Indus Valley Times

ଆଇଟିବିପିର ୬୩ ତମ ପ୍ରତିଷ୍ଠା ଦିବସରେ ଯୋଗଦେଲେ କେନ୍ଦ୍ର ଗୃହମନ୍ତ୍ରୀ

 Breaking News

ଆଇଟିବିପିର ୬୩ ତମ ପ୍ରତିଷ୍ଠା ଦିବସରେ ଯୋଗଦେଲେ କେନ୍ଦ୍ର ଗୃହମନ୍ତ୍ରୀ

ଆଇଟିବିପିର ୬୩ ତମ ପ୍ରତିଷ୍ଠା ଦିବସରେ ଯୋଗଦେଲେ କେନ୍ଦ୍ର ଗୃହମନ୍ତ୍ରୀ
January 07
20:06 2025

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋର୍ଦ୍ଧା, ୭/୧: ଇଣ୍ଡୋ-ତିଦ୍ଧତୀୟ ସୀମା ସୁରକ୍ଷା ବଳ (ଆଇଟିବିପି)ର ୬୩ ତମ ପ୍ରତିଷ୍ଠା ଦିବସ ଖୋର୍ଦ୍ଧା ତରତୁଆ ସ୍ଥିତ ୪୧ ଟି ବାଟାଲିୟନ କ୍ୟାମ୍ପସରେ ମହାଆଡମ୍ବରରେ ପାଳିତ ହୋଇଯାଇଛି।
ଏହି ଅବସରରେ ମାନ୍ୟବର କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ରାୟ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ।
କ୍ୟାମ୍ପସରେ ଶହୀଦ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ ସହ ସମ୍ମିଳିତ ପରେଡରେ ଅଭିବାଦନ ଗ୍ରହଣ କରିଥିଲେ। ଆଇଟିବିପି ମହାନିର୍ଦ୍ଦେଶକ ଶ୍ରୀ ରାହୁଲ ରସଗୋତ୍ରା ମୁଖ୍ୟ ଅତିଥି ତଥା ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ସ୍ୱାଗତ କରିବା ସହ ଗତ ଏକ ବର୍ଷ ମଧ୍ୟରେ ଫୋର୍ସର ମହତ୍ୱପୂର୍ଣ୍ଣ ସଫଳତା ସମ୍ପର୍କରେ ଆଲୋକପାତ କରିଥିଲେ।
ମାନ୍ୟବର କେନ୍ଦ୍ରମନ୍ତ୍ରୀ ଆଇଟିବିପି କର୍ମୀଙ୍କୁ ୬୨ ବର୍ଷର ଉତ୍ସର୍ଗୀକୃତ ସେବା ସମାପ୍ତ କରି ଅଭିନନ୍ଦନ ଜଣାଇବା ସହ ହିମାଳୟ ସୀମାରେ ଆହ୍ୱାନପୂର୍ଣ୍ଣ ଅବସ୍ଥାରେ ଦେଶର ସୀମା ରକ୍ଷା କରିବାରେ ସେମାନଙ୍କର ଅଦମ୍ୟ ଉତ୍ସାହ, ପ୍ରତିବଦ୍ଧତା ଏବଂ ସଚେତନତାକୁ ପ୍ରଶଂସା କରିଛନ୍ତି।
ପ୍ରତିକୂଳ ପରିସ୍ଥିତିରେ ହିମଭର୍ସଙ୍କ ଦ୍ୱାରା ଦିଆଯାଇଥିବା ଗୁରୁତ୍ୱପୂର୍ଣ୍ଣ ସେବାଗୁଡିକ ବିଷୟରେ ସରକାରଙ୍କ ସଚେତନତାକୁ ସେ ସ୍ୱୀକାର କରିଛନ୍ତି। ଏହି ଅବସରରେ ସର୍ବଭାରତୀୟ ସ୍ତରରେ ଆଇଟିବିପି ବିଭିନ୍ନ ପ୍ରକଳ୍ପ ଇ -ଡିଜିଟାଲ ମାଧ୍ୟମରେ ଉଦଘାଟନ କରିଥିଲେ।
ଭାରତ ସରକାର ଆଇଟିବିପିର ଆଧୁନିକରଣ ସହ ସମସ୍ତ ସୁବିଧା ଉପଲବ୍ଧ ପାଇଁ ପ୍ରତିବଦ୍ଧ। ଶହୀଦଙ୍କ ଉଦ୍ଦେଶ୍ୟରେ ସ୍ମାରକୀ ନିର୍ମାଣ ସହ ପରିବାରକୁ ସମସ୍ତ ସୁବିଧା ଯୋଗାଇ ଦିଆଯାଇଛି ବୋଲି ନିଜର ବକ୍ତବ୍ୟ ପ୍ରଦାନରେ ମନ୍ତ୍ରୀ କହିଥିଲେ।
ସମସ୍ତ ଆଇଟିବିପି ଏକ କଣ୍ଟିଜେଣ୍ଟ , ମହିଳା କଣ୍ଟିଜେଣ୍ଟ, ପର୍ବତାରୋହି ଏବଂ ପାରାଟ୍ରପର,କୁକୁର ଚିତାକର୍ଷକ ପରେଡ଼ ପଦର୍ଶନ ମୁଖ୍ୟ ଆକର୍ଷଣ ଥିଲା।
ଏଥିସହିତ ସମରକଳା , ଷ୍ଟିଙ୍ଗ ଅପରେସନ, ପର୍ବତାରୋହଣ ବିଭିନ୍ନ କୌଶଳ ପଦର୍ଶନ ଅପରେସନ ଦେଖାଇଥିଲେ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031