Indus Valley Times

ଅର୍ପିତାଙ୍କ ଘରକୁ ମିନି ବ୍ୟାଙ୍କ କରିଥିଲେ ମନ୍ତ୍ରୀ ପାର୍ଥ

 Breaking News

ଅର୍ପିତାଙ୍କ ଘରକୁ ମିନି ବ୍ୟାଙ୍କ କରିଥିଲେ ମନ୍ତ୍ରୀ ପାର୍ଥ

July 27
16:38 2022

ପଶ୍ଚିମବଙ୍ଗ, ୨୭/୭: ଅର୍ପିତା ମୁଖାର୍ଜିଙ୍କ ଘରକୁ ମିନି ବ୍ୟାଙ୍କ କରି ରଖିଥିଲେ ମନ୍ତ୍ରୀ ପାର୍ଥ ଚାଟାର୍ଜୀ । ଅର୍ପିତାଙ୍କ ଘରକୁ ପ୍ରତି ସପ୍ତାହରେ କିମ୍ବା ୧୦ ଦିନରେ ଥରେ ଯାଉଥିଲେ ଏବଂ ଟଙ୍କା ରଖିଆସୁଥିଲେ ପାର୍ଥ । ଖାଲି ଅପ୍ରିତା ନୁହଁନ୍ତି ଅନ୍ୟ ଜଣେ ମହିଳାଙ୍କ ଘରକୁ ବି ମିନି ବ୍ୟାଙ୍କ ଭାବେ ବ୍ୟବହାର କରୁଥିଲେ ପାର୍ଥ । ଏହି ଖୁଲାସା କରିଛନ୍ତି ନିଜେ ଅର୍ପିତା ମୁଖାଜ । ଇଡିର ପଚାର ଉଚାର ବେଳେ ଅର୍ପିତା ଏହି ଖୁଲାସା କରିଥିବା ଇଡି ସୂତ୍ରରୁ ଏହି ସୂଚନା ମିଳିଛି ।
ପଶ୍ଚିମବଙ୍ଗରେ ସ୍କୁଲ ଚାକିରି ଦୁର୍ନୀତିରେ ଶନିବାର ପାର୍ଥ ଏବଂ ଅର୍ପିତା ଗିରଫ ହୋଇଛନ୍ତି । ଅର୍ପିତାଙ୍କ ଘରେ ଚଢାଉ ବେଳେ ଇଡି ୨୧ କୋଟି ଟଙ୍କା ଜବତ କରିଛି । ପ୍ରବର୍ତ୍ତନ ନିଦ୍ଦେଶାଳୟ ବା ଇଡି ଦ୍ୱାରା ଘଟଣାର ଯାଂଚ କରାଯାଉଛି ।
ଦରକାର ପଡିଲେ ଇଡିର ଏହି ଦାବିକୁ ଅର୍ପିତାଙ୍କ ଓକିଲମାନେ ଆଗକୁ ଚ୍ୟାଲେଞ୍ଜ କରିପାରନ୍ତି । ଓକିଲମାନେ କହିଛନ୍ତି ଯେ ଇଡି ଦ୍ୱାରା ଅନୁସନ୍ଧାନର ସବିଶେଷ ତଥ୍ୟ ଗଣମାଧ୍ୟମରୁ ଲିକ୍ ହେଉଛି, ଯାହା ଭୁଲ ଅଟେ । ଏହା ସହିତ କେନ୍ଦ୍ରୀୟ ଏଜେନ୍ସି ଦ୍ୱାରା ପଞ୍ଜୀକୃତ ମାମଲାଗୁଡ଼ିକରେ ଓକିଲଙ୍କ ଦ୍ୱାରା କମ୍ ଦୋଷୀ ସାବ୍ୟସ୍ତ ହେବାର ପ୍ରଶ୍ନ ମଧ୍ୟ ଉଠିପାରେ ।
ଅର୍ପିତା ମୁଖାର୍ଜୀ, ଜଣେ ଅଭିନେତା ତଥା ମଡେଲ, ଗତ କିଛି ବର୍ଷ ଧରି ପାର୍ଥ ଚାଟାର୍ଜୀଙ୍କ ନିକଟତର ହୋଇଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031