Indus Valley Times

ଆଜି ଗଜପତି ଜିଲ୍ଲାରେ ପହଞ୍ଚିବ ଅହିଂସା ରଥ

 Breaking News

ଆଜି ଗଜପତି ଜିଲ୍ଲାରେ ପହଞ୍ଚିବ ଅହିଂସା ରଥ

September 21
12:38 2022

ଗଣେଶ କୁମାର ରାଜୁଙ୍କ ରିପୋଟ
ପାରଳାଖେମୁଣ୍ଡି,୨୧/୯: ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ ଅବସରରେ ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ସ୍ମୃତିକୁ ସ୍ମରଣ କରିବା ଊଦ୍ଦେଶ୍ୟରେ ସାରା ରାଜ୍ୟରେ ଗତ ୧୫ ଅଗଷ୍ଟରୁ ଅହିଂସା ରଥ ପରିକ୍ରମା କରୁଚ୍ଥି । ଏହି କ୍ରମରେ ବୁଧବାର ପୂର୍ବାହ୍ନରେ ୨ ଗୋଟି ଅହିଂସା ରଥ ଗଜପତି ଜିଲ୍ଲାରେ ଆସି ପହଞ୍ଚିବ । ଗାନ୍ଧିଜୀଙ୍କ ପରିଦର୍ଶନ ସ୍ଥାନ ପାରଳାଖମୁଣ୍ଡି ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଭବ୍ୟ ସ୍ୱାଗତ କରାଯିବା ପରେ ଜିଲ୍ଲାର ୭ ଗୋଟି ବ୍ଲକ୍ ଓ ପାରଳାଖମୁଣ୍ଡି ପୌର ପରିଷଦ ଓ କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ପରିକ୍ରମା କରିବା ସହ ସ୍ୱାଧୀନତା ସଂଗ୍ରାମର ଗାଥାକୁ ଚଳଚିତ୍ର ମାଧ୍ୟମରେ ପ୍ରସାର କରାଯିବ ।
ସ୍ୱାଧୀନତା ସଂଗ୍ରାମ ସହ ଜଡିତ ସ୍ମୃତି ଅଞ୍ଚଳରେ ବିଶେଷ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହେବା ସହ ବୁଧବାର ଓ ଗୁରୁବାର ଏଇ ଦୁଇ ଦିନ ଧରି ଅହିଂସା ରଥ ଜିଲ୍ଲା ପରିକ୍ରମା କରିବ । ରହଣି ସ୍ଥାନରେ ଭବ୍ୟ ସ୍ୱାଗତ ସମ୍ୱର୍ଦ୍ଧନା ସହ ଭିଡିଓ ପ୍ରଦର୍ଶନ, ସଭା, ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶିତ ହେବ । ଏ ନେଇ ଆବଶ୍ୟକ ପ୍ରସ୍ତୁତି ତଥା ଅହିଂସା ରଥ ଯାତ୍ରାକୁ ସୁଗମ ଓ ଶୃଙ୍ଖଳିତ କରିବାକୁ ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡା ଜିଲ୍ଲାର ସମସ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଚ୍ଥନ୍ତି ।
ଏହି କାର୍ଯ୍ୟକ୍ରମରେ ଜନ ପ୍ରତିନିଧି , ଅଙ୍ଗନୱାଡି କର୍ମୀ , ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ , ସ୍ୱେଚ୍ଚ୍ଥାସେବୀ ଓ ଚ୍ଥାତ୍ରଚ୍ଥାତ୍ରୀଙ୍କୁ ସାମିଲ ହେବାକୁ ନିବେଦନ କରାଯାଇଚ୍ଥି ।
କାର‌୍ୟ୍ୟକ୍ରମରେ ବହୁ ସଂଖ୍ୟାରେ ଜନସାଧାରଣ ସାମିଲ ହୋଇ ୭୫ ତମ ବର୍ଷ ପୂର୍ତ୍ତିର ଆନନ୍ଦ ନେବା ସହ ଅହିଂସା ଓ ଦେଶପ୍ରେମରେ ଊଦ୍ବୁଦ୍ଧ ହେବା ପାଇଁ ଜିଲ୍ଳ୍ ପ୍ରଶାସନ ତରପଂରୁ ଜିଲ୍ଲାବାସୀଙ୍କୁ ନିବେଦନ କରାଯାଇଚ୍ଥି ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031