Indus Valley Times

ଆଜିଠୁ ଯାଜପୁର ଜିଲ୍ଲାର ସମସ୍ତ ମନ୍ଦିର, ପର୍ଯ୍ୟଟନ ସ୍ଥଳୀ ଓ ପାର୍କ ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ବନ୍ଦ ରହିବ

 Breaking News

ଆଜିଠୁ ଯାଜପୁର ଜିଲ୍ଲାର ସମସ୍ତ ମନ୍ଦିର, ପର୍ଯ୍ୟଟନ ସ୍ଥଳୀ ଓ ପାର୍କ ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ବନ୍ଦ ରହିବ

ଆଜିଠୁ ଯାଜପୁର ଜିଲ୍ଲାର ସମସ୍ତ ମନ୍ଦିର, ପର୍ଯ୍ୟଟନ ସ୍ଥଳୀ ଓ ପାର୍କ ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ବନ୍ଦ ରହିବ
January 13
09:44 2022

ଯାଜପୁର ୧୩/୧: ଯାଜପୁର ଜିଲ୍ଲାରେ ପ୍ରଶାସନ ପକ୍ଷରୁ କରୋନା କଟକଣା ଜାରି କରାଯାଇଛି। ଆଜିଠୁ ଜିଲ୍ଲାର ସମସ୍ତ ମନ୍ଦିର, ପର୍ଯ୍ୟଟନ ସ୍ଥଳୀ ଓ ପାର୍କ ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ବନ୍ଦ ରହିବ। ଜିଲ୍ଲାରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ପ୍ରଶାସନ ପକ୍ଷରୁ ପୁଣି ଥରେ କଟକଣା ଲାଗୁ କରାଯାଇଛି। ଏନେଇ ଜିଲ୍ଲାପାଳ ଚକ୍ରବର୍ତୀ ସିଂ ରାଠୋର ସୂଚନା ଦେଇଛନ୍ତି ।
ତେବେ ବର୍ତ୍ତମାନ ଦୈନିକ ଶହଶହ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁ ବିଭିନ୍ନ ପର୍ଯ୍ୟଟନସ୍ଥଳୀକୁ ଆସିବା ସହ ମା’ ବିରଜାଙ୍କ ମନ୍ଦିରରେ ଭିଡ ଲଗାଉଛନ୍ତି।
ସେହିପରି ଯାଜପୁର ସହରର କୁସୁମା ପାର୍କ ମଧ୍ୟ ସଂଧ୍ୟାରେ ବହୁ ଭିଡ ପରିଲକ୍ଷିତ ହେଉଛି। ବର୍ତ୍ତମାନ ସମୟରେ ଜିଲ୍ଲାରେ କୋଭିଡ ଉପର ମୁହାଁ ଥିବା ବେଳେ ସଂକ୍ରମଣ ୬ ଶହ ପାର ହୋଇଛି। ତେଣୁ ଏପରି କଟକଣା ଲଗାଇଛି ଜିଲ୍ଲା ପ୍ରଶାସନ ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031