Indus Valley Times

ଅବପାତର ରୂପ ନେଲା ଲଘୁଚାପ, ଆସନ୍ତାକାଲିଠାରୁ ସାରା ରାଜ୍ୟରେ ବର୍ଷା ଆରମ୍ଭ

 Breaking News

ଅବପାତର ରୂପ ନେଲା ଲଘୁଚାପ, ଆସନ୍ତାକାଲିଠାରୁ ସାରା ରାଜ୍ୟରେ ବର୍ଷା ଆରମ୍ଭ

ଅବପାତର ରୂପ ନେଲା ଲଘୁଚାପ, ଆସନ୍ତାକାଲିଠାରୁ ସାରା ରାଜ୍ୟରେ ବର୍ଷା ଆରମ୍ଭ
October 11
13:46 2020

ଭୁବନେଶ୍ୱର,୧୧/୧୦: ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ଘନୀଭୂତ ଲଘୁଚାପ ରବିବାର ଦିନ ଅବପାତର ରୂପ ନେଇଛି। ଏହା ଅଧିକ ଘନୀଭୂତ ହୋଇ ଆସନ୍ତା ୨୪ ଘଣ୍ଟା ଭିତରେ ଗଭୀର ଅବପାତ ହେବାର ସମ୍ଭାବନା ରହିଛି। ଯାହାର ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ହୋଇପାରେ। ଏହା ଦକ୍ଷିଣ-ଦକ୍ଷିଣପୂର୍ବ ଦିଗରେ ବିଶାଖାପାଟଣାରୁ ୪୩୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି। ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ ଏଚ୍ ଆର୍ ବିଶ୍ବାସ କହିଛନ୍ତି । ଧୀରେଧୀରେ ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ୧୨ ତାରିଖ ସଂଧ୍ୟା ସୁଦ୍ଧା ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ସ୍ପର୍ଶ କରିବ। ଏହାର ପ୍ରଭାବରେ ରାଜ୍ୟରେ ୧୪ ତାରିଖ ପୂର୍ବାହ୍ନ ପର‌୍ୟ୍ୟନ୍ତ ବର୍ଷା ଲାଗି ରହିବ। ବିଶେଷ କରି ଉପକୂଳ ଜିଲ୍ଲାଗୁଡ଼ିକରେ ଅଧିକ ବର୍ଷା ହେବ। ଏହି ସମୟରେ ଓଡ଼ିଶା ଉପକୂଳରେ ଘଣ୍ଟା ପ୍ରତି ୪୫ରୁ ୫୫ କିମି ବେଗରେ ପବନ ବହିବା ସହ ମଝିରେ ମଝିରେ ୬୫ କିମି ବେଗରେ ପବନର ଝଟ୍କା ଅନୁଭୂତ ହେବ। ଏଣୁ ମତ୍ସ୍ୟଜୀବୀମାନଙ୍କୁ ୧୧ରୁ ୧୩ ତାରିଖ ପର‌୍ୟ୍ୟନ୍ତ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି।
ଶ୍ରୀ ବିଶ୍ବାସ କହିଛନ୍ତି ଆସନ୍ତାକାଲିଠାରୁ ସାରା ରାଜ୍ୟରେ ବର୍ଷା ଆରମ୍ଭ ହୋଇଯିବ। କାଲି ବିଶେଷ କରି ପୁରୀ, ଗଜପତି, ଗଞ୍ଜାମ, ରାୟଗଡ଼ା, ଜଗତସିଂହପୁର, ମାଲକାନଗିରି ଓ କୋରାପୁଟରେ ପ୍ରବଳ ବର୍ଷା ହେବ। ୧୨ ତାରିଖ ଦିନ ବର୍ଷାର ପରିମାଣ ବଢ଼ିବ। ଗଜପତି, ଗଞ୍ଜାମ, ପୁରୀ, ରାୟଗଡ଼ା ଓ କୋରାପୁଟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ଥିବାରୁ କେନ୍ଦ୍ର ପକ୍ଷରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ଏଥିସହ ମାଲକାନଗିରି, କନ୍ଧମାଳ, ନୟାଗଡ଼, ଖୋର୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଭଦ୍ରକରେ ପ୍ରବଳ ବର୍ଷା ହେବ। ସେହିପରି ୧୩ ତାରିଖ ଦିନ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ଗଜପତି ଓ ରାୟଗଡ଼ାରେ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

Tags
Share

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031