Indus Valley Times

ଅଭିନେତ୍ରୀ କଙ୍ଗନାଙ୍କୁ ଟକ୍କର୍ ଦେବେ ବିକ୍ରିମାଦିତ୍ୟ

 Breaking News

ଅଭିନେତ୍ରୀ କଙ୍ଗନାଙ୍କୁ ଟକ୍କର୍ ଦେବେ ବିକ୍ରିମାଦିତ୍ୟ

ଅଭିନେତ୍ରୀ କଙ୍ଗନାଙ୍କୁ ଟକ୍କର୍ ଦେବେ ବିକ୍ରିମାଦିତ୍ୟ
April 13
16:59 2024

ନୂଆଦିଲ୍ଲୀ,୧୩/୪: ଲୋକ ସଭା ନିର୍ବାଚନ ପାଇଁ ବାଜି ସାରିଛି ବିଗୁଲ। ୪୦୦ ପାର୍ର ନାରା ଦେଇ ଭାଜପା ଦେଶର କୋଣ ଅନୁକୋଣରେ ପ୍ରଚାର ଆରମ୍ଭ କରିଛି।
ତେବେ ବଲିଉଡର ବିବାଦୀୟ ଅଭିନେତ୍ରୀ କଙ୍ଗନା ରଣାଓ୍ବତଙ୍କୁ ମଣ୍ଡିରୁ ଭାଜପା ଟିକେଟ୍ ଦେଇଛି। ତେବେ ଟିକେଟ୍ ଦେବା ପରଠାରୁ ସେ ଚର୍ଚ୍ଚାରେ ରହି ଆସୁଥିଲେ। ଏବେ ତାଙ୍କ ବିରୋଧରେ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ।
କଂଗ୍ରେସ ନେତା ବିକ୍ରମାଦିତ୍ୟ ସିଂହ, କଙ୍ଗନାଙ୍କୁ ଟକ୍କର ଦେବାକୁ ଯାଉଛନ୍ତି। ଏନେଇ ହିମାଞ୍ଚଳ ପ୍ରଦେଶ କଂଗ୍ରେସ କମିଟିର ଅଧ୍ୟକ୍ଷ ପ୍ରତିଭା ସିଂହ ଘୋଷଣା କରିଛନ୍ତି।
ବର୍ତ୍ତମାନ ମଣ୍ଡିରୁ ଏମପି ଅଛନ୍ତି ପ୍ରତିଭା ସିଂହ। ଚଳିତ ନିର୍ବାଚନରେ ନିଜେ ନ ଲଢି ପ୍ରତିଭା ନିଜ ପୁଅଙ୍କୁ ଏହି ଆସନରୁ ପ୍ରାର୍ଥୀ ଘୋଷଣା କରିଛନ୍ତି। ପ୍ରତିଭା କହିଛନ୍ତି, ପୁଅ ଏହି ଆସନରୁ ଲଢିବା ନେଇ କଂଗ୍ରେସ ଶୀର୍ଷ ନେତୃତ୍ୱଙ୍କୁ ଜଣାଇଛି।
କହିରଖୁଛୁ କି, ବିକ୍ରମାଦତ୍ୟ ମଣ୍ଡିରୁ ଲଢିବା ନେଇ ତାଙ୍କ ମାଆ ଓ ହିମାଞ୍ଚଳ କଂଗ୍ରେସ କମିଟି ପକ୍ଷରୁ ଘୋଷଣା କରାଯାଇଛି। ଏନେଇ କଂଗ୍ରେସ ତରଫରୁ କୌଣସି ସରକାରୀ ସ୍ତରରେ ଘୋଷଣା କରାଯାଇ ନାହିଁ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031