Indus Valley Times

ଆଜିଠୁ ଠପ୍ ହେବ ସ୍ବାସ୍ଥ୍ୟ ସେବା: ନର୍ସିଂ କର୍ମଚାରୀ ସଂଘ ଅଟଳ

 Breaking News

ଆଜିଠୁ ଠପ୍ ହେବ ସ୍ବାସ୍ଥ୍ୟ ସେବା: ନର୍ସିଂ କର୍ମଚାରୀ ସଂଘ ଅଟଳ

September 27
10:20 2024

ଭୁବନେଶ୍ୱର, ୨୭/୯ : ୧୦ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଥିବା ଓଡ଼ିଶା ନର୍ସିଂ କର୍ମଚାରୀ ସଂଘ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ହୋଇଥିବା ଆଲୋଚନା ବିଫଳ ହୋଇଛି।
ଏସ୍‌ମା ଲାଗୁ ସତ୍ତ୍ୱେ ଜିଦ୍‌ରେ ଅଟଳ ରହିଛନ୍ତି ନର୍ସିଂ ଅଫିସର। ଆଲୋଚନାକୁ ନେଇ ସଂଘ ସନ୍ତୁଷ୍ଟ ନ ଥିବା କହିଛି। ତେଣୁ ସରକାର ଉଚ୍ଚସ୍ତରୀୟ କମିଟି ଗଠନ କରି ଆଲୋଚନା କରିବାକୁ ଦାବି କରାଯାଇଛି।
ଏଥିସହ ମୁଖ୍ୟମନ୍ତ୍ରୀ କିମ୍ବା ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଆଲୋଚନାକୁ ଆସିବାକୁ ସଂଘ ଆହ୍ବାନ କରିଛି। ବାରମ୍ବାର ଦାବି ସତ୍ତ୍ୱେ ପଦକ୍ଷେପ ନିଆଯାଉ ନ ଥିବାରୁ ଏବେ ଯାହା ପରିଣାମ ହେବ ସେ ନେଇ ରାଜ୍ୟ ସରକାର ଦାୟୀ ରହିବେ ବୋଲି ସଂଘ ପକ୍ଷରୁ କୁହାଯାଇଛି।
ଏପଟେ ୩ ଦିନ ହେବ ନର୍ସିଂ କର୍ମଚାରୀ କାର୍ଯ୍ୟବନ୍ଦ କରିଥିବାରୁ ରାଜ୍ୟର ବିଭିନ୍ନ ମେଡିକାଲରେ ରୋଗୀ ୨ଦିନର ଆନ୍ଦୋଳନ ପରେ ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନ ଥିବାରୁ ଶୁକ୍ରବାରଠାରୁ ଏହାକୁ ଜୋର୍‌ଦାର କରାଯିବ ବୋଲି ସଂଘ ପକ୍ଷରୁ ସୂଚନା ଦିଆଯାଇଛି।
ବୁଧବାରଠାରୁ କେବଳ ଜରୁରିକାଳୀନ ସେବା ଜାରି ରହିଥିଲା। ଶୁକ୍ରବାରଠାରୁ ଜରୁରିକାଳୀନ ସେବାକୁ ମଧ୍ୟ ବନ୍ଦ ରଖାଯିବ। ରାଜ୍ୟର ସମସ୍ତ ନର୍ସିଂ କର୍ମଚାରୀ କାମ ବନ୍ଦ କରି ଆନ୍ଦୋଳନ ଜାରି ରଖିବେ ବୋଲି ସଂଘ ସଭାନେତ୍ରୀ ସୁଚିସ୍ମିତା ଦାଶ ସୂଚନା ଦେଇଛନ୍ତି। ବୁଧବାର ସ୍ବାସ୍ଥ୍ୟ ସଚିବ ଓ ଅନ୍ୟାନ୍ୟ ଅଧିକାରୀଙ୍କ ସହ ହୋଇଥିବା ସେବା ବ୍ୟାହତ ହୋଇଛି। ଏପରିସ୍ଥଳେ ଜରୁରିକାଳୀନ ସେବା ବନ୍ଦ କଲେ ରାଜ୍ୟରେ ସ୍ବାସ୍ଥ୍ୟ ବ୍ୟବସ୍ଥା ଭୁଶୁଡ଼ି ପଡିବ ବୋଲି ଆଶଙ୍କା ପ୍ରକାଶ ପାଇଛି।
ଅପରପକ୍ଷେ ଓଡ଼ିଶା ନର୍ସିଂ କର୍ମଚାରୀ ସଂଘର ଦାବି ପୂରଣ ପାଇଁ ଗୁରୁବାର ବିଭାଗସ୍ତରୀୟ ଆଲୋଚନା କରାଯାଇଥିଲା। ସରକାର ପରିସ୍ଥିତିର ଅନୁଧ୍ୟାନ କରି ସଂଘ ଦ୍ୱାରା ଉପସ୍ଥାପନ କରାଯାଇଥିବା ବିଭିନ୍ନ ଦାବି ଉପରେ ବିଚାରବିମର୍ଶ କରିବା ପାଇଁ ଏକ ଆନ୍ତଃବିଭାଗୀୟ କମିଟି ଗଠନ କରାଯିବ।
ତେଣୁ ଗୁରୁତ୍ୱପୂର୍ଣ୍ଣ ସ୍ବାସ୍ଥ୍ୟସେବାର ଆବଶ୍ୟକତାକୁ ହୃଦୟଙ୍ଗମ କରି ଆନ୍ଦୋଳନକାରୀ ନର୍ସିଂ ଅଫିସରମାନେ ଆନ୍ଦୋଳରୁ ଓହରି କାର‌୍ୟ୍ୟରେ ଯୋଗଦେବାକୁ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031