Indus Valley Times

ଆକ୍ସନ ମୁଡରେ ଖଣି ବିଭାଗ : ରାହାଡ଼ପୁର କଳାପଥର ଖାଦାନରେ ଚଢ଼ଉ

 Breaking News

ଆକ୍ସନ ମୁଡରେ ଖଣି ବିଭାଗ : ରାହାଡ଼ପୁର କଳାପଥର ଖାଦାନରେ ଚଢ଼ଉ

ଆକ୍ସନ ମୁଡରେ ଖଣି ବିଭାଗ : ରାହାଡ଼ପୁର କଳାପଥର ଖାଦାନରେ ଚଢ଼ଉ
March 27
11:29 2025

ଅକ୍ଷୟ କୁମାର ରାଉତଙ୍କ ରିପୋର୍ଟ
ଯାଜପୁର, ୨୭/୩ : ବେଶ କିଛି ଦିନ ହେବ ଖଣିଜ ସମ୍ପଦ ଲୁଟ ନେଇ ଜିଲା ଠୁ ଆରମ୍ଭ କରି ବିଧାନ ସଭା ପର୍ଯ୍ୟନ୍ତ ହୋହାଲ୍ଲା ଚାଲିଛି । ଏହି ଖଣି ଚୋରି କୁ ରୋକିବା ପାଇଁ ଆକ୍ସନ ମୁଡ ରେ ଏବେ ଖଣି ବିଭାଗ ଯାଜପୁର ଜିଲ୍ଲା ଗତ ମଙ୍ଗଳବାର ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ଅଧୀନ ରାହାଡ଼ପୁର କଳାପଥର ଖାଦାନ ଉପରେ ଖଣି ଉପନିର୍ଦେଶକ ଜୟପ୍ରକାଶ ନାୟକଙ୍କ ନେତୃତ୍ବରେ ସ୍ବତନ୍ତ୍ର ଟିମ୍ ଚଢ଼ଉ କରି ଗୋଟିଏ ହାଇୱା ସହିତ ୨ଟି କମ୍ରେସର ଜବତ କରିଛନ୍ତି।
ରାହାଡ଼ପୁର ସୈରାତ ନମ୍ବର ୩/୪ ଲିଜ୍ ସନ୍ଦୀପ ଦୀପ ଚଣ୍ଡକଙ୍କ ନାମରେ ରହିଛି। କିନ୍ତୁ ଜବତ କମ୍ରେସର ଦୁଇଟି ଲିଜଧାରୀଙ୍କ ସୀମା ବାହାରେ ଖନନ କରୁଥିବାରୁ କରୁଥିବାରୁ ଚଢ଼ଉ ଟିମ୍ ଗାଡ଼ି ଦୁଇଟି ଜବତ କରିଥିଲେ ।
ସେହିପରି କଳାପଥର ଥର ପରିବହନ କରୁଥିବା ୧୫ ଗାଡ଼ିର ଟିପି ଯାଞ୍ଚ କରିଥିଲେ । ଗୋଟିଏ ହାଇଓ୍ବାର ଟିପି ନଥିଲା । ଟିପି ଥିବା ଗାଡ଼ିଗୁଡ଼ିକୁ ଚଢ଼ଉ ଟିମ୍ ଛାଡ଼ିଥିବାବେଳେ ଟିପି ନ‌ଥିବା ଗାଡ଼ିକୁ ଜବତ କରିଛନ୍ତି। ଧର୍ମଶାଳା ତହସିଲ ଅଧୀନରେ ଥିବା ଲଘୁ ଖଣିଜ ସମ୍ପଦ ଲୁଟ୍ ଓ ରାଜସ୍ବ ହାନି ରୋକିବାକୁ ଖଣି ବିଭାଗ ଅନେକ ସମୟରେ ଆବଶ୍ୟକ ଅଧିକାରୀ ନଥିବା ଦର୍ଶାଇ ଆସୁଥିଲେ ।
ଏପରିକି ଯାଜପୁର ଡିଡିଏମ ଆବଶ୍ୟକ ଖଣି ଅଧିକାରୀ ଓ କର୍ମଚାରୀ ଯୋଗାଇଦେବାକୁ ରାଜ୍ୟସରକାରଙ୍କୁ ବାରମ୍ବାର ପତ୍ର ଲେଖିଥିଲେ। ଆଜି ୫ ଜଣ କନିଷ୍ଠ ମାଇନିଂ ଅଫିସର ଯାଜପୁର ଉପ ଖଣି ନିର୍ଦେଶକଙ୍କ କାର୍ଯ୍ୟାଳୟରେ ଯୋଗଦେଇଛନ୍ତି। କନିଷ୍ଠ ଖଣି ଅଧିକାରୀଙ୍କ ଯୋଗଦାନ ପରେ ଡିଡିଏମଙ୍କ ନେତୃତ୍ବରେ ଧର୍ମଶାଳା ତହସିଲଦାର ସମୀର ରଞ୍ଜନ ଦାସ, ଜେନାପୁର ଥାନା ଅଧିକାରୀ ନିରୁପମା ଜେନା ଓ ବନବିଭାଗ ପକ୍ଷରୁ ମିଳିତ ଚଢ଼ଉ ହୋଇଥିଲା। ଆଜିର ଚଢ଼ଉ ପରେ ବେଆଇନ ଖନନକାରୀଙ୍କ ମଧ୍ୟରେ ଛନ‌କା

ପଶିଛି ଜିଲ୍ଲାରେ ବେଆଇନ ଲଘୁଖଣିଜ ପଦାର୍ଥ ଖନନ ଓ ପରିବହନରେ ଅଙ୍କୁଶ ଲଗାଇବା ସହ ରାଜସ୍ବ ବୃଦ୍ଧି ଲାଗି ଆବଶ୍ୟକ ଗାଡ଼ି ଓ ସ୍ବତନ୍ତ୍ର ଫୋର୍ସ ଯୋଗାଇଦେବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯାଇଥିବା ଖଣି ଉପନିର୍ଦେଶକ କହିଛନ୍ତି। ଆଜିଠାରୁ ନିୟମିତ ଭାବେ ଚଢ଼ଉ କରାଯାଇ ଜବତ ଗାଡ଼ି ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡିଡିଏମ ଶ୍ରୀ ନାୟକ ସୂଚନା ଦେଇଛନ୍ତି ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031