Indus Valley Times

ଆଇନମନ୍ତ୍ରୀଙ୍କ ବଡ଼ ବୟାନ, ଜାନୁଆରୀ ୩୧ ସୁଦ୍ଧା ସରିବ ରତ୍ନଭଣ୍ଡାର ମରାମତି କାମ

 Breaking News

ଆଇନମନ୍ତ୍ରୀଙ୍କ ବଡ଼ ବୟାନ, ଜାନୁଆରୀ ୩୧ ସୁଦ୍ଧା ସରିବ ରତ୍ନଭଣ୍ଡାର ମରାମତି କାମ

November 24
13:14 2024

ଭୁବନେଶ୍ବର, ୨୪/୧୧ : ଦିନେ ଦୁଇ ଦିନ ଭିତରେ ରତ୍ନଭଣ୍ଡାରର ମରାମତି କାମ ଆରମ୍ଭ ହେବ ବୋଲି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଜାନୁଆରି ୩୧ ସୁଦ୍ଧା ରତ୍ନଭଣ୍ଡାରର ମରାମତି ଓ ଗଣତିମଣତି କାମ ଶେଷ ହେବ। ତାପରେ ଅସ୍ଥାୟୀ ରତନଭଣ୍ଡାରୁ ଅଳଙ୍କାର ଅଣାଯାଇ ସୁରକ୍ଷିତ ପରିବେଶରେ ରଖାଯାଇ ଗଣତିମଣତି କରାଯିବ।
ରତ୍ନଭଣ୍ଡାର ଗଣତିମଣତି ନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଆଗରୁ କହିଥିଲେ, କାର୍ତ୍ତିକ ମାସରେ ଭକ୍ତଙ୍କ ପ୍ରବଳ ଭିଡ଼ ହେତୁ ଏଏସଆଇ ରତ୍ନଭଣ୍ଡାରର ମରାମତି କାମ କରିପାରିନଥିଲା। ହେଲେ ଏବେ ମରାମତି କାମ ଆରମ୍ଭ ହେବ। ଏନେଇ ଏଏସଆଇ ପକ୍ଷରୁ ପ୍ରସ୍ତୁତି ସରିଛି। ମୁଁ ଆଶା କରୁଛି, ଜାନୁଆରି ଶେଷ ସୁଦ୍ଧା ସରିବ ରତ୍ନଭଣ୍ଡାର ଗଣତିମଣତି।
ସୂଚନାଯୋଗ୍ୟ, ରତ୍ନଭଣ୍ଡାର ଗଣତିମଣତି ପାଇଁ ଏସଓପି ପ୍ରସ୍ତୁତ ସରିଥିଲା। ଏଏସଆଇ ମରାମତି କରି ସାର୍ଟିଫିକେଟ୍ ଦେବା ପରେ ଗଣତିମଣତି ହେବ। ମରାମତି ଏମିତି ହେବା ଦରକାର, ଯେମିତି ୧୦୦ ବର୍ଷ ପାଇଁ ଆବଶ୍ୟକ ପଡ଼ିବନି। ମରାମତିରେ ବ୍ରେକର ଲାଗି ପାରିବନି, ଏହା ଏକ ଗୁରୁତ୍ବପୂର୍ଣ୍ଣ ଅଂଶ। ଏସଓପି ଗୋପନୀୟ। ଏଣୁ ଏହାକୁ ପ୍ରକାଶ କରାଯାଇ ପାରିବ ନାହିଁ। ଠାକୁରଙ୍କ ଯେତିକି ସମ୍ପତ୍ତି ଅଛି, ତାହା ସୁରକ୍ଷିତ ରହିବା ଦରକାର ବୋଲି କୁହାଯାଇଥିଲା।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031