Indus Valley Times

ଆଜି ଆଶିଂକ ସୂର୍ଯ୍ୟପରାଗ

 Breaking News

ଆଜି ଆଶିଂକ ସୂର୍ଯ୍ୟପରାଗ

ଆଜି ଆଶିଂକ ସୂର୍ଯ୍ୟପରାଗ
October 25
09:40 2022

ନୂଆଦିଲ୍ଳୀ, ୨୫/୧୦: ଆଜି ଦେଶର ଅଧିକାଂଶ ଅଞ୍ଚଳରେ ଆଂଶିକ ସୂର୍ଯ୍ୟ ପରାଗ ଦେଖିବାକୁ ମିଳିବ। ପ୍ରଥମ ଥର ପାଇଁ ଦେଶ ସାରା ଏହି ଆଂଶିକ ସୂର୍ଯ୍ୟ ପରାଗ ଦେଖିବାକୁ ମିଳିବ। ଆଗାମୀ ୧୦ ବର୍ଷ ପର୍ଯ୍ୟନ୍ତ ଏପରି ସୂର୍ଯ୍ୟ ପରାଗ ଦେଖିବାକୁ ମିଳିବନି। ଏପ୍ରିଲ୍ ୩୦ରେ ଏବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ଦେଖିବାକୁ ମିଳିଥିବା ବେଳେ ଆଜି ପରାଗ ହେଉଛି ଏବର୍ଷର ଶେଷ ସୂର‌୍ୟ୍ୟପରାଗ।
ସୂର୍ଯ୍ୟ ପରାଗ ସମୟରେ ଆମକୁ ଆବଶ୍ୟକୀୟ ସତର୍କତା ଗ୍ରହଣ କରିବାକୁ ପଡ଼ିବ। ଆଜି ଦିନରେ ଖାଲି ଆଖିରେ ସୂର୍ଯ୍ୟଙ୍କୁ ଦେଖିବା ମନା। ଖାଲି ଆଖିରେ ସୂର୍ଯ୍ୟ ଙ୍କୁ ଦେଖିଲେ ଆଖି ଉପରେ କୁପ୍ରଭାବ ପଡ଼ିଥାଏ।
ସୂର୍ଯ୍ୟ ପରାଗ ଦେଖିବାକୁ ଆଖିରେ ସ୍ବତନ୍ତ୍ର ପ୍ରକାରର ପରାଗ ଚଷମା ପିନ୍ଧନ୍ତୁ। ଯାହାକି ଆଖିକୁ ପରାଗର କୁପ୍ରଭାବରୁ ରକ୍ଷା କରିଥାଏ। ଖାଲି ଆଖିରେ ସୂର୍ଯ୍ୟ ଙ୍କୁ ଦେଖିଲେ ଆଖି ଖରାପ ହେବାର ଖୁବ୍ ସମ୍ଭାବନା ରହିଛି।
ସୂର୍ଯ୍ୟ ପରାଗ ଲାଗୁଥିବା ବେଳେ ଅନ୍ନ କିମ୍ବା ସଙ୍ଗେ ସଙ୍ଗେ ରାନ୍ଧି କରି ଖାଦ୍ୟ ଖାଇବା ଅସୁସ୍ଥକର ହୋଇଥାଏ। ସେଥିପାଇଁ ପୂର୍ବରୁ ରନ୍ଧା ଯାଇଥିବା ଖାଦ୍ୟକୁ ଖାଇପାରିବେ। ସେହି ସମୟରେ ପାକ ନିଷେଧ ରହିଛି।
ମଙ୍ଗଳବାର ଅମାବାତ୍ୟା ତିଥିରେ ସୂର୍ଯ୍ୟ ପରାଗ ଥିବାରୁ ଲୋକେ ସୋମବାର ଦୀପାବଳି ପାଳନ କରିବା ସହ ପୟା ଶ୍ରାଦ୍ଧ ବି ସାରିଦେଇଛନ୍ତି। ତେବେ କେତୁଗ୍ରସ୍ତ ଖଣ୍ଡଗ୍ରାସ ସୂର୍ଯ୍ୟ ପରାଗ ଅପରାହ୍ନ ୪.୫୬ ମିନିଟ ୫୨ ସେକେଣ୍ଡରେ ସ୍ପର୍ଶ କରିବ। ସନ୍ଧ୍ୟା ୬.୨୬.୫୨ ସେକେଣ୍ଡରେ ମୋକ୍ଷାପ୍ରାପ୍ତି ହେବ।
ତେବେ ୧୨ ଘଣ୍ଟା ପୂର୍ବରୁ ପାକତ୍ୟାଗ ସହ ଦେବନୀତି ନିଷେଧ କରାଯାଇଛି। ତେବେ ସର୍ବ ମୋକ୍ଷ ପରେ ଦୈନନ୍ଦିନ ନୀତି ଆରମ୍ଭ ହେବ। କିନ୍ତୁ ବୁଧବାର ସୂର୍ଯ୍ୟୋଦୟ ପରେ ଦେବନୀତି ଆରମ୍ଭ ହେବ। କାର୍ତ୍ତିକ ମାସରେ ବ୍ରତ ଚାଲିଥିବାରୁ ପୁରୀ ଶ୍ରୀମନ୍ଦିରରେ ନୀତିକାନ୍ତିରେ ପରିବର୍ତ୍ତନ କରାଯାଇଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031