Indus Valley Times

ଅବକାରୀ କର୍ମଚାରୀଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ ଗାଁ ଲୋକେ, ଦୁଇ ଗୁରୁତର

 Breaking News

ଅବକାରୀ କର୍ମଚାରୀଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ ଗାଁ ଲୋକେ, ଦୁଇ ଗୁରୁତର

ଅବକାରୀ କର୍ମଚାରୀଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ ଗାଁ ଲୋକେ, ଦୁଇ ଗୁରୁତର
January 09
10:58 2025

କଳାହାଣ୍ଡି, ୯/୧: ବେଆଇନ ମଦ ଭାଟି ଉପରେ ଚଢ଼ାଉ କରିବାକୁ ଯାଇ ଗ୍ରାମବାସୀଙ୍କ ଆକ୍ରୋଶର ଶୀକାର ହୋଇଛି ଅବକାରୀ ବିଭାଗ ଟିମ୍ । ଅବକାରୀ ପୋଲିସକୁ ଗାଁ ଲୋକେ ଗୋଡ଼ାଇ ଗୋଡ଼ାଇ ପିଟିଛନ୍ତି ।
ଏଭଳି ଅଭିଯୋଗ ଆସିଛି କଳହାଣ୍ଡି ଜିଲ୍ଲା ସଦର ଥାନା ଅନ୍ତର୍ଗତ କନର୍ଲା ଗାଁରେ । ଏହି ଆକ୍ରମଣରେ ଦୁଇ ଜଣ ଅବକାରୀ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି ।
ମିଳିଥିବା ପ୍ରାଥମିକ ସୂଚନା ମୁତାବକ, ସଦର ଥାନା କନର୍ଲା ଗାଁରେ ବେଆଇନ ମଦ କାରବାର ହେଉଥିବା ନେଇ ଅବକାରୀ ବିଭାଗକୁ ଗୁପ୍ତ ସୂଚନା ମିଳିଥିଲା । ସେଥିପାଇଁ ଅବକାରୀ ବିଭାଗର ସ୍ୱତନ୍ତ୍ର ଟିମ୍ କନର୍ଲା ଗାଁରେ ଚଢାଉ କରିଥିଲା। ପୋଲିସ ଟିମ୍ ପହଁଚିବା କ୍ଷଣି ଗାଁ ଲୋକ ଏକାଠି ହୋଇ ଆକ୍ରମଣ କରିଥିଲେ ।
ଏମିତିକି ଅବକାରୀ ଗାଡ଼ିକୁ ଭଙ୍ଗାରୁଜା କରିଥିଲେ । ତେବେ ଗ୍ରାମବାସୀଙ୍କ ଆକ୍ରମଣରେ ୨ ଜଣ କର୍ମଚାରୀ ଗୁରୁତର ହୋଇଛନ୍ତି । ସେମାନଙ୍କୁ ଭବାନୀପାଟଣା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏ ନେଇ ଅବକାରୀ ବିଭାଗ ପକ୍ଷରୁ ସଦର ଥାନାରେ ବିଭାଗ ପକ୍ଷରୁ କରାଯାଇଛି । ପୋଲିସ ତଦନ୍ତ ଆରମ୍ଭ କରିଛି ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031