‘ଅମ୍ମା’ ସାଜିଲେ ବଲିଉଡ କୁଇନ୍ କଙ୍ଗନା
March 22
16:47
2021
ମୁମ୍ବାଇ,୨୨/୩: ‘ଅମ୍ମା’ ସାଜିଲେ ବଲିଉଡ କୁଇନ୍ କଙ୍ଗନା। କେତେବେଳେ ରାଜନୀତି ତ ଆଉ କେତେବେଳେ ଫିଲ୍ମ। ପୂରାପୁରି ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ଗେଟ୍ଅପ୍ରେ ନଜର ଅସିଛନ୍ତି ପଙ୍ଗା କୁଇନ୍ କଙ୍ଗନା ରଣାୱତ। ତାଙ୍କ ଅପ୍କମିଂ ବିଗ୍ବଜେଟ୍ ଫିଲ୍ମ ଫଥଲାଇଭି’ର ଟ୍ରେଲର ଲଞ୍ଚ ପୂର୍ବୁର ତାଙ୍କୁ ଏଭଳି ଲୁକ୍ରେ ଦେଖିବାକୁ ମିଳିଛି, ଯାହାର କିଛି ଫଟୋ ଏବେ ସାମ୍ନାକୁ ଆସିଛି। ଏହି ଫଟୋରେ ପୁରାପୁରି ଜୟଲଳିତାଙ୍କ ଗେଟ୍ଅପ୍ରେ ନଜର ଆସିଛନ୍ତି କଙ୍ଗନା।
ନିଜ ଅଫିସିଆଲ ଟୁଇଟର ଆକାଉଣ୍ଟରେ କଙ୍ଗନା ଫିଲ୍ମର କିଛି ଫଟୋକୁ ଶେଆର କରିଛନ୍ତି। ଏଥିରେ ଜୟଲଳିତାଙ୍କୁ କଙ୍ଗନା ପୂରାପୁରି କପି କରୁଥିବା ଦେଖିବାକୁ ମିଳିଛି। ଫଟୋକୁ ଶେଆର କରି ସେ କ୍ୟାପସନରେ ଲେଖିଛନ୍ତି, “ଆଉ ଦିନକ ପରେ ‘ଥଲାଇଭି’ ଟ୍ରେଲର ଲଞ୍ଚ ହେବ। ଏହି ଏପିକ ବାୟୋପିକ ଶୁଟିଂରେ ମୁଁ ୨୦ କେଜି ଓଜନ ବଢ଼ାଇ ପୁଣି ଥରେ ତାକୁ କମ କରିବା କୌଣସି ଚ୍ୟାଲେଞ୍ଜ ଠାରୁ କମ୍ ନଥିଲା। ଆଉ କିଛି ସମୟ ମଧ୍ୟରେ ଅପେକ୍ଷାର ଅନ୍ତ ହେବ, ଆଉ ଜୟା ଆପଣଙ୍କର ହେବ।”