Indus Valley Times

ଆକ୍ସନ ମୋଡ଼ରେ ସରକାର, ଖୋଲାରେ ପେଟ୍ରୋଲ ବିକିବା ନେଇ ଗାଇଡ଼ ଲାଇନ

 Breaking News

ଆକ୍ସନ ମୋଡ଼ରେ ସରକାର, ଖୋଲାରେ ପେଟ୍ରୋଲ ବିକିବା ନେଇ ଗାଇଡ଼ ଲାଇନ

ଆକ୍ସନ ମୋଡ଼ରେ ସରକାର, ଖୋଲାରେ ପେଟ୍ରୋଲ ବିକିବା ନେଇ ଗାଇଡ଼ ଲାଇନ
July 21
13:12 2025

ଭୁବନେଶ୍ବର, ୨୧/୭ : ଆଉ ଖୋଲାରେ ଦିଆଯିବ ନାହିଁ ପେଟ୍ରୋଲ୍ ଏବଂ ଡିଜେଲ । କେବଳ ଗାଡ଼ିର ଇନ୍ଧନ ଟାଙ୍କିରେ ହିଁ ଭରାଯିବ। ବାଲେଶ୍ୱର ଓ ବଳଙ୍ଗା ଘଟଣା ପରେ ପେଟ୍ରୋଲିୟମ୍ ଡିଲରସ୍ ଆସୋସିଏସନ ଏପରି ନିଷ୍ପତ୍ତି ନିଆଯାଇଛି ବୋଲି କହିଛନ୍ତି ପେଟ୍ରୋଲିୟମ୍ ଡିଲରସ୍ ଆସୋସିଏସନ ସଭାପତି ଶଶାଙ୍କ ଶେଖର ସାହୁ ।
ଏହି ନିଷ୍ପତ୍ତି ରାଜ୍ୟର ପ୍ରାୟ ୩,୦୦୦ରୁ ଅଧିକ ପେଟ୍ରୋଲ ପମ୍ପ ଏବଂ ୩ଟି ଡିପୋରେ ଲାଗୁ ହେବ। ତେବେ ପେଟ୍ରୋଲିୟମ ଡିଲରସ୍ ଆସୋସିଏସନ ଏହାକୁ କଡ଼ାକଡ଼ି ପାଳନ କରିବା ପାଇଁ ସମସ୍ତ ପେଟ୍ରୋଲ ପମ୍ପ ମାଲିକ ଓ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସଂଘ ପକ୍ଷରୁ କୁହାଯାଇଛି ଯେ, ପେଟ୍ରୋଲ ପମ୍ପରେ ଏବେ ବୋତଲ ଉପରେ କଡ଼ା କଟକଣା ଲାଗିବ। ଗତକାଲି ରବିବାର ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁସାରେ କେବଳ ସାମ୍ପୁଲ ଓ ଗାଡ଼ିରେ ପେଟ୍ରୋଲ ଦେବାକୁ ନିୟମ କରାଯାଇଛି। ତେବେ କୌଣସି ପରିସ୍ଥିତିରେ ବୋତଲରେ ତେଲ ଦିଆଯିବ ନାହଁ। ଅତି ଆବଶ୍ୟକ ପରିସ୍ଥିତିରେ ପେଟ୍ରୋଲ ନେଉଥିବା ବ୍ୟକ୍ତିଙ୍କ ଆଧାରକାର୍ଡ଼ ଜେରକ୍ସ ରଖି ପେଟ୍ରୋଲ ଦିଆଯାଇପାରିବ ।
ସୂଚନାଥାଉ କି ଗତ ୧୨ ତାରିଖରେ ବାଲେଶ୍ଵର ଫକୀର ମୋହନ କଲେଜ ଛାତ୍ରୀ ନିଜ ଦେହରେ ପେଟ୍ରୋଲ ଢାଳି ଆତ୍ମାହୁତି କରିଥିଲେ। ଭୁବନେଶ୍ଵର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହାପରେ ଗତ ଶନିବାର ପୁରୀ ବଳଙ୍ଗା ଅଞ୍ଚଳରେ ମଧ୍ୟ ଏକ ନାବାଳିକାକୁ ପୋଡି ଦିଆଯାଇଛି । ସେ ବର୍ତ୍ତମାନ ଦିଲ୍ଲୀରେ ଚିକିତ୍ସିତ ହେଉଛନ୍ତି। ଦୁଇଟି ଘଟଣାକୁ ନଜରରେ ରଖି ଏହି ନିଷ୍ପତ୍ତି କରାଯାଇଛି।
ପ୍ରାୟତଃ ପେଟ୍ରୋଲ ପମ୍ପରେ ବୋତଲରେ ଖୋଲାରେ ପେଟ୍ରୋଲ ମିଳିଯାଏ। ଆଉ ମଧ୍ୟ ଗ୍ରାମାଞ୍ଚଳ ଏବଂ ପେଟ୍ରୋଲ ପମ୍ପଠାରୁ ଦୂରରେ ଥିବା ଅଞ୍ଚଳର କିଛି ଦୋକାନରେ ବି ବିକ୍ରି ହେଉଥାଏ ପେଟ୍ରୋଲ। ଆଉ ଏବେ ଏହାର ଦୁରୂପଯୋଗ ହେଉଛି ।
ଚା

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031