Indus Valley Times

ଅଭିନେତ୍ରୀ ରୁକସାନାଙ୍କ ମୃତ୍ୟୁକୁ ନେଇ ବଢ଼ିଲା ସସ୍‌ପେନ୍ସ, ଜଣେ ସମ୍ବଲପୁରୀ ସିଙ୍ଗରଙ୍କୁ ଦାୟୀ କଲେ ମା’

 Breaking News

ଅଭିନେତ୍ରୀ ରୁକସାନାଙ୍କ ମୃତ୍ୟୁକୁ ନେଇ ବଢ଼ିଲା ସସ୍‌ପେନ୍ସ, ଜଣେ ସମ୍ବଲପୁରୀ ସିଙ୍ଗରଙ୍କୁ ଦାୟୀ କଲେ ମା’

September 19
19:08 2024

ଭୁବନେଶ୍ୱର, ୧୯/୯ : ସମ୍ବଲପୁରୀ ଗାୟିକା ରୁକସନା ବାନୋଙ୍କ ମୃତ୍ୟୁକୁ ନେଇ ତାଙ୍କ ପରିବାର ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ରୁକସନା ସ୍କ୍ରବ୍ ଟାଇଫସ୍ ନୁହେଁ ବରଂ ବିଷ କ୍ରିୟା ଯୋଗୁଁ ମୃତ୍ୟୁ ବରଣ କରିଥିବା ତାଙ୍କ ଅଭିଯୋଗ କରିଛନ୍ତି ତାଙ୍କ ମାଆ ଏବଂ ଭଉଣୀ ।
ଗତ ୧୫ ଦିନ ତଳେ ବଲାଙ୍ଗିରରେ ସୁଟିଂ ଚାଲିଥିବାବେଳେ ରୁକସନା ଅସୁସ୍ଥ ହୋଇପଡ଼ିଥିଲେ । ତାଙ୍କୁ ପ୍ରଥମେ ଭବାନୀପାଟଣା ବଲାଙ୍ଗିର ଭୀମ ଭୋଇ ମେଡ଼ିକାଲ କଲେଜରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ ବରଗଡ଼ର ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ଭୁବନେଶ୍ୱର ଏମ୍ସକୁ ନିଆଯାଇଥିଲା । ତେବେ ଗତକାଲି ରାତିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।
ତାଙ୍କ ପରିବାର ଲୋକ କହିଛନ୍ତି ଯେ ତାଙ୍କୁ ସ୍ଲୋ ପଏଜନ ଦିଆଯାଇ ହତ୍ୟା କରାଯାଇଛି । ସୁଟିଂ ସେଟରେ ତାଙ୍କୁ ଜୁସ୍ ପିଇବାକୁ ଦିଆଯାଇଥିଲା । ପରେ ଶୋଇଥିବା ବେଳେ ସେ ଅସୁସ୍ଥ ଅନୁଭବ କରିଥିଲେ । ତାଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ଏହା ପରେ ତାଙ୍କର ମୃତ୍ୟୁ ହୋଇଛି ।
ରୁକ୍ ସନାଙ୍କର ସ୍କ୍ରବ୍ ଟାଇଫସରେ ମୃତ୍ୟୁ ହୋଇଥିବା କୁହାଯାଉଥିବାବେଳେ ଏମସ ପକ୍ଷରୁ କୌଣସି ପ୍ରତିକ୍ରିୟା ଦିଆଯାଇ ନାହିଁ ।
ଏହି ଗାୟିକା ସମ୍ବଲପୁରୀ ଗୀତରେ କଣ୍ଠ ଦାନ କରିଥିବାବେଳେ କିଛି ଆଲବମରେ ମଧ୍ୟ ଅଭିନୟ କରିଛନ୍ତି ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31