Indus Valley Times

ଆଇଏଏସ୍ ସ୍ତରରେ ଅଦଳବଦଳ: ରାଜକୁମାର ଶର୍ମାଙ୍କୁ ଅତିରିକ୍ତ ମୁଖ୍ୟ ସ୍ବାସ୍ଥ୍ୟ ସଚିବ ଦାୟିତ୍ୱ

 Breaking News

ଆଇଏଏସ୍ ସ୍ତରରେ ଅଦଳବଦଳ: ରାଜକୁମାର ଶର୍ମାଙ୍କୁ ଅତିରିକ୍ତ ମୁଖ୍ୟ ସ୍ବାସ୍ଥ୍ୟ ସଚିବ ଦାୟିତ୍ୱ

January 02
19:16 2022

ଭୁବନେଶ୍ୱର, ୨/୧: ଆଇଏଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। କୃଷି ଉତ୍ପାଦନ କମିଶନର ଥିବା ରାଜ କୁମାର ଶର୍ମାଙ୍କୁ ଅତିରିକ୍ତ ସଚିବ ଭାବେ ସ୍ୱାସ୍ଥ୍ୟ ସଚିବ ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର।
ଏହାଛଡ଼ା ତାଙ୍କୁ ରାଜ୍ୟ ଔଷଧ ନିଗମ ଅଧ୍ୟକ୍ଷ ଭାବେ ମଧ୍ୟ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ଗୃହ ବିଭାଗର ସଚିବ ଥିବା ସଞ୍ଜୀପ ଚୋପ୍ରାଙ୍କୁ କୃଷି ଉତ୍ପାଦନ କମିଶନର ଭାବେ ନିଯୁକ୍ତ କରାଯାଇଛି।
ଟ୍ରାନ୍ସପୋର୍ଟ ଡିପାର୍ଟମେଣ୍ଟରେ ପ୍ରିନ୍ସିପାଲ୍ ସେକ୍ରେଟାରୀ ଥିବା ମଧୁସୂଦନ ପାଢୀଙ୍କୁ ମଧ୍ୟ ବଦଳି କରାଯାଇଛି। ତାଙ୍କୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ସଚିବ ଭାବେ ନିଯୁକ୍ତ କରାଯାଇଛି।
ସତ୍ୟବ୍ରତ ସାହୁଙ୍କୁ ରାଜସ୍ୱ ବିଭାଗର ପ୍ରମୁଖ ସଚିବ ଦାୟିତ୍ୱ ପ୍ରଦାନ କରାଯାଇଛି। ଏହା ପୂର୍ବରୁ ସେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସଚିବ ଭାବେ କାର୍ଯ୍ୟ କରୁଥିଲେ।
ସେହିପରି ରଞ୍ଜନା ଚୋପ୍ରାଙ୍କୁ ଏମ୍ଏସ୍ଏମ୍ଇ ସଚିବ ଦାୟିତ୍ୱ ପ୍ରଦାନ କରାଯାଇଛି। ସୁରେଶ କୁମାର ବଶିଷ୍ଠ ସାଧାରଣ ପ୍ରଶାସନ ବିଭାଗର ଙଝଊ ଭାବେ ନିଯୁକ୍ତି ପାଇଛନ୍ତି। ଭାସ୍କର ଜ୍ୟୋତି ଶର୍ମାଙ୍କୁ ମହିଳା ଓ ଶିଶୁ ବିକାଶ ବିଭାଗ କମିଶନର ଭାବେ ଦାୟିତ୍ୱ ପ୍ରଦାନ କରାଯାଇଥିବା ବେଳେ ଭୂପେନ୍ଦ୍ର ସିଂ ପୁନିଆଙ୍କୁ ଓଊଉଙର ଏମ୍ଡି ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି।
ଶିଳ୍ପ ସଚିବ ହେମନ୍ତ ଶର୍ମାଙ୍କୁ ଓଊଉଙ ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଥିବା ବେଳେ ବିଷ୍ଣୁପଦ ସେଠୀଙ୍କୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ସଚିବ ଭାବେ ନିଯୁକ୍ତି କରାଯାଇଛି। ସଞ୍ଜୀବ ଚୋପ୍ରାଙ୍କୁ କୃଷି ଉତ୍ପାଦନ କମିଶନର ଦାୟିତ୍ୱ ପ୍ରଦାନ କରାଯାଇଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031