Indus Valley Times

ଆଇଏଏସ୍ ଧୀମାନ ଚକମାଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ

 Breaking News

ଆଇଏଏସ୍ ଧୀମାନ ଚକମାଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ

ଆଇଏଏସ୍ ଧୀମାନ ଚକମାଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ
July 24
18:07 2025

କଟକ,୨୪/୭: କଳାହାଣ୍ଡି ଜିଲା ଧର୍ମଗଡ଼ ଉପ-ଜିଲାପାଳ ଧୀମାନ ଚକ୍‌ମାଙ୍କୁ ଗୁରୁବାର ହାଇକୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ଫଳରେ ଓଇଝ ଚକ୍‌ମାଙ୍କୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ୫ ଲକ୍ଷ ଟଙ୍କାର ୨ ଜାମିନଦାରଙ୍କ ବଦଳରେ ଓଇଝ ଚକ୍‌ମାଙ୍କୁ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି।
ସୂଚନା ଯୋଗ୍ୟ, ୨୦୨୧ ବ୍ୟାଚ୍ ଆଇଏଏସ ତଥା ଧର୍ମଗଡ଼ ଉପ-ଜିଲାପାଳ ଧୀମାନ ସ୍ଥାନୀୟ କ୍ରସର ମାଲିକଙ୍କଠାରୁ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଥିଲେ।
ଘଟଣା ଅନୁଯାୟୀ, ଅଭିଯୁକ୍ତ ଉପ-ଜିଲାପାଳ ଅଭିଯୋଗକାରୀଙ୍କୁ ତାଙ୍କ ଧର୍ମଗଡ଼ସ୍ଥିତ ସରକାରୀ ବାସଭବନକୁ ଡାକି ଲାଞ୍ଚ ଟଙ୍କା ଗ୍ରହଣ କରିଥିଲେ। ସେ ନିଜ ହାତରେ ଟଙ୍କା ସବୁ ଯାଞ୍ଚ କରି ତାଙ୍କ ବାସଭବନର ଅଫିସ ଟେବୁଲ ଡ୍ରୟରରେ ରଖିଥିଲେ।
ତାଙ୍କ ଉଭୟ ହାତ ଧୋଇବା ଏବଂ ଟେବୁଲ ଡ୍ରୟାର ଧୋଇବା ପରେ ରାସାୟନିକ ପରୀକ୍ଷାରେ ସକାରାତ୍ମକ ଫଳାଫଳ ମିଳିଥିଲା। ପରେ, ତାଙ୍କ ସରକାରୀ ବାସଭବନରେ ଯାଞ୍ଚ ବେଳେ ଅତିରିକ୍ତ ୪୭ ଲକ୍ଷ ଟଙ୍କା ନଗଦ ଜବତ କରାଯାଇଥିଲା। ଏହି ସଂକ୍ରାନ୍ତରେ ଭିଜିଲାନ୍ସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031