Indus Valley Times

ଅଳିଆ ଗଦା ସଫା କରୁ କରୁ ମିଳିଲା ନବଜାତ ଶିଶୁକନ୍ୟାର ମୃତଦେହ, ତଦନ୍ତ ଚଳାଇଛି ପୋଲିସ

 Breaking News

ଅଳିଆ ଗଦା ସଫା କରୁ କରୁ ମିଳିଲା ନବଜାତ ଶିଶୁକନ୍ୟାର ମୃତଦେହ, ତଦନ୍ତ ଚଳାଇଛି ପୋଲିସ

October 23
16:52 2022

କଣ୍ଟାବାଞ୍ଜି, ୨୩/୧୦: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଡାକ୍ତରଖାନା ପରିସରରେ ବିରଳ ଦୃଶ୍ୟ ଦେଖିବାକୁ ମିଳିଛି। ଏଠାରେ ଆଜି ସକାଳୁ ଡାକ୍ତରଖାନାର ଜଣେ କର୍ମଚାରୀ ଅଳିଆ ଗଦା ସଫା କଲା ସମୟରେ ଜଣେ ନବଜାତ ଶିଶୁକନ୍ୟାର ମୃତଦେହ ଦେଖିବାକୁ ପାଇଥିଲେ। ଘଟଣା ପରେ କଣ୍ଟାବାଞ୍ଜି ପୁଲିସ ପହଂଚି ଏହାର ତଦନ୍ତ ଆରମ୍ଭ କରିଛି । ତେବେ ଭୃଣ ହତ୍ୟା ପାଇଁ କେହି ଏଭଲି କରିଥିବା ସନ୍ଦେହ କରାଯାଉଛି ।
ଅନ୍ୟପକ୍ଷରେ ଏହି ଶିଶୁକନ୍ୟା ବୟସ ଆନୁମାନିକ ୬ମାସର ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଚାରିଆଡେ ଦୀପାବଳି ପାଇଁ ଲୋକେ ଲକ୍ଷ୍ମୀ ପୂଜା କରୁଥିବା ବେଳେ ପ୍ରକୃତ ଲକ୍ଷ୍ମୀଙ୍କୁ ଅଳିଆ ଗଦାରେ ପକେଇ ଦେଇଥିବା ଲୋକଙ୍କ ମନରେ ଆଶଙ୍କା ସୃଷ୍ଟି କରିଛି । ଏନେଇ ଡାକ୍ତର କିମ୍ବା ପୁଲିସ ଅଧିକାରୀଙ୍କ କୌଣସି ପ୍ରତିକ୍ରିୟା ମିଳିନାହିଁ। ତେବେ ନବଜାତ ଶିଶୁକନ୍ୟା ଅଳିଆ ଗଦାରୁ ଉଦ୍ଧାର ହେବା ପରେ ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031