Indus Valley Times

ଆଜି ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିିକା ମୁକାବିଲା, ସ୍ୱତନ୍ତ୍ର ରଣନୀତି ନେଇ ଓହ୍ଲାଇବ ଟିମ୍ ଇଣ୍ଡିଆ

 Breaking News

ଆଜି ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିିକା ମୁକାବିଲା, ସ୍ୱତନ୍ତ୍ର ରଣନୀତି ନେଇ ଓହ୍ଲାଇବ ଟିମ୍ ଇଣ୍ଡିଆ

ଆଜି ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିିକା ମୁକାବିଲା, ସ୍ୱତନ୍ତ୍ର ରଣନୀତି ନେଇ ଓହ୍ଲାଇବ ଟିମ୍ ଇଣ୍ଡିଆ
June 12
10:29 2022

କଟକ, ୧୨/୬: ଦୀର୍ଘ ଅଢ଼େଇ ବର୍ଷ ବ୍ୟବଧ୍ୟାନ ପରେ ପୁଣି ବାରବାଟୀରେ ହେବାକୁ ଯାଉଛି ଅନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍। ଆଜି ସଂଧ୍ୟା ୭ଟାରେ ମୁହାଁମୁହିଁ ହେବେ ଭାରତ-ଦକ୍ଷିଣ ଆଫ୍ରିକା ଟିମ୍।
ଚଳିତ ୫ଟିକିଆ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ୍ ଖେଳିବାକୁ ସେମାନେ ଏଠାରେ ପଡ଼ିଆକୁ ଓହ୍ଲାଇବେ। ଏହି ମ୍ୟାଚ୍କୁ ନେଇ ରାଜ୍ୟର କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ନାହିଁ ନ ଥିବା ଉତ୍ସାହ ଦେଖିବାକୁ ମିଳିଛି।
ସିରିଜ୍ର ପ୍ରଥମ ମ୍ୟାଚ୍ ଭାରତ ହାରିଥିଲା। ବାରବାଟୀରେ ମ୍ୟାଚ୍ ଜିତି ଦଳ ସିରିଜ୍କୁ ସମାନ ସ୍ଥିତିକୁ ଆଣିବାକୁ ଲକ୍ଷ୍ୟ ରଖିଛି। ଗତକାଲି ବାରବାଟୀରେ ଅଭ୍ୟାସ କରିବା ପୂର୍ବରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଭୁବନେଶ୍ୱର କୁମାର ମଧ୍ୟ ଏହି କଥା କହିଥିଲେ।
ସେ କହିଥିଲେ ଯେ ପ୍ରଥମ ମ୍ୟାଚ୍ରେ ଦଳ ଭଲ ବୋଲିଂ କରି ନଥିବାରୁ ହାରିଲା। ଏଥର ବ୍ୟାଟିଂ ସହ ଭଲ ବୋଲିଂ କରି ଦଳ ବିଜୟ ଧାରାକୁ ଫେରିବ ଓ ସିରିଜ୍କୁ ବରାବର ସ୍ଥିତିକୁ ଆଣିବ।
ଅନ୍ୟପକ୍ଷରେ ସାଉଥ୍ ଆଫ୍ରିକା ତା’ର ବିଜୟ ଅଭିଯାନକୁ ଜାରି ରଖିବାକୁ ପ୍ରୟାସ କରିବ। ତେଣୁ ବାରବାଟୀରେ ଆଜି ଦୁଇ ଦଳ ଭିତରେ ଦମ୍ଦାର ଟକ୍କର ହେବ ବୋଲି ଆଶା କରୁଛନ୍ତି କ୍ରିକେଟ୍ ପ୍ରେମୀ। ଗତକାଲି ଦୁଇ ଦଳର ଖେଳାଳି ବାରବାଟୀ ଯାଇ ପଡ଼ିଆରେ ବେଶ୍ କିଛି ସମୟ ଅଭ୍ୟାସ କରିଥିଲେ।
ଷ୍ଟାଡିୟମ୍ରେ ବସି ଖେଳ ଦେଖିବାକୁ ଥିବା କ୍ରୀଡ଼ାପ୍ରେମୀଙ୍କ ଉପରେ ଲାଗିଛି ଅନେକ କଟକଣା। ଷ୍ଟାଡିୟମ୍ ଭିତରେ ସମସ୍ତଙ୍କୁ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି। ସାଙ୍ଗରେ କେବଳ ମୋବାଇଲ୍, ଚଷମା, ଟିକେଟ୍ ଓ ମାସ୍କ ନେଇପାରିବେ।
ପାଣି ବୋତଲ, ହେଲମେଟ୍, ଖୁଚୁରା ପଇସା,ଖାଇବା ପ୍ୟାକେଟ୍ ବ୍ୟାଗ୍, ଲାଠି, ଲାଇଟର ଓ ଦିଆସିଲି ବକ୍ସ ନେବାକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି। ପୁଣି ଟିକେଟ୍ରେ ଉଲ୍ଲେଖ ନମ୍ବର ଅନୁଯାୟୀ ନିଜ ନିଜ ଗେଟ୍ ଦେଇ ଭିତରକୁ ଯିବେ ଦର୍ଶକ।
ବାରବାଟୀ ମୁକାବିଲା ପାଇଁ ୬୨ ପ୍ଲାଟୁନ ପୁଲିସ୍ ଫୋର୍ସ ମୁତୟନ ହୋଇଛନ୍ତି। ୩ ଡିସିପି, ୭ ଅତିରିକ୍ତ ଡିସିପି, ୩୨ ଜଣ ଏସିପି, ୪୫ ଜଣ ଇନ୍ସପେକ୍ଟର ଓ ୨୭୦ ଜଣ ଏସ୍ଆଇ ଓ ଏଏସ୍ଆଇ ରାଙ୍କର ଅଧିକାରୀଙ୍କ ଉପରେ ସୁରକ୍ଷା ଦାୟିତ୍ୱ ନ୍ୟସ୍ତ ରହିଛି।
ଏଥିସହ ୧୧୩ ଜଣ ଟ୍ରାଫିକ ପୁଲିସ, ୪୩ ଜଣ ମହିଳା କନଷ୍ଟେବଲ୍ ଓ ୧୭୦ ଜଣ ହୋମଗାର୍ଡ ମଧ୍ୟ ରହିବେ। ମ୍ୟାଚ୍ ପାଇଁ ତିନି ଥାକିଆ ସୁରକ୍ଷା ବ୍ୟବସ୍ଥା କରାଯାଇଥିବା କଟକ ଡିସିପି କହିଛନ୍ତି। ଗାଡ଼ି ପାର୍କିଂ ପାଇଁ ବାଲିଯାତ୍ରା ପଡ଼ିଆରେ ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟ କରାଯାଇଛି।

About Author

indadmin

indadmin

Related Articles

Archives

Calendar

December 2024
M T W T F S S
 1
2345678
9101112131415
16171819202122
23242526272829
3031