Indus Valley Times

ଅବସରପ୍ରାପ୍ତ ସେନାକୁ ମୁରଶୁଣ୍ଡ ଗାଁରେ ସ୍ଵାଗତ ସମ୍ବର୍ଦ୍ଧନା

 Breaking News

ଅବସରପ୍ରାପ୍ତ ସେନାକୁ ମୁରଶୁଣ୍ଡ ଗାଁରେ ସ୍ଵାଗତ ସମ୍ବର୍ଦ୍ଧନା

October 06
19:52 2024

ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟ
ବଲାଙ୍ଗୀର, ୬/୧୦: ଆଗଲପୁର ବ୍ଲକ ମୁରଶୁଣ୍ଡ ଗାଁର ସୁପୁତ୍ର ବନମାଳୀ ପ୍ରଧାନ ଦେଶ ସେବା ସାରି ଚାକିରୀରୁ ଅବସର ନେଇ ଗାଁକୁ ଫେରିଛନ୍ତି।ଗାଁ ମାଟିରେ ପାଦଦେବା ପରେ ଗ୍ରାମବାସୀ ଙ୍କ ତରଫରୁ ଭବ୍ୟ ସମର୍ଦ୍ଧନା ଜ୍ଞପନ କରାଯାଇଥିଲା।
ଏହାଦେଖି ତାଙ୍କ ଆଖିରୁ ଲୁହ ଝରି ଯାଇଥିଲା।ବନମାଳୀ ଛୋଟବେଳେ ବହୁ କଷ୍ଟ ସହି ସେ ପଞ୍ଚମ ଶ୍ରେଣୀ ପଢୁ ଥିବା ସମୟରେ ବାପା ହରିଶ୍ଚନ୍ଦ୍ର ପଧାନ ଓ ମାଆ କିଶୋରୀ ପଧାନ ଙ୍କ ମୃତ୍ୟୁ ହୋଇଯାଇଥିଲା।ବଡ ଭାଇ କୁଞ୍ଜ ଜନ୍ମରୁ ଅନ୍ଧ(ଏବେ ଆରପାରିରେ )।
ପରିବାର ର ବୋଝ ତାଙ୍କ ଉପରେ ପଡିଥିଲା।ଅଳ୍ପ ବୟସରୁ ବହୁ ସଂଘର୍ଷ କରି ଦାରିଦ୍ର ସୀମାରେଖା ତଳେ ରହି ପାଠ ପଢ଼ିଥିଲେ।ତାଙ୍କ କହିବାନୁସାରେ ସେ ଜଣେ ମେଧାବୀ ଛାତ୍ର ଥିଲେ।ଲୋଇସିଂହା କଲେଜ ରୁ +୨ ପାସ କରିଥିଲେ ।୨୦୦୦ ମସିହା ରେ ଭାରତୀୟ ସେନା ବାହିନୀରେ ଯୋଗଦେଇ ଦେଶ ର ସେବା କରିବାର ସୁଯୋଗ ପାଇଥିଲେ।ଦୀର୍ଘ ୨୪ ବର୍ଷ ପରେ ସେପ୍ଟେମ୍ବର ୩୦ ତାରିଖ ଦିନ ଚାକିରୀ ରୁ ଅବସର ନେଇ ଗାଁକୁ ଫେରିଛନ୍ତି।
ଗାଁ ମାଟିରେ ପାଦ ପଡିବା ମାତ୍ରେ ଗାଁର ଛୁଆଠୁ ବୁଢ଼ା ପର୍ଯ୍ୟନ୍ତ ତାଙ୍କୁ ପାଛୋଟି ନେଇ ଗାଁର ଇଷ୍ଟ ଦେବତା ନୃସିଂହ ବାବାଙ୍କ ପାଖରେ ପୂଜାର୍ଚନା କରି ଏକ ବିଶାଳ ଶୋଭାଯାତ୍ରା ରେ ଗାଁ ପରିକ୍ରମା କରିଥିଲେ।
ଅଂଚଳ ର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କୁ ପୁଷ୍ପ ମାଲ୍ୟ ଦେଇ ସ୍ୱାଗତ ସମର୍ଦ୍ଧନା ଜଣେଇଥିଲେ।
ଗୁରୁଜନ ମାନଙ୍କ ଆଶୀର୍ବାଦ ନେଇ ଶ୍ରୀ ପଧାନ ଦେଶ ସୁରକ୍ଷା ପାଇଁ ତାଙ୍କର ଅତିବାହିତ ସମୟ କୁ ପରିପ୍ରକାଶ କରିଥିଲେ ଏବଂ ଭାରତ ମାତାର ସେବାରେ ଉତ୍ସର୍ଗ ରଖି ଯୁବ ପିଢିଙ୍କୁ ଦେଶ ସେବା କରିବା ପାଇଁ ଆହ୍ୱାନ ଦେଇଥିଲେ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031