Indus Valley Times

ଆଗକୁ ବଢୁନି ମୌସୁମୀ, ଆସନ୍ତା ସପ୍ତାହେ ଯାଏଁ ନାହିଁ ବର୍ଷା, କଲବଲ କରିବ ଗରମ ଏବଂ ଗୁଳୁଗୁଳି

 Breaking News

ଆଗକୁ ବଢୁନି ମୌସୁମୀ, ଆସନ୍ତା ସପ୍ତାହେ ଯାଏଁ ନାହିଁ ବର୍ଷା, କଲବଲ କରିବ ଗରମ ଏବଂ ଗୁଳୁଗୁଳି

ଆଗକୁ ବଢୁନି ମୌସୁମୀ, ଆସନ୍ତା ସପ୍ତାହେ ଯାଏଁ ନାହିଁ ବର୍ଷା, କଲବଲ କରିବ ଗରମ ଏବଂ ଗୁଳୁଗୁଳି
June 03
10:18 2025

ଭୁବନେଶ୍ୱର, ୩/୬: ମୌସୁମୀ ପରେ ରାଜ୍ୟରେ ତାତି ରେକର୍ଡ ଭାଙ୍ଗୁଛି । କିଛି ଦିନର ବର୍ଷା ଓ କୋହଲା ପାଗ ପରେ ରାଜ୍ୟକୁ ଅସହ୍ୟ ତାତି ଓ ଗୁଳୁଗୁଳି ଫେରିଛି । ଗତକାଲି ରାଜ୍ୟର ବିଭିନ୍ନ ସ୍ଥାନରେ ସୂର୍ଯ୍ୟଙ୍କର ପ୍ରକୋପ ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି । ଗତକାଲି ଭୁବନେଶ୍ୱରରେ ୩୯.୬ ତାପମାତ୍ରା ରେକର୍ଡ ହୋଇଛି।
ଆଗାମୀ ଦିନରେ ତାପମାତ୍ରା ଅସହ୍ୟ ହେବାର ସମ୍ଭାବନା ରହିଛି । ୭ ଦିନ ପର‌୍ୟ୍ୟନ୍ତ ରାଜ୍ୟରେ ବର୍ଷା ହେବାର କୌଣସି ସୂଚନା ନାହିଁ । ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ରାଜ୍ୟର ବହୁ କମ ସ୍ଥାନରେ ବର୍ଷା ହେଉଛି କିନ୍ତୁ ଅଧିକାଂଶ ସ୍ଥାନରେ ଗରମ ଓ ଗୁଳୁଗୁଳି ଲାଗି ରହିଛି । ଟ୍ୱିନ ସିଟି ସମେତ ରାଜ୍ୟର ଅଧିକାଂଶ ସ୍ଥାନରେ ଅସହ୍ୟ ତାତି ଅନୁଭୂତ ହେଉଛି । ଆସନ୍ତା ୪ ତାରିଖରୁ ଉପକୂଳ ଅଞ୍ଚଳରେ ଆହୁରି ତାତି ବଢିବ । ଫଳରେ ଜନଜୀବନ ହନ୍ତସନ୍ତ ହେବେ ।
ଆସନ୍ତା ୧୧ କିମ୍ବା ୧୨ ତାରିଖ ସମୟରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଘୂଣ୍ଣି ବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ଘନୀଭୂତ ହୋଇ ଲଘୁଚାପ ରୂପ ନେବା ସହ ଓଡ଼ିଶାର ଉପକୂଳ ଦେଇ ସ୍ଥଳଭାଗ ଛୁଇଁବ । ଫଳରେ ରାଜ୍ୟରେ ଲଘୁଚାପ ପ୍ରଭାବରେ ରଜ ସମୟରେ ବର୍ଷା ହୋଇପାରେ ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31