Indus Valley Times

ଆଜିଠୁ ଆରମ୍ଭ ହେଉଛି ଗଜଲକ୍ଷ୍ମୀ ପୂଜା, ବିନା ଭକ୍ତରେ ପରଦା ଆଢୁଆଳରେ ହେବ ପୂଜା

 Breaking News

ଆଜିଠୁ ଆରମ୍ଭ ହେଉଛି ଗଜଲକ୍ଷ୍ମୀ ପୂଜା, ବିନା ଭକ୍ତରେ ପରଦା ଆଢୁଆଳରେ ହେବ ପୂଜା

October 19
09:55 2021

ଢେଙ୍କାନାଳ, ୧୯/୧୦ : ଆଜିଠୁ ଆରମ୍ଭ ହେଉଛି ଗଜଲକ୍ଷ୍ମୀ ପୂଜା । ଚଳିତ ବର୍ଷ କରୋନା କଟକଣା ପାଇଁ ବିଶେଷ ଉତ୍ସାହ ନ ଥିଲେ ମଧ୍ୟ କେବଳ ବିଧି ରକ୍ଷା ପାଇଁ ମଣ୍ଡପରେ ହେବ ମା’ଙ୍କ ପୂଜାର୍ଚ୍ଚନା ।
ଗଜଲକ୍ଷ୍ମୀ ପୂଜା ପାଇଁ ପ୍ରସିଦ୍ଧ ଢେଙ୍କାନାଳରେ ଚଳିତ ବର୍ଷ ମଧ୍ୟ ବିଶେଷ କିଛି ସାଜସଜ୍ଜା ହୋଇନାହିଁ । ତେବେ ମଉଡ଼ମଣି ବଜାର, ଗଣେଶ ବଜାର ଓ ଗୁଡ଼ଇାନାଳି ଭଳି କିଛି ମଣ୍ଡପରେ ଚାନ୍ଦି ମେଢ଼ କରାଯାଇଛି ।
ସରକାରଙ୍କ ଗାଇଡଲାଇନ୍ ଅନୁଯାୟୀ, ବିନା ଭକ୍ତରେ ପରଦା ଆଢ଼ୁଆଳରେ ହେବ ପୂଜା । ସହରରେ ୩୮ଟି ପୂଜା ମଣ୍ଡପରେ ୧୧ ଦିନ ଧରି ପୂଜା ପାଇବେ ମା’ ଗଜଲକ୍ଷ୍ମୀ ।
ସେହିପରି କେନ୍ଦ୍ରାପଡ଼ାରେ ମଧ୍ୟ ଗଜଲକ୍ଷ୍ମୀ ପୂଜା ପାଇଁ ସମସ୍ତ ପ୍ରସ୍ତୁତି ସରିଛି । ମୂର୍ତ୍ତି ଛୋଟ ହୋଇଥିଲେ ବି କିଛି ମଣ୍ଡପରେ ମା’ଙ୍କ ଚାନ୍ଦି ମେଢ଼ କରାଯାଇଛି ।
ଚଳିତ ବର୍ଷ କେନ୍ଦ୍ରାପଡାରେ ମୋଟ ୬୮ଟି ମଣ୍ଡପରେ ପୂଜା ପାଇବେ ମା’ । କୋଭିଡ୍ କଟକଣା ପାଇଁ ଭକ୍ତଙ୍କୁ ପୂଜା ମଣ୍ଡପ ବାରଣ ଥିବାରୁ କିଛି ପୂଜା କମିଟି ପକ୍ଷରୁ ଅନ୍ଲାଇନ୍ ଦର୍ଶନର ବ୍ୟବସ୍ଥା କରାଯାଇଛି ।
ପରମ୍ପରା ଦୃଷ୍ଟିରୁ ଲକ୍ଷ୍ମୀ ପୂଜା କେବଳ ବିଧି ମୁତାବକ କରାଯାଉଛି। ସରକାରଙ୍କ ଗାଇଡଲାଇନ୍ ଅନୁଯାୟୀ, କଟକଣାକୁ କଡ଼ାକଡ଼ି ପାଳନ କରାଯାଉଛି ବୋଲି ଏକ ପୂଜା କମିଟି କର୍ମକର୍ତ୍ତା କାଳୀ ପ୍ରସନ୍ନ ସାହୁ କହିଛନ୍ତି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031