Indus Valley Times

ଆକ୍ସନରେ ଅବକାରୀ ବିଭାଗ, ବିଭିନ୍ନ ଡ୍ୟାନ୍ସ ବାରରେ ଚଢାଉ

 Breaking News

ଆକ୍ସନରେ ଅବକାରୀ ବିଭାଗ, ବିଭିନ୍ନ ଡ୍ୟାନ୍ସ ବାରରେ ଚଢାଉ

ଆକ୍ସନରେ ଅବକାରୀ ବିଭାଗ, ବିଭିନ୍ନ ଡ୍ୟାନ୍ସ ବାରରେ ଚଢାଉ
October 09
12:05 2023

ଭୁବନେଶ୍ୱର,୯/୧୦: ରାଜଧାନୀର ବିଭିନ୍ନ ବାର ଓ ଡ୍ୟାନ୍ସ ବାର ଉପରେ ଅବକାରୀ ବିଭାଗ ପକ୍ଷୁର ଅତର୍କିତ ଚଢ଼ଉ କରାଯାଇଛି। ଅବକାରୀ ଇନ୍ସପେକ୍ଟରଙ୍କ ନେତୃତ୍ୱରେ ଏକ ଟିମ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲା। ଏକାଧିକ ବାର ବନ୍ଦ ରହିଥିବା ବେଳେ, କିଛି ଡ୍ୟାନ୍ସ ବାରରେ ଯୁବତୀଙ୍କ ନୃତ୍ୟ ଦେଖିବାକୁ ମିଳିଥିଲା। ତେବେ ସେମାନଙ୍କର ଆଇଡି ଚେକ କରିବା ସହିତ ଲାଇସେନ୍ସ ଚେକ କରିଥିଲା ଏହି ଟିମ୍।
ମିଳିଥିବା ସୂଚନା ଅନୁସାରେ, ଗୋଟିଏ ଗୋଟିଏ ବାର୍ ଏକାଧିକ ଥର ଆଇନ ଉଲ୍ଲଂଘନ କରି ଚାଲିଛନ୍ତି। ପୁଲିସ ଠାରୁ ମିଳିଥିବା ତଥ୍ୟ ଅନୁସାରେ, କିଛିଦିନ ତଳେ ଅଶୋକନଗରସ୍ଥିତ ରଙ୍ଗିଲା ବାରରେ ଗ୍ରାହକଙ୍କୁ ଆକ୍ରମଣ ଅଭିଯୋଗରେ ୨ଜଣ କର୍ମଚାରୀ ଗିରଫ ହୋଇଥିଲେ।
ସେହିପରି ୨୦୨୨ ଡିସେମ୍ବରରେ ୮ଟି ବାରରେ ପୁଲିସ ଓ ଅବକାରୀ ସ୍କ୍ବାଡ୍ ପକ୍ଷରୁ ମିଳିତ ଭାବେ ଚଢ଼ଉ କରାଯାଇଥିଲା। ରଙ୍ଗିଲା ବାର ଓ ଏକାମ୍ର ବାର ନିୟମ ଉଲ୍ଲଂଘନ କରି ରାତି ୧୨ଟା ପରେ ବାର ଚଳାଉଥିବା ସାମ୍ନାକୁ ଆସିଥିଲା। ଏହି ୨ଟି ବାର୍କୁ ଅବକାରୀ ଅଧୀକ୍ଷକଙ୍କ କାର‌୍ୟ୍ୟାଳୟ ପକ୍ଷରୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିଲା। କେବଳ ଏହି ଦୁଇଟି ଘଟଣା ନୁହେଁ, ଡ୍ୟାନ୍ସ ବାର୍ ଅନୁମତି ନ ଥାଇ ଯୁବତୀଙ୍କୁ ନଚାଉଥିବା ଅଭିଯୋଗରେ ଚଢ଼ଉ କରିଥିଲା ପୁଲିସ। ସେତେବେଳେ ବାର୍କୁ ସିଲ୍ କରିବା ପାଇଁ ଅବକାରୀ ଅଧୀକ୍ଷକଙ୍କୁ ଚିଠି ଲେଖିଥିଲା କମିସନରେଟ ପୁଲିସ। ବିଳମ୍ବିତ ରାତି ପର‌୍ୟ୍ୟନ୍ତ ବାର୍ ଚାଲିଥିବା ଘଟଣା ଅନେକ ଥର ସାମ୍ନାକୁ ଆସିଛି।
ଅଶୋକନଗରସ୍ଥିତ ରଙ୍ଗିଲା ବାର୍ କର୍ତ୍ତୃପକ୍ଷଙ୍କ ବିରୋଧରେ ଦୁଇ ଡ୍ୟାନ୍ସର ଆଣିଥିବା ଅଭିଯୋଗ ଉପରେ ପୁଲିସ ତଦନ୍ତ କରୁଛି। ବାର୍ର ୨ଜଣଙ୍କୁ ଡାକି ସେମାନଙ୍କ ବୟାନ ରେକର୍ଡ କରିବା ସହ ସିଆରପିସି-୪୧ରେ ନୋଟିସ୍ କରି ଛାଡ଼ିଛି।
ସେହିପରି ୨ ଅଭିଯୋଗକାରୀ ଡ୍ୟାନ୍ସର ଆଜି ଡିସିପିଙ୍କୁ ଭେଟିଛନ୍ତି। ଅଭିଯୁକ୍ତଙ୍କ ବିରୋଧରେ କୋହଳ ଦଫା ଓ କୌଣସି କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିବା ସେମାନେ ଡିସିପିଙ୍କ ନିକଟରେ ଅଭିଯୋଗ କରିଥିବା ଜଣାପଡ଼ିଛି। ଡ୍ୟାନ୍ସରଙ୍କ ଅଭିଯୋଗ ଆଧାରରେ ଅଭିଯୁକ୍ତଙ୍କ ବିରୋଧରେ ଆଇପିସି ଦଫା-୩୪୧, ୩୨୩, ୨୯୪, ୫୦୬ ଓ ୩୪ରେ ମାମଲା ରୁଜୁ ହୋଇଛି। ଏହି ମାମଲାରେ ୩ ଜଣ ଅଭିଯୁକ୍ତ ଅଛନ୍ତି, ସେମାନେ ହେଉଛନ୍ତି ପାର୍ଥ, ଓମ୍ ଓ ମୋହନ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031