Indus Valley Times

ଅବିଶ୍ୱସନୀୟ କିନ୍ତୁ ବାସ୍ତବ: ମାଛ କିଲୋ ୨୩ହଜାର ୬୩୬ଟଙ୍କା

 Breaking News

ଅବିଶ୍ୱସନୀୟ କିନ୍ତୁ ବାସ୍ତବ: ମାଛ କିଲୋ ୨୩ହଜାର ୬୩୬ଟଙ୍କା

June 28
20:30 2022

ବାଲେଶ୍ବର/ଭୋଗରାଇ,୨୭/୬: ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ୍ ଓଡ଼ିଶା ସୀମାନ୍ତ, ପଶ୍ଚିମବଙ୍ଗର ଦୀଘା ମୁହାଣ ମତ୍ସ୍ୟ ଅବତରଣ କେନ୍ଦ୍ରରେ ୧୩ ଲକ୍ଷ ଟଙ୍କାରେ ବିକ୍ରି ହୋଇଛି ୫୫ କିଲୋ ଓଜନର ଗୋଟିଏ ବିରଳ ତଥା ଶଙ୍କର ପ୍ରଜାତିର ତେଲିଆ ଶିଳା ମାଛ। ଜୁନ୍ ୧୫ରେ ମାଛଧରା ଉପରୁ କଟକଣା ହଟିବା ପରେ ମତ୍ସ୍ୟଜୀବୀମାନେ ଗଭୀର ସମୁଦ୍ରକୁ ମାଛ ଧରିବାକୁ ଯାଇଥିଲେ। ଏହି ତେଲିଆ ଶିଳାକୁ ଧରି ମିତ୍ସ୍ୟଜୀବୀମାନେ ସୋମବାର ଦୀଘା ମୁହାଣରେ ପହଞ୍ଚିବା ପରେ ମାଛଟିକୁ ପ୍ରଥମେ ମତ୍ସ୍ୟ ଅବତରଣ କେନ୍ଦ୍ରରେ ଥିବା କାର୍ତ୍ତିକ ବେହେରାଙ୍କ ମାଛ ଖଳାକୁ ନିଆଯାଇଥିଲା। ସେଠାରେ ମାଛଟିକୁ ଦେଖିବା ପାଇଁ ଶହଶହ ଲୋକଙ୍କ ଭିଡ଼ ଜମିଥିଲା। ପରେ ଦରଦାମ ଛିଣ୍ଡିବା ସହିତ ମାଛଟିକୁ କିଲୋ ପ୍ରତି ୨୬ ହଜାର ଟଙ୍କା ଦରରେ କୋଲକାତାର ଏସ୍ଏଫ୍ଟି ନାମକ ଏକ ଔଷଧ କମ୍ପାନି ୧୩ ଲକ୍ଷ ଟଙ୍କାରେ କିଣି ନେଇଥିଲା। ଏହି ତେଲିଆ ପ୍ରଜାତିର ମାଛ ଯଥାକ୍ରମେ ମାଈ, ଅଣ୍ଡିରା ଓ ଉଭୟ ଲିଙ୍ଗର ହୋଇଥିବା ଦେଖିବାକୁ ମିଳୁଥିବା ବେଳେ ଉଭୟ ଲିଙ୍ଗ ପ୍ରଜାତିର ତେଲିଆ ଶିଳା ମାଛର ଅଧିକ ଚାହିଦା ରହିଥାଏ ।

Tags
Share

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031