Indus Valley Times

ଆକ୍ସନରେ କମିଶନରେଟ୍ ପୋଲିସ, ଝାରପଡ଼ାରେ ଜେଲରେ ସକାଳୁ ସକାଳୁ ରେଡ୍

 Breaking News

ଆକ୍ସନରେ କମିଶନରେଟ୍ ପୋଲିସ, ଝାରପଡ଼ାରେ ଜେଲରେ ସକାଳୁ ସକାଳୁ ରେଡ୍

ଆକ୍ସନରେ କମିଶନରେଟ୍ ପୋଲିସ, ଝାରପଡ଼ାରେ ଜେଲରେ ସକାଳୁ ସକାଳୁ ରେଡ୍
March 20
12:52 2024

ଭୁବନେଶ୍ବର, ୨୦/୩: କମିସନରେଟ୍ ପୁଲିସର ସ୍ୱତନ୍ତ୍ର ଟିମ୍ ଝାରପଡା ଜେଲରେ ଚଢ଼ଉ କରିଛି। ଡିସିପି ପ୍ରତୀକ୍ ସିଂହଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ୍ ଜେଲରେ ପହଞ୍ଚି ଚଢ଼ଉ ଚଳାଇଛି।
ଗତକାଲି ଜେଲ୍ ପରିସରରେ ଗ୍ୟାଙ୍ଗୱାର ପରେ କମିସନରେଟ୍ ପୁଲିସ ଏହି ଚଢ଼ଉ କରିଛି। ଜେଲର ପ୍ରତ୍ୟେକ ସେଲରେ ଛାନବିନ୍ କରାଯାଉଛି। ପ୍ରତ୍ୟେକ ୱାର୍ଡରେ ଛାନବିନ୍ କରାଯାଉଛି। ଡିସିପିଙ୍କ ସମେତ ବିଭିନ୍ନ ଜୋନର ପାଖାପାଖି ୬ ଜଣ ଏସିପି ମଧ୍ୟ ଏହି ଚଢଉରେ ସାମିଲ ହୋଇଛନ୍ତି।
ଗତକାଲି ଝାରପଡ଼ା ଭିତରେ ଗ୍ୟାଙ୍ଗୱାରର ଖବର ଆସିଥିଲା। ଦୁଇ ଗୋଷ୍ଠୀ ମଧ୍ୟରେ ପିଟାପିଟି ହୋଇ କିଛି କଏଦୀ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ।
ଏହି ଆକ୍ରମଣରେ ୪ରୁ ଅଧିକ କଏଦୀ ଗୁରୁତର ହୋଇଥିଲେ। ସେମାନଙ୍କୁ ଜେଲ ହସ୍ପିଟାଲରେ ପ୍ରାଥମିକ ଚିକିତ୍ସା ପରେ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା।
ଗତ କିଛି ମାସ ହେବ ଜେଲରେ ମାରପିଟି ବଢିଥିବାବେଳେ ନିଶା କାରବାରକୁ ନେଇ ଏଭଳି ଗଣ୍ଡଗୋଳ ହେଉଥିବା କୁହାଯାଉଛି। ଏଥିଲାଗି ଆଜି କମିସନରେଟ୍ ପୁଲିସ ପକ୍ଷରୁ ଜେଲରେ ଚଢଉ କରାଯାଉଛି।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031