Indus Valley Times

ଅସହାୟଙ୍କ ଚିକିତ୍ସା ପାଇଁ ଆଗେଇ ଆସିଲା ଅନନ୍ୟା ଫାଉଣ୍ଡେସନ୍

 Breaking News

ଅସହାୟଙ୍କ ଚିକିତ୍ସା ପାଇଁ ଆଗେଇ ଆସିଲା ଅନନ୍ୟା ଫାଉଣ୍ଡେସନ୍

June 07
09:27 2022

କିଶୋର ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼, ୭/୬ : ଅନନ୍ୟା ଫାଉଣ୍ଡେସନ୍ ତରଫରୁ ଆଜି ଗମ୍ଭାରୀଡ଼ିହି ପଂଚାୟତ କୃଷ୍ଣାଦେଇପୁରର ରଶ୍ମିତା ଦୀକ୍ଷିତଙ୍କ ଚିକିତ୍ସା ପାଇଁ ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାକୁ ନିଆଯାଇଛି। ରଶ୍ମିତା ଦୀକ୍ଷିତଙ୍କ ବୟସ ୪୩, ସ୍ୱାମୀ ପ୍ରଫୁଲ୍ଲ ନନ୍ଦ ଜଣେ ପୂଜାରୀ।
ରଶ୍ମିତା ଦୀକ୍ଷିତଙ୍କ ପେଟ ଗଲା ତିନି ମାସ ହେବ ଅସ୍ୱାଭାବିକ ଭାବେ ବଢ଼ିବାକୁ ଲାଗିଲା। ନିଜର ଆର୍ଥିକ ସ୍ଥିତି ସୁଦୃଢ଼ ନଥିବାରୁ ଚିକିତ୍ସା କରାଇ ପାରି ନଥିଲେ। ଅନନ୍ୟା ଫାଉଣ୍ଡେସନ ଟିମ୍ ଖବର ପାଇ ତାଙ୍କ ଚିକିତ୍ସା ପାଇଁ ଆଜି ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାକୁ ନେଇଛନ୍ତି।
ଭୁବନେଶ୍ୱରରେ ଡାକ୍ତରଙ୍କ କହିବା ଅନୁଯାୟୀ ଏହା ଟ୍ୟୁମର ହୋଇ କ୍ୟାନ୍ସରର ପ୍ରାରମ୍ଭିକ ପର୍ଯ୍ୟାୟ। ମିଳିଥିବା ଶେଷ ସୂଚନା ଅନୁଯାୟୀ ରଶ୍ମିତାଙ୍କୁ କିଛି ଦିନ ଡାକ୍ତରଖାନାରେ ରହିବାକୁ ହେବ ଓ ପରେ ତାଙ୍କ ପେଟ ଅପରେସନ କରାଯିବ।
ଭାରତୀୟ ଚିକିତ୍ସକ ସଂଘର ରାଜ୍ୟ ସଭାପତି ହେଲେ ଦଶପଲ୍ଲା ର ଡାକ୍ତର ଚିନ୍ମୟ ସାହୁ
ନୟାଗଡ଼, ୭/୬: ନୟାଗଡ଼ ଜିଲ୍ଲା ଦଶପଲ୍ଲା ଅଞ୍ଚଳର ଡାକ୍ତର ଚିନ୍ମୟ ସାହୁ ଭାରତୀୟ ଚିକିତ୍ସକ ସଂଘ ରାଜ୍ୟ ସଭାପତି ଭାବେ ମନୋନୀତ ହୋଇଛନ୍ତି।
ଡାକ୍ତର ଚିନ୍ମୟ ସାହୁ ବିହାର, ଦିଲ୍ଲୀ, କଲିକତା ରୁ ବହୁ ପ୍ରଶଂସା ପାଇବା ସହ ମହାମହିମ ରାଜ୍ୟପାଳଙ୍କ ଠାରୁ ମଧ୍ୟ ପ୍ରଶଂସା ପତ୍ର ପାଇଁ ଦଶପଲ୍ଲା ର ନାମକୁ ଉଚ୍ଚା କରିଛନ୍ତି।
ମହାମାରୀ କରୋନା ସମୟରେ ରାଉରକେଲା ରେ ନୋଡାଲ ଅଫିସର ଭାବେ ଦାୟିତ୍ଵ ଗ୍ରହଣ କରି ବହୁ ଜୀବନ ବଞ୍ଚେଇ ପ୍ରଶଂସା ର ପାତ୍ର ହୋଇପାରିଥିଲେ।ସଭାପତି ହେବାପରେ ଡାକ୍ତର ଶ୍ରୀଯୁକ୍ତ ସାହୁ ଙ୍କ ପାଖକୁ ଦଶପଲ୍ଲା ଅଞ୍ଚଳରୁ ଶୁଭେଚ୍ଛା ର ସୁଅ ଛୁଟିବା ରେ ଲାଗିଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031