Indus Valley Times

ଅବସରପ୍ରାପ୍ତ ଆଇଏଏସ୍ ପ୍ରିୟବ୍ରତ ପଟ୍ଟନାୟକଙ୍କ ଦେହାନ୍ତ

 Breaking News

ଅବସରପ୍ରାପ୍ତ ଆଇଏଏସ୍ ପ୍ରିୟବ୍ରତ ପଟ୍ଟନାୟକଙ୍କ ଦେହାନ୍ତ

ଅବସରପ୍ରାପ୍ତ ଆଇଏଏସ୍ ପ୍ରିୟବ୍ରତ  ପଟ୍ଟନାୟକଙ୍କ ଦେହାନ୍ତ
July 21
12:10 2020

ଭୁବନେଶ୍ବର,୨୧/୭: ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ପ୍ରିୟବ୍ରତ ପଟ୍ଟନାୟକଙ୍କ ପରଲୋକ ହୋଇଥିବା ଜଣାଯାଇଛି। ମୁମ୍ବାଇରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରିୟବ୍ରତଙ୍କ ପରଲୋକ ହୋଇଥିବା ନେଇ ତାଙ୍କର ସଂପର୍କୀୟ ଭାଇ ସିଦ୍ଧାର୍ଥ ମହାନ୍ତି ସୂଚନା ଦେଇଛନ୍ତି। ଆଜି ସକାଳ ସାଢେ ୭ଟା ସମୟରେ ସେ ଇହଲୀଳା ସମ୍ବରଣ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା। ସେ କର୍କଟ ରୋଗରେ ପୀଡ଼ିତ ହୋଇ ମୁମ୍ବାଇରେ ଚିକିତ୍ସିତ ହେଉଥିଲେ।
୧୯୭୬ ମସିହା ବ୍ୟାଚର ଆଇଏଏସ୍ ପ୍ରିୟବ୍ରତ ପଟ୍ଟନାୟକ ଢେଙ୍କାନାଳ ଜିଲ୍ଲାପାଳ ଭାବେ କାର‌୍ୟ୍ୟ କରି ପ୍ରଥମେ ଚର୍ଚ୍ଚାକୁ ଆସିଥିଲେ। ଏହାପରେ ସେ ରାଜ୍ୟ ସରକାରଙ୍କ ବିଭିନ୍ନ ପଦପଦବୀରେ ରହି ଦାୟିତ୍ବ ନିର୍ବାହ କରିଥିଲେ। ସେ ଓଡ଼ିଶା ଜୁଡୋ ଆସୋସିଏସନର ମଧ୍ୟ ଅଧ୍ୟକ୍ଷ ଥିଲେ। ଜଣେ ଦକ୍ଷ ପ୍ରଶାସକ, ସଂସ୍କୃତିପ୍ରେମୀ ଓ କ୍ରୀଡ଼ାପ୍ରେମୀ ଭାବେ ତାଙ୍କର ଯଥେଷ୍ଟ ସୁନାମ ରହିଛି।
ତା’ଛଡ଼ା ପ୍ରିୟବ୍ରତ ପଟ୍ଟନାୟକଙ୍କ କାହାଣୀକୁ ନେଇ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍ ବ୍ୟାନରରେ ପ୍ରଖ୍ୟାତ ନିର୍ମାତା ଅମୀୟ ପଟ୍ଟନାୟକ ଓ ଲୋକପ୍ରିୟ ନିର୍ଦେଶକ ରାଜୁ ମିଶ୍ର ‘ଚକା ଆଖି ସବୁ ଦେଖୁଛି’ ଭଳି ସୁପରହିଟ୍ ଫିଲ୍ମ ନିର୍ମାଣ କରିଥିଲେ। ଏଥିପାଇଁ ସେ ସମୟରେ ପ୍ରିୟବ୍ରତ ପଟ୍ଟନାୟକ ଖୁବ୍ ଚର୍ଚ୍ଚିତ ହୋଇଥିଲେ। ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି।

-Sambad

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031