Indus Valley Times

ଅମାନିଆ ଗାଡ଼ି ଚାଲକଙ୍କୁ ସାବାଡ୍ କଲା ନୂଆଗାଁ ପୁଲିସ୍

 Breaking News

ଅମାନିଆ ଗାଡ଼ି ଚାଲକଙ୍କୁ ସାବାଡ୍ କଲା ନୂଆଗାଁ ପୁଲିସ୍

December 08
22:24 2020

ପୁଷ୍ପଲତା ପ୍ରଧାନଙ୍କ ରିପୋର୍ଟ
ନୂଆଗାଁ,୮/୧୨: ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ନୟାଗଡ ଜିଲ୍ଲା ନୂଆଗାଁ ପୁଲିସ୍ ଦ୍ଵାରା ମଙ୍ଗଳବାର ଦିନ କଡ଼ା କଡ଼ି ଭାବେ ଗାଡ଼ି କାଗଜ ପତ୍ର ଓ ହେଲମେଟ ଯାଞ୍ଚ କରାଯାଇଛି। ନୂଆଗାଁ ଥାନା ସମ୍ମୁଖ ୫୭ ନଂ ଜାତୀୟ ରାଜପଥ ଉପରେ ଯାତାୟାତ କରୁଥିବା ଗାଡ଼ି କାଗଜ ପତ୍ର ଓ ଦୁଇ ଚକିଆ ଯାନ ଚାଳକଙ୍କ ହେଲମେଟ ଯାଞ୍ଚ ନୂଆଗାଁ ପୁଲିସ୍ ପକ୍ଷରୁ କରାଯାଇଥିଲା।ଯାଞ୍ଚ୍ ବେଳେ ୧୫ଟି ଗାଡ଼ିର ଅମାନିଆ ଚାଳକ ଙ୍କ ଗାଡ଼ି କାଗଜ ପତ୍ର ନଥିବା ଏବଂ ହେଲମେଟ ବ୍ୟବହାର କରିନଥିବା ନେଇ ସେହି ଗାଡ଼ି ଗୁଡ଼ିକୁ ଅବରୋଧ କରାଯାଇଥିବା ଜଣା ପଡ଼ିଛି।ଏହି ଅମାନିଆ ଗାଡ଼ି ଚାଳକଙ୍କ ଲାଇସେନ୍ସ ରଦ୍ଦ କରାଯିବା ପାଇଁ ସୁପାରିଶ କରାଯିବା ସହ ଆଗାମୀ ଦିନରେ ଅମାନିଆ ଗାଡ଼ି ଚାଳକଙ୍କୁ ସାବାଡ କରିବା ପାଇଁ ଗାଡ଼ି ଗୁଡ଼ିକୁ କଡ଼ା କଡ଼ି ଯାଞ୍ଚ୍ କରାଯିବ ବୋଲି ଥାନା ଅଧିକାରୀ ଶରତ ଚନ୍ଦ୍ର ପାତ୍ର କହିଛନ୍ତି।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031