Indus Valley Times

ଆଗୁଆ ଓଡ଼ିଶା ଛୁଇଁଲା ମୌସୁମୀ, ଘନୀଭୂତ ହେଉଛି ଲଘୁଚାପ

 Breaking News

ଆଗୁଆ ଓଡ଼ିଶା ଛୁଇଁଲା ମୌସୁମୀ, ଘନୀଭୂତ ହେଉଛି ଲଘୁଚାପ

May 28
19:44 2025

ଭୁବନେଶ୍ୱର, ୨୮/୫ : ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ନିର୍ଦ୍ଧାରିତ ସମୟ ପୂର୍ବରୁ ଓଡ଼ିଶା ଛୁଇଁଛି ମୌସୁମୀ । ଦକ୍ଷିଣ ଓଡ଼ିଶାର କିଛି ଅଞ୍ଚଳରେ ମୌସୁମୀ ଛୁଇଁଲା । ଦୀର୍ଘ ୧୬ ବର୍ଷ ପରେ ମେ ମାସରେ ଓଡ଼ିଶା ଆସିଲା ମୌସୁମୀ । ୨୦୦୯ ମସିହାରେ ଶେଷ ଥର ପାଇଁ ମେ ୨୫ ତାରିଖରେ ଓଡ଼ିଶା ଆସିଥିଲା ମୌସୁମୀ । ଆଉ ଚଳିତ ବର୍ଷ ମଧ୍ୟ ୧୬ ବର୍ଷ ପରେ ମେ ୨୮ ତାରିଖ ଅର୍ଥାତ ବୁଧବାର ଦକ୍ଷିଣ ପଶ୍ଚିମ ମୌସୁମୀ ଓଡ଼ିଶା ଛୁଇଁଛି ।
ପାଣିପାଗ ବିଭାଗ ପକ୍ଷରୁ ଯାହା ଆକଳନ କରାଯାଉଥିଲା ତାହା ହୋଇଛି । ସଅଳ ଛୁଇଁଛି ମୌସୁମୀ ବାୟୁ । ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁବାର ମାତ୍ର ଦିନ କେଇଟା ପରେ ଓଡ଼ିଶା ଛୁଇଁଛି ।
ଅନ୍ୟପଟେ ବଙ୍ଗୋପସାଗରରେ ଘନୀଭୂତ ହେଉଛି ଲଘୁଚାପ । ଆଜିଠାରୁ ୩ ଦିନ ରାଜ୍ୟରେ ପ୍ରବଳ ବର୍ଷା । ଆଗାମୀ ୨୪ ଘଣ୍ଟା ୪ ଉପକୂଳ ଜିଲ୍ଲାରେ ଅତି ପ୍ରବଳ ବର୍ଷା ହୋଇପାରେ ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031