Indus Valley Times

ଆଜିଠୁ ସ୍କୁଲ୍ ଯିବେ ପ୍ରଥମରୁ ସପ୍ତମ ପିଲା,ପ୍ରଥମ ସପ୍ତାହ ଆକ୍ଟିଭିଟି କ୍ଲାସ୍

 Breaking News

ଆଜିଠୁ ସ୍କୁଲ୍ ଯିବେ ପ୍ରଥମରୁ ସପ୍ତମ ପିଲା,ପ୍ରଥମ ସପ୍ତାହ ଆକ୍ଟିଭିଟି କ୍ଲାସ୍

ଆଜିଠୁ ସ୍କୁଲ୍ ଯିବେ ପ୍ରଥମରୁ ସପ୍ତମ ପିଲା,ପ୍ରଥମ ସପ୍ତାହ ଆକ୍ଟିଭିଟି କ୍ଲାସ୍
February 28
10:12 2022

ଭୁବନେଶ୍ୱର ୨୮/୨ : ଆଜିଠୁ ସ୍କୁଲ୍ ଯିବେ ପ୍ରଥମରୁ ସପ୍ତମ ପିଲା,ପ୍ରଥମ ସପ୍ତାହ ଆକ୍ଟିଭିଟି କ୍ଲାସ୍। ଦୁଇ ବର୍ଷ ପରେ ଦେଖିବେ କ୍ଲାସ ରୁମ। ହେଲେ ପ୍ରଥମ ସପ୍ତାହ ପାଠପଢା ହେବନି। ଦୁଇ ବର୍ଷ ଧରି ଘରେ କେମିତି କଟିଲା ସେ ନେଇ ଷ୍ଟୋରୀ ଲେଖିବା ସହ ବିଭିନ୍ନ ଆକ୍ଟିଭିଟି କରାଯିବ ।
ଏହାସହ ଯେହେତୁ ପିଲା ମାନଙ୍କର ଦୁଇ ବର୍ଷ ଧରି ସିଧାସଳଖ କ୍ଲାସ ପ୍ରମୋସନ ହୋଇଛି। ତେଣୁ ଦୁଇ ବର୍ଷର ପାଠ ପଢା କ୍ଷତି ଭରଣା କରିବା ପାଇଁ ସ୍ଵତନ୍ତ୍ର ପୁସ୍ତିକା କୋର୍ସରେ ସାମିଲ କରିବାକୁ ସରକାର ଯୋଜନା କରିଛନ୍ତି।
ସ୍କୁଲ ହତା ମାଡିବେ ପ୍ରଥମରୁ ସପ୍ତମ ଶ୍ରେଣୀ ପିଲା। କ୍ଲାସ ରୁମରେ ଚାଲିବ ପଠା ପଢା। ଆଉ ଏଥର ମୋବାଇଲ କି କଂପ୍ୟୁଟରରେ ଅନଲାଇନ ପାଠପଢା ନୁହେଁ। ଶ୍ରେଣୀ ଗୃହରେ ବସି କଳାପଟାରେ ପାଠ ପଢି ପାରିବେ।
ପିଲାଙ୍କ ମାଇଣ୍ଡ ରିଫ୍ରେସ କରିବା ପାଇଁ ସ୍କୁଲରେ ସପ୍ତାହେ ବ୍ୟାପି ପଜଲ ଗେମ୍, ପେଣ୍ଟିଂ ଓ ବିଭିନ୍ନ ଶିକ୍ଷାଧର୍ମୀ ଖେଳ ଆଦି ଆକ୍ଟିଭିଟି କରାଯିବ । ଯେହେତୁ ପିଲା ମାନଙ୍କର ଦୁଇ ବର୍ଷ ଧରି ସିଧାସଳଖ କ୍ଲାସ ପ୍ରମୋସନ ହୋଇଛି । ତେଣୁ ଦୁଇ ବର୍ଷର ପାଠପଢା କ୍ଷତି ଭରଣା ପାଇଁ ସ୍ଵତନ୍ତ୍ର ପୁସ୍ତିକା କୋର୍ସରେ ସାମିଲ କରାଯିବ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031