁର୍ନୀତି ମାମଲା ରହିଛି ସେ ଯଦି ପ୍ରଧାନମନ୍ତ୍ରୀ ହୁଅନ୍ତି ତେବେ ଏହା ଦେଶ ପାଇଁ ଲଜ୍ଜାଜନକ ବିଷୟ। ଏଥିପାଇଁ ତେହେରିକ୍-ଇ-ଇନସାଫ(ପିଟିଆଇ)ର ସମସ୍ତ ସଦସ୍ୟ ଇସ୍ତଫା ଦେବା ସହ ଏହି ନିର୍ବାଚନକୁ ବର୍ଜନ କରୁଛୁ।
ଉଲ୍ଲେଖଯୋଗ୍ୟ, ଅନାସ୍ଥା ଭୋଟରେ ସରକାର ପରାଜିତ ହେବା ପରେ ଇମ୍ରାନଙ୍କର ପ୍ରାୟ ସାଢ଼େ ୩ ବର୍ଷ ଶାସନର ଅନ୍ତ ଘଟିଥିଲା। ପାକିସ୍ତାନର ୭୫ ବର୍ଷ ଇତିହାସରେ ଇମ୍ରାନ ହେଉଛନ୍ତି ପ୍ରଥମ ପ୍ରଧାନମନ୍ତ୍ରୀ ଯେ କି ଅନାସ୍ଥା ଭୋଟରେ ହାରି ପଦଚ୍ୟୁତ ହୋଇଛନ୍ତି। ନିର୍ବାଚନ ସମୟରେ ଦେଶବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ ଏବଂ ଅର୍ଥନୀତି ପରିଚାଳନାରେ ବିଫଳ ଅଭିଯୋଗ ତାଙ୍କ ବିରୋଧରେ ସହଯୋଗୀ ଦଳଗୁଡ଼ିକ ପ୍ରଥମେ ଆଣିଥିଲେ। ୩୪୨ ସଦସ୍ୟ ବିଶିଷ୍ଟ ନ୍ୟାସନାଲ ଆସେମ୍ବ୍ଲିରେ ୧୭୪ ଜଣ ଅନାସ୍ଥା ସପକ୍ଷରେ ଭୋଟ ଦେଇଥିଲେ। ତେବେ ଇମ୍ରାନଙ୍କ ପାକିସ୍ତାନ ତେହେରିକ୍-ଇ-ଇନସାଫ (ପିଟିଆଇ) ଦଳ ଭୋଟିଂ ବେଳେ ସଂସଦରେ ଅନୁପସ୍ଥିତ ଥିଲେ। ୨୨ କୋଟି ଜନସଂଖ୍ୟା ବିଶିଷ୍ଟ ପରମାଣୁ ଶକ୍ତି ସମ୍ପନ୍ନ ରାଷ୍ଟ୍ର ପାକିସ୍ତାନରେ ଆଜି ପର‌୍ୟ୍ୟନ୍ତ କୌଣସି ପ୍ରଧାନମନ୍ତ୍ରୀ ପୂର୍ଣ୍ଣ କାର‌୍ୟ୍ୟକାଳ କ୍ଷମତାରେ ରହିପାରି ନାହାନ୍ତି। ସେହିଭଳି ୭୫ ବର୍ଷରୁ ପାଖାପାଖି ଅଧା ସମୟ ଏଠାରେ ସେନା କ୍ଷମତାରେ ରହିଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031