Legatus

ଆଜିଠୁ ପିଲାଙ୍କର ଆରମ୍ଭ ହେଲା ସକାଳୁଆ ସ୍କୁଲ

 Breaking News

ଆଜିଠୁ ପିଲାଙ୍କର ଆରମ୍ଭ ହେଲା ସକାଳୁଆ ସ୍କୁଲ

ଆଜିଠୁ ପିଲାଙ୍କର ଆରମ୍ଭ ହେଲା ସକାଳୁଆ ସ୍କୁଲ
April 11
10:23 2023

ଭୁବନେଶ୍ୱର,୧୧/୪: ଆଜିଠାରୁ ପିଲାଙ୍କର ଆରମ୍ଭ ହୋଇଛି ସକାଳୁଆ ସ୍କୁଲ। ସକାଳ ୭ଟାରୁ ସାଢେ଼ ୧୧ ଟା ଯାଏ ଚାଲିବ କ୍ଲାସ୍ । ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା ହେଉଥିବା ରାଜ୍ୟର ସମସ୍ତ ସରକାରୀ ଓ ଘରୋଇ ସ୍କୁଲ ସକାଳ ୭ଟାରୁ ସାଢ଼େ ୧୧ଟା ପର‌୍ୟ୍ୟନ୍ତ ଚାଲିବ। ପ୍ରବଳ ଖରାକୁ ନଜରରେ ରଖି ସରକାର ଏପରି ନିଷ୍ପତ୍ତି ନେଇଛନ୍ତି।
ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜିଲ୍ଲାପାଳମାନେ ନିଜ ନିଜ ଜିଲ୍ଲାର ସ୍କୁଲଗୁଡ଼ିକର ସମୟ ନିର୍ଘଣ୍ଟରେ ପରିବର୍ତ୍ତନ କରିପାରିବେ ବୋଲି ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା।
କିଛି ଦିନ ହେବ ରାଜ୍ୟରେ ପଶ୍ଚିମା ଝଡ଼ ପ୍ରଭାବରେ କାଳବୈଶାଖୀ ହେବା ଯୋଗୁ ତାପମାତ୍ର ହ୍ରାସ ପାଇଥିଲା। କିନ୍ତୁ ଦୁଇ ଦିନ ହେବ ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ଅସସ୍ୟ ଗରମ ସାଙ୍ଗ ଗୁଳିଗୁଳି ହେବା ଯୋଗୁ ଘରୁ ବାହାରିବା କଷ୍ଟକର ହୋଇପଡ଼ୁଛୁ। ଗତକାଲି ଝାରସୁଗୁଡ଼ା ସବୁଠାରୁ ଉତ୍ତପ୍ତ ସହର ଥିଲା।
ଝାରସୁଗୁଡ଼ୁର ତାପମାତ୍ରା ୪୦.୪ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ବାରିପଦାରେ ୪୦ ଡିଗ୍ରୀ, ଭୁବନେଶ୍ୱର ୩୯.୭ ଡିଗ୍ରୀ, ଚାନ୍ଦବାଲିରେ ୩୯.୭ ଡିଗ୍ରୀ, ଅନୁଗୋଳରେ ୩୯.୭ ଡିଗ୍ରୀ, ସମ୍ୱଲପୁରରେ ୩୯.୭ ଡିଗ୍ରୀ, ବୌଦ୍ଧରେ ୩୯.୫ ଡିଗ୍ରୀ, ମାଲକାନଗିରିରେ ୩୯.୫ ଡିଗ୍ରୀ, ଟିଟିଲାଗଡ଼ରେ ୩୯ ଡିଗ୍ରୀ. ସୋନପୁରରେ ୩୯.୨ ଡିଗ୍ରୀ, କଟକରେ ୩୯.୧ ଡିଗ୍ରୀ, ସୁନ୍ଦରଗଡ଼ରେ ୩୯ ଡିଗ୍ରୀ, ଜଗତସିଂହପୁରରେ ୩୯ ଡିଗ୍ରୀ ରେକର୍ଡ କରାଯାଇଥିଲା।

About Author

indadmin

indadmin

Related Articles

Archives

Calendar

March 2025
M T W T F S S
 12
3456789
10111213141516
17181920212223
24252627282930
31