Indus Valley Times

ଅର୍ଚ୍ଚନା ନାଗଙ୍କ ସ୍ଵାମୀ ଜଗବନ୍ଧୁ ଚାନ୍ଦ ଥାନାରେ ଅଟକ

 Breaking News

ଅର୍ଚ୍ଚନା ନାଗଙ୍କ ସ୍ଵାମୀ ଜଗବନ୍ଧୁ ଚାନ୍ଦ ଥାନାରେ ଅଟକ

ଅର୍ଚ୍ଚନା ନାଗଙ୍କ ସ୍ଵାମୀ ଜଗବନ୍ଧୁ ଚାନ୍ଦ ଥାନାରେ ଅଟକ
September 03
12:46 2025

ଭୁବନେଶ୍ୱର, ୩/୯ : ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି ଅର୍ଚ୍ଚନା ନାଗ ଏବଂ ତାଙ୍କ ସ୍ୱାମୀ ଜଗବନ୍ଧୁ ନାଗ । ଅର୍ଚ୍ଚନାଙ୍କୁ ହତ୍ୟା ଉଦ୍ୟମ କରିଥିବା ନେଇ ଜଗବନ୍ଧୁଙ୍କ ନାଁରେ ମଞ୍ଚେଶ୍ୱର ଥାନାରେ ଅଭିଯୋଗ ହୋଇଛି । ପୋଲିସ ଜଗବନ୍ଧୁଙ୍କୁ ଅଟକ ରଖିଥିବାବେଳେ ତାଙ୍କ ନିକଟରୁ ଏକ ଛୁରୀ ଜବତ କରାଯାଇଛି ।
ଅର୍ଚ୍ଚନା ଏବଂ ଜଗବନ୍ଧୁଙ୍କ ମଧ୍ୟରେ ବର୍ତ୍ତମାନ ଛାଡ଼ପତ୍ର ମାମଲା ଜାରି ରହିଛି । ଉଭୟ ଭୁବନେଶ୍ୱରରେ ଅଲଗା ଅଲଗା ରହୁଛନ୍ତି । ତେବେ ଗତ ୩୦ ତାରିଖରେ ବିଳମ୍ବିତ ରାତିରେ ଅର୍ଚ୍ଚନାଙ୍କ ସତ୍ୟନଗରସ୍ଥିତ ଜଗବନ୍ଧୁ ପଶିବାକୁ ଉଦ୍ୟମ କରିଥିଲେ । କିନ୍ତୁ ଅର୍ଚ୍ଚନା ଗେଟ୍ ଖୋଲି ନ ଥିଲେ । ଉଭୟଙ୍କ ମଧ୍ୟରେ କିଛି ସମୟ ଧରି ଯୁକ୍ତିତର୍କ ମଧ୍ୟ ହୋଇଥିଲା ।
ଅର୍ଚ୍ଚନା ସେହି ସମୟର ଭିଡ଼ିଓ ମଧ୍ୟ ଉତ୍ତୋଳନ କରିଛନ୍ତି । ଅର୍ଚ୍ଚନା ଏବଂ ତାଙ୍କ ପୁଅଙ୍କୁ ଜଗବନ୍ଧୁ ହତ୍ୟା ଧମକ ଓ ଉଦ୍ୟମ କରିଥିବା ନେଇ ସେ ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିଛନ୍ତି । ଉକ୍ତ ଅଭିଯୋଗ ଆଧାରରେ ପୋଲିସ ଜଗବନ୍ଧୁଙ୍କୁ ନେଇ ଥାନାରେ ଅଟକ ରଖିଛି ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031