Indus Valley Times

ଆଜିଠୁ ପ୍ରବାସୀ ଭାରତୀୟ ସମ୍ମେଳନ, ସ୍ୱାଗତ ପାଇଁ ପ୍ରସ୍ତୁତ ଜନତା ମଇଦାନ

 Breaking News

ଆଜିଠୁ ପ୍ରବାସୀ ଭାରତୀୟ ସମ୍ମେଳନ, ସ୍ୱାଗତ ପାଇଁ ପ୍ରସ୍ତୁତ ଜନତା ମଇଦାନ

ଆଜିଠୁ ପ୍ରବାସୀ ଭାରତୀୟ ସମ୍ମେଳନ, ସ୍ୱାଗତ ପାଇଁ ପ୍ରସ୍ତୁତ ଜନତା ମଇଦାନ
January 08
08:46 2025

ଭୁବନେଶ୍ୱର,୮/୧: ଆଜିଠୁ ତିନିଦିନ ଧରି ଓଡ଼ିଶାରେ ଆରମ୍ଭ ହେବ ପ୍ରବାସୀ ଭାରତୀୟ ସମ୍ମେଳନ। ଓଡ଼ିଶାରେ ପ୍ରଥମଥର ପାଇଁ ପ୍ରବାସୀ ଭାରତୀୟ ଦିବସ ସମ୍ମେଳନ ଆୟୋଜନ କରାଯାଉଛି।
ଏହା ସମ୍ମେଳନ ଯୁବ ସମାବେଶରୁ ଆରମ୍ଭ ହେବ। ଏହି ସମ୍ମେଳନରେ କେନ୍ଦ୍ରମନ୍ତ୍ରୀଙ୍କ ସହ ଅନ୍ୟାନ୍ୟ ମନ୍ତ୍ରୀମଣ୍ଡଳ ଓ ବିଦେଶରୁ ପ୍ରବାସୀମାନେ ଆସି ଯୋଗଦେବେ। ଓଡ଼ିଶାର କଳାକୃତି ଓ ସଂସ୍କୃତିର ଛାପ ଏହି ସମ୍ମେଳନରେ ପରିଲିକ୍ଷିତ ହେବ।
ଏହି ସମ୍ମେଳନ ପାଇଁ ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ଏକ ନବବଧୂ ପରି ସଜେଇ ହୋଇଛି। ବିଭିନ୍ନ ରଙ୍ଗ ବେରଙ୍ଗର ଆଲୋକ ସହିତ ଭିନ୍ନ ଭିନ୍ନ ଫୁଲରେ ମଧ୍ୟ ରାଜଧାନୀକୁ ସଜାଯାଇଛି। ଭୁବନେଶ୍ୱରର ଜନତା ମଇଦାନରେ ଏହି ସମ୍ମେଳନର ଆୟୋଜନ କରାଯାଇଛି। ଜନତା ମଇଦାନକୁ ମଧ୍ୟ ବେଶ ଆକର୍ଷଣୀୟ ଭାବରେ ସଜା ଯାଇଛି । ଭୁବନେଶ୍ୱରରେ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି । ଶାନ୍ତି ଶୃଙ୍ଖଳାର ସହିତ ପ୍ରବାସୀ ଭାରତୀୟ ସମ୍ମେଳନକୁ ତୁଲାଇବା ପାଇଁ ପୋଲିସ ଫୋର୍ସ ମଧ୍ୟ ମୁତୟନ କରାଯାଇଛି।
ଆସନ୍ତାକାଲି ପ୍ରବାସୀ ଭାରତୀୟ ସମ୍ମେଳନକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସେଥିପାଇଁ ଆଜି ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ଆଜି ୮ ତାରିଖରେ ପ୍ରବାସୀ ଭାରତୀୟ ଦିବସର ପ୍ରଥମ ଦିବସରେ ଯୁବ ପ୍ରବାସୀ ଭାରତୀୟ ଦିବସକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବୈଦେଶିକ ମନ୍ତ୍ରୀ ଏସ୍‌.ଜୟଶଙ୍କର ଏବଂ କେନ୍ଦ୍ର ଯୁବ ଓ କ୍ରୀଡ଼ାମନ୍ତ୍ରୀ ଡ. ମନସୁଖ ମାଣ୍ଡଭୀୟ ଶୁଭାରମ୍ଭ କରିବେ ବୋଲି ସୂଚନା ମିଳିଛି । ଏହି ସମ୍ମେଳନରେ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋକପାତ କରାଯିବ। ଆସନ୍ତା ୧୦ ତାରିଖରେ ପ୍ରବାସୀ ଭାରତୀୟ ଦିବସର ଉଦ୍‌ଯାପନୀ ସମାରୋହ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗଦେବାର କାର‌୍ୟ୍ୟକ୍ରମ ରହିଛି।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031