Indus Valley Times

ଆଜିଠାରୁ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ଆରମ୍ଭ , ଦୁଲୁକୁଛି କେନ୍ଦ୍ରାପଡ଼ା ଓ ଢେଙ୍କାନାଳ ଜିଲ୍ଲା

 Breaking News

ଆଜିଠାରୁ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ଆରମ୍ଭ , ଦୁଲୁକୁଛି କେନ୍ଦ୍ରାପଡ଼ା ଓ ଢେଙ୍କାନାଳ ଜିଲ୍ଲା

October 10
11:10 2022

ଢେଙ୍କାନାଳ/ କେନ୍ଦ୍ରାପଡ଼ା,: ଦୁଲୁକୁଛି କେନ୍ଦ୍ରାପଡ଼ା ଓ ଢେଙ୍କାନାଳ ଜିଲ୍ଲା। ଆଜିଠାରୁ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ଆରମ୍ଭ ହୋଇଥିବା ବେଳେ ଏଥିନିମନ୍ତେ ଏହି ୨ ଜିଲ୍ଲା ବେଶ୍ ଉତ୍ସବମୁଖର ହୋଇଉଠିଛି। ତୁଳସୀକ୍ଷେତ୍ର କେନ୍ଦ୍ରାପଡା ସମେତ ଢେଙ୍କାନାଳ ଜିଲ୍ଲା ବି ପ୍ରସିଦ୍ଧ ଗଣ ପର୍ବ ଗଜଲଷ୍ମୀ ପୂଜାରେ ପ୍ରକମ୍ପିତ ହେଉଛି।
ଚଳିତ ବର୍ଷ କେନ୍ଦ୍ରାପଡା ସହରର ୬୮ ଗୋଟି ମଣ୍ଡପରେ ପୂଜା ଅନୁଷ୍ଠିତ ହେଉ ଅଛି। ସହର ଉପକଣ୍ଠ ଅଞ୍ଚଳରେ ଶତାଧିକ ମଣ୍ଡପରେ ଧନ ଧାତ୍ର ମା’ଙ୍କ ପୂଜା ଆରମ୍ଭ ହୋଇଛି। ଏହି ପୂଜା ୭ ଦିନ ଧରି ଚାଲିବ। ମଣ୍ଡପରେ ମା’ଙ୍କ ଦିବ୍ୟ ଦର୍ଶନ ପାଇଁ ସମାଗମ ଦେଖିବାର ମିଳିଛି। ବିଭିନ୍ନ ମଣ୍ଡପରେ ସୁଉଚ୍ଚ ତୋରଣ ଆଲୋକମାଳାରେ ଝଲସୁଛି ସାରା ସହର । ତେବେ ପୂଜାକୁ ଶାନ୍ତି ଶୃଙ୍ଖଳା ସହ ପରିଚାଳନା କରିବା ପାଇଁ ସହରର ବିଭିନ୍ନ ସ୍ଥାନରେ ୨୦ ପ୍ଲାଟୁନ ପୁଲିସ ସହିତ ସହରରେ ବିଭିନ୍ନ ସମ୍ବେଦନଶୀଳ ଜାଗାରେ ସିସିଟିଭି ନଜରରେ ରହିବା ସାରା ସହର ।
ସେହିପରି ଗଜଲକ୍ଷ୍ମୀ ପୂଜା ପାଇଁ ଉତ୍ସବମୁଖର ହୋଇପଡ଼ିଛି ଢେଙ୍କାନାଳ ଜିଲ୍ଲା । । କୁମାରପୂର୍ଣ୍ଣିମା ରାତିରୁ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଇ ମା’ଲକ୍ଷ୍ମୀଙ୍କୁ ଆବାହନ କରାଯାଇଛି । ଏଥର ଢେଙ୍କାନାଳରେ ମିଳିତ ବଜାର ପୂଜା କମିଟି ପକ୍ଷରୁ ମୋଟ ୩୮ଟି ପୂଜା ମଣ୍ଡପର ଆୟୋଜନ କରାଯାଇଛି। ବିଭିନ୍ନ ମଣ୍ଡପରେ ଚାନ୍ଦି ମେଢରେ ଝଲସୁଛନ୍ତି ମା’। ୨ ବର୍ଷର କରୋନା କଟକଣା ପରେ ପୂର୍ଣ୍ଣ ମାତ୍ରାରେ ପୂଜାର ଆୟୋଜନ କରାଯାଇଥିବାରୁ ଏଥର ଲକ୍ଷାଧିକ ଶ୍ରଦ୍ଧାଳୁଙ୍କର ସମାଗମ ହେବାର ଆଶା ରଖିଛନ୍ତି ଆୟୋଜକ ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031