Indus Valley Times

ଆଜିଠୁ ୩ ଦିନ ଧରି ବନ୍ଦ ରହିବ ଶ୍ରୀମନ୍ଦିର, ସର୍ବସାଧାରଣ ଦର୍ଶନ ମନା

 Breaking News

ଆଜିଠୁ ୩ ଦିନ ଧରି ବନ୍ଦ ରହିବ ଶ୍ରୀମନ୍ଦିର, ସର୍ବସାଧାରଣ ଦର୍ଶନ ମନା

ଆଜିଠୁ ୩ ଦିନ ଧରି ବନ୍ଦ ରହିବ ଶ୍ରୀମନ୍ଦିର, ସର୍ବସାଧାରଣ ଦର୍ଶନ ମନା
August 28
10:10 2021

ପୁରୀ ୨୮/୮: ଦୀର୍ଘ ଦିନର ଅପେକ୍ଷା ପରେ ଭକ୍ତମାନେ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ ସୁଯୋଗ ପାଇଛନ୍ତି । ପ୍ରତିଦିନ ହଜାର ହଜାର ଭକ୍ତ ଏହାର ସୁଯୋଗ ନେଉଛନ୍ତି । ୫ଦିନ ମଧ୍ୟରେ ୫୦ହଜାରରୁ ଅଧିକ ଦର୍ଶନାର୍ଥୀ ଶ୍ରୀମନ୍ଦିର ପ୍ରବେଶ କରି ପ୍ରଭୁଙ୍କ କୃପା ଭିକ୍ଷା କରିଛନ୍ତି ।
ସବୁ ଭକ୍ତ କରିଛନ୍ତି ଅଶ୍ରୁଳ ପ୍ରାର୍ଥନା ‘ପ୍ରଭୁ ଆଉ ଆମକୁ ଅନାଥ କରନି, କୋଭିଡ୍କୁ ଅଟକାଅ, ଆମେ ଆପଣଙ୍କୁ ସହଜରେ ଦର୍ଶନ କରିବୁ ।
ଶ୍ରୀମନ୍ଦିର ଭିତରେ ସହଜ ଦର୍ଶନ ପାଇଁ ଭକ୍ତ ସନ୍ତୋଷ ପ୍ରକାଶ କରୁଛନ୍ତି । ବାହାରେ କିଛି ଅବ୍ୟବସ୍ଥା ନେଇ ବିମୁଖ ହେଉଛନ୍ତି । ଏହାର ମୁଖ୍ୟ କାରଣ ହେଉଛି ମୁଣ୍ଡ ଫଟା ଖରା । ଖରାତାତିରେ ଚଲାପଥ ଗରମରେ ଭକ୍ତ କଲବଲ ହେଉଛି ।
ଏବେ ଏହାର ପ୍ରତିକାର ପାଇଁ ଉତ୍ତର ଦ୍ୱାରଠାରୁ ଦୋଳବେଦି ଜୋତା ଷ୍ଟାଣ୍ଡ ପର୍ଯ୍ୟନ୍ତ ଧଳା ରଙ୍ଗ ବୋଳା ଯାଇ ରାସ୍ତାରେ କତା କାର୍ପେଟ ପଡିଛି । ଏହା କିଛି ମାତ୍ରାରେ ସମସ୍ୟାର ସମାଧାନ କରିଛି ।
ଭକ୍ତଙ୍କ ଗହଳି ଜୋର ଧରୁଥିବା ବେଳେ ଶନିବାର ଠାରୁ ତିନି ଦିନ ଧରି ଶ୍ରୀମନ୍ଦିର ଦର୍ଶନ ବନ୍ଦ ରହିବା ଖବର ଭକ୍ତଙ୍କୁ ଚିନ୍ତିତ କରିଛି । ଶନି, ରବି ସପ୍ତାହାନ୍ତ ଲକ ଡାଉନ ସାଙ୍ଗକୁ ସୋମବାର ଜନ୍ମାଷ୍ଟମୀ ତିଥିରେ ମଧ୍ୟ ଶ୍ରୀମନ୍ଦିର ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ଘୋଷଣା କରିସାରିଛି ।
ଏହି କାରଣରୁ ଦୂରଦୂରାନ୍ତର ଦର୍ଶନାର୍ଥୀମାନେ ଶ୍ରୀମନ୍ଦିରକୁ ନ ଆସିବାକୁ ମନ୍ଦିର ପ୍ରଶାସନ ପରାମର୍ଶ ଦେଇଛି । ତିନି ଦିନିଆ ଲକ ଡାଉନ ସହରରେ ବୋପାର ବଣିଜକୁ ବି ପ୍ରଭାବିତ କରିବ ବୋଲି ବୋପାରୀମାନେ କହିଛନ୍ତି ।
ଗତ ଦୁଇ ଦିନରେ କେବଳ ୨୧ ହଜାର ୨୦୦ ଭକ୍ତ ଶ୍ରୀମନ୍ଦିର ଦର୍ଶନ କରିଛନ୍ତି । ଭକ୍ତଙ୍କ ସଂଖ୍ୟା ସହ ଶ୍ରୀମନ୍ଦିର ହୁଣ୍ଡି ଆୟ ମଧ୍ୟ ବଢ଼ି ବଢ଼ି ଚାଲିଛି । ଅଗଷ୍ଟ ୨୬ ଓ ୨୭ ତାରିଖରେ କେବଳ ଶ୍ରୀମନ୍ଦିର ହୁଣ୍ଡିରେ ୬ ଲକ୍ଷ ଟଙ୍କାର ଦାନ ପଡିଛି ।
ତା ବ୍ୟତିତ ଦୁଇ ଦିନରେ ଦଶ ଗ୍ରାମ ୫୯୦ ମିଲିଗ୍ରାମ ସୁନା ଦାନ,୨୬ ଗ୍ରାମ ୬୦୦ ମିଗ୍ରା ରୁପା ହୁଣ୍ଡିରେ ପଡିଛି । ପରିସ୍ଥିତି ଅନୁକୂଳ ରହିଲେ ଏହି ପରିମାଣ ଆହୁରି ବଢ଼ିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ଆଶା ବ୍ୟକ୍ତ କରିଛି ।

Tags
Share

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031