Indus Valley Times

ଆଜି କଟକ ସହର କରୁଛି ଜାତିର ଜନକ ମହାତ୍ମା ଗାନ୍ଧିଙ୍କ ଆଗମନର ଶତବାର୍ଷିକି ଉତ୍ସବ

 Breaking News

ଆଜି କଟକ ସହର କରୁଛି ଜାତିର ଜନକ ମହାତ୍ମା ଗାନ୍ଧିଙ୍କ ଆଗମନର ଶତବାର୍ଷିକି ଉତ୍ସବ

ଆଜି କଟକ ସହର କରୁଛି ଜାତିର ଜନକ ମହାତ୍ମା ଗାନ୍ଧିଙ୍କ ଆଗମନର ଶତବାର୍ଷିକି ଉତ୍ସବ
March 23
10:23 2021

ଭୁବନେଶ୍ୱର, ୨୩/୩ : ଆଜି କଟକ ସହର କରୁଛି ଜାତିର ଜନକ ମହାତ୍ମା ଗାନ୍ଧିଙ୍କ ସହରକୁ ଆଗମନର ଶତବାର୍ଷିକି ଉତ୍ସବ । ଏଥିପାଇଁ ସହରରେ ଏକ ସ୍ବତନ୍ତ୍ର କାର‌୍ୟ୍ୟକ୍ରମର ଆୟୋଜନ କରାଯାଇଛି । କଟକ ରେଳଷ୍ଟେସନରୁ ବାପୁ ଯେଉଁ ବାଟ ଦେଇ କାଠଯୋଡ଼ି ନଦୀକୂଳରେ ପହଁଚି ସଭା କରିଥିଲେ ସେହି ବାଟ ଦେଇ ଏକ ବିଶାଳ ଶୋଭାଯାତ୍ରା ଯିବାର କାର‌୍ୟ୍ୟକ୍ରମ ରହିଛି । ଏହା ସହ ସେହି ସମୟରେ ଗାନ୍ଧୀଜି ବ୍ୟବହାର କରିଥିବା ବିଭିନ୍ନ ସାମଗ୍ରୀଗୁଡ଼ିକର ଫୋଟୋ ଚିତ୍ର ଗୁଡିକ ଏକ ପ୍ରଦର୍ଶନୀ ମଧ୍ୟ ଲଗାଯାଇଛି ।
୧୯୨୧ ମସିହା ମାର୍ଚ୍ଚ ମାସ ୨୩ ତାରିଖ ଦିନ ଓଡ଼ିଶା ଗ୍ରସ୍ତରେ ଆସିଥିବା ଜାତିର ପିତା ମହାତ୍ମା ଗାନ୍ଧୀ କାଠଯୋଡ଼ି ନଦୀ ପଠାରେ ଏକ ସଭାର ଆୟୋଜନ କରିଥିଲେ । ସେହି ଐତିହାସିକ ଦିନର ସ୍ମୁତିଚାରଣ କରିବା ପାଇଁ ଏକାଠି ହୋଇଛି ଐତିହାସିକ ସହର କଟକ । ଏନେଇ ମଙ୍ଗଳବାର କଟକ ସହରରେ ଏକ ସ୍ବତନ୍ତ୍ର ଉତ୍ସବର ଆୟୋଜନ କରାଯାଇଛି । ସ୍ବାଧୀନତା ସଂଗ୍ରାମର ସ୍ମୁତି ବହନ କରୁଥିବା ଦରଘାବଜାର ସ୍ଥିତ ପୁରୁଣା ଜେଲରେ ଏକ ପଟୋଚିତ୍ର ପ୍ରଦର୍ଶନୀର ଆୟୋଜନ କରାଯାଇଛି । ଏହା ସହ ଏହି ପ୍ରଦର୍ଶନୀରେ ପ୍ରଦର୍ଶିତ ହେଉଛି ଶହେ ବର୍ଷ ତଳେ ବାପୁ ବ୍ୟବହାର କରିଥିବା ବିଭିନ୍ନ ସାମଗ୍ରୀ ।ଏକ ବିଶାଳ ରାଲିର ଆୟୋଜନ କରାଯାଇଛି ।
କଟକ ଜିଲ୍ଲା ପ୍ରଶାସନ କଟକ ରେଳଷ୍ଟେସନରୁ ବାହାରି ଗାନ୍ଧି ସହରର ଯେଉଁ ବାଟ ଦେଇ କାଠଯୋଡ଼ି ନଦୀ ପଠା ପର‌୍ୟ୍ୟନ୍ତ ଯାଇଥିଲେ ସେହି ରାସ୍ତା ଦେଇ ଏକ ବିରାଟ ରାଲି ହେଉଛି । ଏଥିରେ ଗାନ୍ଧୀଜୀଙ୍କ ସ୍ମୁତି ଚାରଣ କରୁଥିବା ବିଭିନ୍ନ ପ୍ରକାର ପ୍ରତିକୃତି ବା ପ୍ରଜ୍ଞାପନ ମେଢ ମଧ୍ୟ ବାହାରିଛି । ଏହି ଶୋଭା ଯାତ୍ରାରେ ସ୍ବାଧୀନତା ସଂଗ୍ରୀମୀଙ୍କ ସହ କଟକ ସହରର ସାଧାରଣ ଲୋକେ ଓ ପୂଜା କମିଟି ଗୁଡ଼ିକ ମଧ୍ୟ ଭାଗ ନେଉଛନ୍ତି ।
– ଖବର ଓଡ଼ିଶା

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031