Indus Valley Times

ଅବସରପ୍ରାପ୍ତ ଶିକ୍ଷକଙ୍କ ପରଲୋକ : ସମଗ୍ର ଅଞ୍ଚଳରେ ଶୋକର ଛାୟା

 Breaking News

ଅବସରପ୍ରାପ୍ତ ଶିକ୍ଷକଙ୍କ ପରଲୋକ : ସମଗ୍ର ଅଞ୍ଚଳରେ ଶୋକର ଛାୟା

ଅବସରପ୍ରାପ୍ତ ଶିକ୍ଷକଙ୍କ ପରଲୋକ : ସମଗ୍ର ଅଞ୍ଚଳରେ ଶୋକର ଛାୟା
October 30
10:56 2023

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡ଼ା,୩୦/୧୦: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ବ୍ଲକର ପଠାଣ ସାହି ରେ ରହୁଥିବା ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ସାମନ୍ତରାୟ ( କାହ୍ନୁ)(୬୪)ଙ୍କ ପରଲୋକ ହୋଇଛି ।
ଏହି ଖବରପାଇ ଟିକାବାଲି ସମେତ ସମଗ୍ର ଜିଲ୍ଲାରେ ଶୋକର ଛାୟା ଖେଳି ଯାଇଥିଲା।
ସ୍ବର୍ଗତ ସାମନ୍ତରାୟ କଛିଦିନ ହେଲା ନିମୋନିଆ ରୋଗରେ ଆକ୍ରାନ୍ତ ହୋଇ ବ୍ରହ୍ମପୁର ମେଡିକାଲରେ ଚିକିତ୍ସା ହେବା ପରେ ଉତ୍ତମ ଚିକିତ୍ସା ପାଇଁ କଟକ ବଡ ମେଡିକାଲରେ ଚିକିତ୍ସାଧିନରେ ମଧ୍ୟାହ୍ନ ୧୨ଟା ସମୟ ରେ ତାଙ୍କର ପରଲୋକ ଘଟିଥିବା ଜଣାପଡ଼ିଛି ।
ସ୍ବର୍ଗତ ସାମନ୍ତରାୟ ଏହି ବ୍ଲକର ଜଣେ ଆଦର୍ଶ ଶିକ୍ଷକ ଭାବେ ବେଶ ପରିଚିତ ଥିଲେ କ୍ଷ ସେ ଆଖପାଖ ବିଭିନ୍ନ ସ୍କୁଲରେ ଶିକ୍ଷାଦାନ ପ୍ରଦାନ କଲାପରେ ୨୦୦୦ ମସିହାରେ ଅବସର ପ୍ରାପ୍ତ ନେଇଥିଲେ ।
ସେ ଶିକ୍ଷକତା କରିବା ସହ ଟିକାବାଲି ସମେତ ସମଗ୍ର ଜିଲ୍ଲାରେ କଳା ସଂସ୍କୃତି ଭଳି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ, ହାରମୋନିୟମ ଏବଂ ଗୀତରେ ବେଶ ସୁନାମ ଅର୍ଜନ କରିଥିଲେ।
ଟିକାବାଲିର ବାଣିଶ୍ରୀ କଳାନିକେତନ ର କଳାକାର ଭାବରେ ଆଗଧାଡି

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031