Indus Valley Times

ଅସ୍ତବ୍ୟସ୍ତ କଲାଣି ତାତି: ସିଝିବ ଆଭ୍ୟନ୍ତରୀଣ ଓଡିଶା, ପୁଣି ବଢିବ ତାପମାତ୍ରା

 Breaking News

ଅସ୍ତବ୍ୟସ୍ତ କଲାଣି ତାତି: ସିଝିବ ଆଭ୍ୟନ୍ତରୀଣ ଓଡିଶା, ପୁଣି ବଢିବ ତାପମାତ୍ରା

ଅସ୍ତବ୍ୟସ୍ତ କଲାଣି ତାତି: ସିଝିବ ଆଭ୍ୟନ୍ତରୀଣ ଓଡିଶା, ପୁଣି ବଢିବ ତାପମାତ୍ରା
March 25
10:23 2022

ଭୁବନେଶ୍ୱର,୨୫/୩: ସିଝିବେ ଆଭ୍ୟନ୍ତରୀଣ ଓଡ଼ିଶାବାସୀ । ସ୍ୱାଭାବିକଠୁ ବଢ଼ିବ ୨ରୁ ୩ ଡିଗ୍ରୀ ସେଲସିୟସ୍ ତାତି । ଆସନ୍ତା ୪ରୁ ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଏଭଳି ପାଗ ରହିବ ବୋଲି ପାଣିପାଗବିତ୍ ପୂର୍ବାନୁମାନ କରିଛନ୍ତି ।
ଗୁରୁବାର ୪୧.୪ ଡିଗ୍ରୀ ସେଲସିୟସ୍ ସହ ଟିଟିଲାଗଡ଼ ରାଜ୍ୟର ସର୍ବାଧିକ ଉତ୍ତପ୍ତ ସହର ପାଲଟିଥିଲା । ସେହିପରି ୧୨ଟି ସହରର ସର୍ବୋଚ୍ଚ ତାପମାତ୍ରା ୩୯ ଡିଗ୍ରୀ ଉପରେ ଥିଲା ।
ବଲାଙ୍ଗିରରେ ସର୍ବୋଚ୍ଚ ତାପମାତ୍ରା ୪୧.୩ ଡିଗ୍ରୀ ସେଲସିୟସ୍ ଥିବାବେଳେ ସମ୍ୱଲପୁର ଓ ବୌଦ୍ଧରେ ୪୦, ଝାରସୁଗୁଡ଼ାରେ ୩୯.୮, ଭବାନିପାଟଣାରେ ୩୯.୬, ବାରିପଦାରେ ୩୯.୫, ସୋନପୁରରେ ୩୯.୨, ଅନୁଗୁଳରେ ୩୯.୧, ସୁନ୍ଦରଗଡ଼, ତାଳଚେର ଓ ନୟାଗଡ଼ରେ ୩୯, ଭୁବନେଶ୍ୱରରେ ୩୫.୬ ଏବଂ କଟକରେ ୩୫ ଡିଗ୍ରୀ ସେଲସିୟସ୍ ସର୍ବୋଚ୍ଚ ତାପମାତ୍ରା ରହିଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ରେକର୍ଡ କରିଛି ।
ଆଗାମୀ ଦିନରେ ରାଜ୍ୟରେ ତାତି ଜାରି ରହିବ । ଏବେ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ସର୍ବୋଚ୍ଚ ତାପମାତ୍ରା ସ୍ୱାଭାବିକଠୁ ୨ରୁ ୩ ଡିଗ୍ରୀ ଅଧିକ ରହୁଥିବାବେଳେ ଆଗାମୀ ଦିନରେ ବି ୩ ଡିଗ୍ରୀ ପର‌୍ୟ୍ୟନ୍ତ ତାତି ବଢ଼ିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍. ବିଶ୍ୱାସ ପୂର୍ବାନୁମାନ କରିଛନ୍ତି ।
ଉପକୂଳ ଓଡ଼ିଶା ସମେତ ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ଅନୁଗୁଳ, କନ୍ଧମାଳ, କୋରାପୁଟ, ମାଲକାନଗିରି ଓ ସୁନ୍ଦରଗଡ଼ର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ଶ୍ରୀ ବିଶ୍ୱାସ ଆକଳନ କରିଛନ୍ତି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031