Indus Valley Times

ଆକାଶଛୁଆଁ ଟମାଟୋ ଦର: ସପ୍ତାହକ ଭିତରେ ଛୁଇଁଲା ୧୦୦, ଗ୍ରାହକ ହନ୍ତସନ୍ତ

 Breaking News

ଆକାଶଛୁଆଁ ଟମାଟୋ ଦର: ସପ୍ତାହକ ଭିତରେ ଛୁଇଁଲା ୧୦୦, ଗ୍ରାହକ ହନ୍ତସନ୍ତ

ଆକାଶଛୁଆଁ ଟମାଟୋ ଦର: ସପ୍ତାହକ ଭିତରେ ଛୁଇଁଲା ୧୦୦, ଗ୍ରାହକ ହନ୍ତସନ୍ତ
June 27
13:16 2023

କଟକ,୨୭/୬ : ସେଞ୍ଚୁରି ଛୁଇଁଛି ଟମାଟୋ। ଟମାଟୋ କେଜି ପିଛା ଦାମ ୧୦୦ ଟଙ୍କା ପାର କରିଛି। ପ୍ରତିବର୍ଷ ଏହି ସମୟରେ ଟମାଟୋ କେଜି ପିଛା ୩୦ରୁ ୪୦ ଟଙ୍କାରେ ବିକ୍ରି ହୋଇଥାଏ। କିନ୍ତୁ ଏବର୍ଷ ସ୍ଥିତି ବଦଳି ଯାଇଛି। ୧୦୦ ଟଙ୍କା ଉପରେ ଟମାଟୋ କିଲୋପତି ବିକ୍ରି ହେଉଛି। କଟକରେ ଟମାଟୋ କେଜି ପିଛା ଶହେରୁ ୧୨୦ ଟଙ୍କାରେ ବିକ୍ରି ହେଉଛି। ସେହିପରି ବାଲେଶ୍ୱରରେ କେଜି ପ୍ରତି ୧୦୦ଟଙ୍କା ରହିଛି ଟମାଟୋ ଦର। ବ୍ରହ୍ମପୁରରେ ମଧ୍ୟ ବିଭିନ୍ନ ବଜାରରେ ଟମାଟୋ କେଜି ୧୦୦ ଟଙ୍କାରେ ବିକ୍ରି ହେଉଛି।
ସେହିପରି ଷ୍ଟିଲସିଟି ରାଉରକେଲାରେ ଟମାଟୋ କେଜି ୯୦ ଟଙ୍କାରେ ବିକ୍ରି ହେଉ ଥିବା ବେଳେ ରାଜଧାନୀ ଭୁବନେଶ୍ୱର ୧ ନମ୍ବର ବଜାରରେ ଟମାଟୋ ଦର କେଜି ୮୦ ଟଙ୍କା ରହିଛି । ସମ୍ବଲପୁରରେ ମଧ୍ୟ ଟମାଟୋ କେଜି ପ୍ରତି ୮୦ରୁ ୯୦ ଟଙ୍କା ମଧ୍ୟରେ ରହିଛି। କୋରାପୁଟରେ ଦର ସାମାନ୍ୟ କମ୍ ରହିଛି । ଏଠାରେ ଟମାଟୋ କେଜି ପ୍ରତି ୫୦ ଟଙ୍କା ରହିଛି ।
କେବଳ ଓଡ଼ିଶା ନୁହଁ ଦେଶର ବିଭିନ୍ନ ସହରରେ ଟମାଟୋ ଦର ବୃଦ୍ଧି ପାଇଛି। ବେଙ୍ଗଲୁରରେ ଟମାଟୋ କେଜି ପ୍ରତି ଶହେ ଟଙ୍କା ପାର କରିଛି। ଟମାଟୋ ଦର ବୃଦ୍ଧିକୁ ନେଇ ସାଧାରଣ ଖାଉଟିଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।ଯେଉଁମାନେ ଏକ କେଜି ଟମାଟୋ କିଣୁଥିଲେ,ସେମାନେ ଅଢ଼େଇଶ ଟମାଟୋ କିଣୁଛନ୍ତି।
ଜଣେ ବ୍ୟବସାୟୀ କହିଛନ୍ତି, ବେଙ୍ଗଲୁରରୁ ଓଡ଼ିଶାକୁ ଟମାଟୋ ଆସିଥାଏ। ବେଙ୍ଗଲୁରରେ ପ୍ରବଳ ବର୍ଷା ହେଉଥିବାରୁ ଟମାଟୋ ଗୁଡ଼ିକ ପାଣି ଲାଗି ପଚିଯାଉଛି। ଓଡ଼ିଶାକୁ ଠିକ୍ ଭାବେ ଆମଦାନୀ ହେଉ ନାହିଁ। ଯାହାକିଛି ଆମଦାନୀ ହେଉଛି ତାହା ମଧ୍ୟ ଆଣିଲା ବାଟରେ କିଛି ଟମୋଟୋ ପଚିଯାଉଛି। ଯାହାଫଳରେ ବାଜରରେ ଟମାଟୋ ଅଧିକ ରହିଛି।
୧୫ରୁ ୨୦ ଦିନ ପରେ ଟମାଟୋ ଦର କମିପାରେ ବୋଲି ବ୍ୟବସାୟୀ ସୂଚନା ଦେଇଛନ୍ତି।

About Author

indadmin

indadmin

Related Articles

Archives

Calendar

December 2024
M T W T F S S
 1
2345678
9101112131415
16171819202122
23242526272829
3031