Indus Valley Times

ଅଲ ଓଡିଶା ଇପିଏଫ ପେନସନର ଆସୋସିଏସନ ବୌଦ୍ଧ ଶାଖା ପକ୍ଷରୁ ଦାବିପତ୍ର

 Breaking News

ଅଲ ଓଡିଶା ଇପିଏଫ ପେନସନର ଆସୋସିଏସନ ବୌଦ୍ଧ ଶାଖା ପକ୍ଷରୁ ଦାବିପତ୍ର

August 13
09:07 2020

କମ୍ଭୁ ଧର କ୍ଷେତୀଙ୍କ ରିପୋର୍ଟ
ବୌଦ୍ଧ,୧୨/୮: ଅଲ ଓଡିଶା ଇପିଏଫ ପେନସନର ଆସୋସିଏସନ ବୌଦ୍ଧଜିଲ୍ଲା ଶାଖା ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଆଜି ଉପ-ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି । ଜିଲ୍ଲା ଶାଖାର ଆବାହକ କେଶବାନନ୍ଦ ସାହୁଙ୍କ ନେତୃତ୍ୱରେ ବିଭିନ୍ନ ବିଭାଗରେ ପୂର୍ବରୁ କାମ କରିଥିବା ଇପିଏଫ ପେନସନରମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ସେମାନଙ୍କ ସର୍ବନିମ୍ନ ମାସିକ ଭତ୍ତା ୯ହଜାର ଟଙ୍କା ପ୍ରଦାନ କରିବା, ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ବର୍ଦ୍ଧିତ ପେନସନ ପ୍ରଦାନ କରିବା, ସମସ୍ତ ଇପିଏଫ ପେନସନ ଭୋଗୀଙ୍କୁ ଚିକିତ୍ସା ଭତ୍ତା କିମ୍ବା ଆୟୁଷ୍ମାନ ଭାରତ ଯୋଜନାରେ ସାମିଲକରି ମାଗଣା ଚିକିତ୍ସା ସୁବିଧା ଯୋଗାଇଦେବା, ସମସ୍ତ ଇପିଏଫ ପେନସନ ଭୋଗୀ ବରିଷ୍ଠ ନାଗରିକମାନଙ୍କୁ ସାମାଜିକ ସୁରକ୍ଷା ଯୋଗାଇଦେବାକୁ ଦାବିକରି ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏହି ଦାବିପତ୍ର ପ୍ରଦାନ କରିଛନ୍ତି । ସୁଚନାଯୋଗ୍ୟ ଯେ ବୌଦ୍ଧଜିଲ୍ଲାର ବିଭିନ୍ନ ବିଭାଗରେ କାମ କରିଥିବା ୨ହଜାର ଇପିଏଫ ପେନସନଭୋଗୀ ରହିଥିବାବେଳେ ରାଜ୍ୟରେ ୧ଲକ୍ଷ ୬୨ହଜାର ଇପିଏଫ ପେନସନ ଭୋଗୀ ରହିଛନ୍ତି । ସେହିଭଳି ସାରାଦେଶରେ ପ୍ରାୟ ୬୬ଲକ୍ଷ ଇପିଏଫ ପେନସନଭୋଗୀ ରହିଥିବାବେଳେ ମାନ୍ୟବର ନ୍ୟାୟାଳୟଙ୍କ ନିର୍ଦ୍ଦେଶକୁ ବର୍ତ୍ତମାନସୁଦ୍ଧା କାର୍ଯ୍ୟକାରୀ କରାଯାଇନାହିଁ ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031