Indus Valley Times

ଅହମ୍ମଦାବାଦ ବିମାନ ଦୁର୍ଘଟଣା: ୨୦୪ ଯାତ୍ରୀଙ୍କର ଦୁଃଖଦ ମୃତ୍ୟୁ, ୪୧ ଗୁରୁତର, ପୋଲିସ କମିଶନର କହିଲେ କାହାକୁ ବି ବଞ୍ଚାଇବା ଅସମ୍ଭବ

 Breaking News

ଅହମ୍ମଦାବାଦ ବିମାନ ଦୁର୍ଘଟଣା: ୨୦୪ ଯାତ୍ରୀଙ୍କର ଦୁଃଖଦ ମୃତ୍ୟୁ, ୪୧ ଗୁରୁତର, ପୋଲିସ କମିଶନର କହିଲେ କାହାକୁ ବି ବଞ୍ଚାଇବା ଅସମ୍ଭବ

ଅହମ୍ମଦାବାଦ ବିମାନ ଦୁର୍ଘଟଣା: ୨୦୪ ଯାତ୍ରୀଙ୍କର ଦୁଃଖଦ ମୃତ୍ୟୁ, ୪୧ ଗୁରୁତର, ପୋଲିସ କମିଶନର କହିଲେ କାହାକୁ ବି ବଞ୍ଚାଇବା ଅସମ୍ଭବ
June 12
18:56 2025

ଅହମଦାବାଦ,୧୨/୬: ଗୁରୁବାର (୧୨ ଜୁନ ୨୦୨୫) ଅପରାହ୍ନରେ ଅହମଦାବାଦରୁ ଲଣ୍ଡନ ଯାଉଥିବା ଏକ ଏୟାର ଇଣ୍ଡିଆ ବିମାନ ଉଡ଼ାଣ ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ସମ୍ବାଦ ସଂସ୍ଥା ଆସୋସିଏଟ ପ୍ରେସର ଏକ ରିପୋର୍ଟ ଅନୁଯାୟୀ, ବିମାନରେ ଥିବା ସମସ୍ତ ୨୪୨ ଜଣଙ୍କର ମୃତ୍ୟୁ ହୋଇଥବା ଘୋଷଣା କରାଯାଇଛି। ଉଡ଼ାଣର କିଛି ସମୟ ପରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା।
ରିପୋର୍ଟ ଅନୁଯାୟୀ, କମିଶନର ଜିଏସ ମଲିକ କହିଛନ୍ତି ଯେ ବିମାନ ଦୁର୍ଘଟଣାରୁ କେହି ବଞ୍ଚି ନାହାଁନ୍ତି ବୋଲି ମନେ ହେଉଛି। ସେ କହିଛନ୍ତି ଯେ ବିମାନଟି ଏକ ଆବାସିକ ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଥିବାରୁ, ‘କେତେଜଣ ସ୍ଥାନୀୟ ଲୋକଙ୍କ ମଧ୍ୟ ମୃତ୍ୟୁ ହୋଇଥାଇପାରେ।’
ଏହି ଦୁର୍ଘଟଣା ପରେ, ଅହମଦାବାଦ ଅନ୍ତର୍ଜାତୀୟ ବିମାନବନ୍ଦରରୁ ସୀମିତ ବିମାନ ଚଳାଚଳ ପୁନଃ ଆରମ୍ଭ କରାଯାଇଛି। ଅହମଦାବାଦ ବିମାନବନ୍ଦର ନିକଟରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ପରେ, ଭାରତୀୟ ସଶସ୍ତ୍ର ବାହିନୀର ଦଳଗୁଡ଼ିକୁ ତୁରନ୍ତ ସହାୟତା ଏବଂ ଉଦ୍ଧାର କାର‌୍ୟ୍ୟ ପାଇଁ ପଠାଯାଇଥିଲା।
ଏହା ବ୍ୟତୀତ, ପ୍ରାରମ୍ଭିକ ସହାୟତା କାର‌୍ୟ୍ୟ ପାଇଁ ସଶସ୍ତ୍ର ବାହିନୀ ସହିତ ଘଊଜୠ ଏବଂ ଅନ୍ୟାନ୍ୟ ସଂସ୍ଥା ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ସେନା ଅନୁଯାୟୀ, ସାମରିକ ବାହିନୀର ଏହି ଦଳରେ ଡାକ୍ତରୀ ଦଳ ଏବଂ ଅନ୍ୟାନ୍ୟ ଉଦ୍ଧାର କର୍ମଚାରୀଙ୍କୁ ନିୟୋଜିତ କରାଯାଇଥିଲା। ପ୍ରଧାନମନ୍ତ୍ରୀ ମୋଦି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡୁଙ୍କ ସହ କଥା ହୋଇଛନ୍ତି ଏବଂ ଅହମଦାବାଦରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ବିଷୟରେ ପଚାରି ବୁଝିଛନ୍ତି।
ପ୍ରଧାନମନ୍ତ୍ରୀ ମୋଦି ତୁରନ୍ତ ସମସ୍ତ ଆବଶ୍ୟକୀୟ ସହାୟତା ଯୋଗାଇ ଦେବାକୁ କେନ୍ଦ୍ର ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ବ୍ୟତୀତ, ଅହମ୍ମଦାବାଦରେ ସମସ୍ତ ସମ୍ପୃକ୍ତ ସଂସ୍ଥାଗୁଡ଼ିକୁ ହାଇ ଆଲର୍ଟରେ ରଖାଯାଇଛି।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031