Indus Valley Times

ଆଇଏଏସ୍‌ଙ୍କ ଘରେ ପୁଳା ପୁଳା ଟଙ୍କା, ରେଡ୍ ବେଳେ ୪୭ ଲକ୍ଷ ଟଙ୍କା ଜବତ

 Breaking News

ଆଇଏଏସ୍‌ଙ୍କ ଘରେ ପୁଳା ପୁଳା ଟଙ୍କା, ରେଡ୍ ବେଳେ ୪୭ ଲକ୍ଷ ଟଙ୍କା ଜବତ

ଆଇଏଏସ୍‌ଙ୍କ ଘରେ ପୁଳା ପୁଳା ଟଙ୍କା, ରେଡ୍ ବେଳେ ୪୭ ଲକ୍ଷ ଟଙ୍କା ଜବତ
June 09
10:01 2025

ଧର୍ମଗଡ଼, ୯/୬: ଦିନକୁ ଦିନ ବଢ଼ିବାରେ ଲାଗିଛି ସରକାରୀ ବାବୁଙ୍କ ଦୁର୍ନୀତି। ଭିଜିଲାନ୍ସ ଅନେକଥର ଲାଞ୍ଚଖୋର ଆଇଏଏସ୍ ବାବୁମାନଙ୍କୁ ଧରିଛି। ତେବେ ସେହିପରି ଭିଜିଲାନ୍ସ ପଞ୍ଝାରେ ଜଣେ ଆଇଏଏସ ଅଧିକାରୀ।
ଧର୍ମଗଡ଼ ଉପଜିଲ୍ଲାପାଳ ଧୀମାନ ଚକମାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି। ଜୟପାଟଣା ଅଞ୍ଚଳର ଜଣେ କ୍ରସର ମାଲିକଠାରୁ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଓଡ଼ିଶା ଭିଜିଲାନ୍ସ ତାଙ୍କୁ ଧରିଥିଲା। ତେବେ ଉପଜିଲ୍ଲାପାଳଙ୍କ ଘରେ ଚଢ଼ାଉରେ ଭିଜିଲାନ୍ସର ବରିଷ୍ଠ ଅଧିକାରୀ ସାମିଲ ହୋଇଥିଲେ।
ସୂଚନା ଅନୁସାରେ, ତ୍ରିପୁରା କାଞ୍ଚନପୁର ବାସିନ୍ଦା ହେଉଛନ୍ତି ଧୀମାନ ଚକମା। ୨୦୨୧ ବ୍ୟାଚ ଓଡ଼ିଶା କ୍ୟାଡର ଆଇଏଏସ ହେଉଛନ୍ତି ଧୀମାନ। ତେବେ ଉପଜିଲ୍ଲାପାଳ ଧୀମାନ କିଛି ପଇସା ଲୋଭରେ ଜଣେ କ୍ରସର ମାଲିକଙ୍କଠାରୁ ୨୦ ଲକ୍ଷ ଟଙ୍କାର ଡିଲ କରିଥିଲେ।
ଆଉ ପ୍ରଥମ ପର୍ଯ୍ୟଶୟରେ ଡିଲ ଟଙ୍କା ବାବଦକୁ ୧୦ ଲକ୍ଷ ଟଙ୍କା ନେଉଥିବାବେଳେ ଭିଜିଲାନ୍ସ କାବୁ କରିଥିଲା। ତେବେ ଏହା ପରେ ତାଙ୍କର ସରକାରୀ ବାସଭବନରେ ହୋଇଥିବା ରେଡରେ ପ୍ରାୟ ୪୭ ଲକ୍ଷ ଟଙ୍କା ମିଳିଥିବା ସୂଚନା ମିଳିଛି। ତେଣୁ ଏ ନେଇ ଅଧିକ ତଦନ୍ତ ଜାରି ରଖିଛି ଭିଜିଲାନ୍ସ

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031