Indus Valley Times

ଆଜି ବାହୁଡିବେ ମହାପ୍ରଭୁ: ୪ଟାରେ ଗଡ଼ିବ ରଥ, ଶ୍ରୀମନ୍ଦିର ସାମ୍ନାରେ ସନ୍ଧ୍ୟା ପୂର୍ବରୁ ପହଞ୍ଚିବେ ଶ୍ରୀଜିଉ

 Breaking News

ଆଜି ବାହୁଡିବେ ମହାପ୍ରଭୁ: ୪ଟାରେ ଗଡ଼ିବ ରଥ, ଶ୍ରୀମନ୍ଦିର ସାମ୍ନାରେ ସନ୍ଧ୍ୟା ପୂର୍ବରୁ ପହଞ୍ଚିବେ ଶ୍ରୀଜିଉ

ଆଜି ବାହୁଡିବେ ମହାପ୍ରଭୁ: ୪ଟାରେ ଗଡ଼ିବ ରଥ, ଶ୍ରୀମନ୍ଦିର ସାମ୍ନାରେ ସନ୍ଧ୍ୟା ପୂର୍ବରୁ ପହଞ୍ଚିବେ ଶ୍ରୀଜିଉ
July 09
10:26 2022

ପୁରୀ,୯/୭: ଜନ୍ମବେଦୀରେ ସରିଲା ମହାପ୍ରଭୁଙ୍କ ଲୀଳାଖେଳା। ନବଦିନାତ୍ମକ ଯାତ୍ରା କରି ଭକ୍ତଜନଙ୍କୁ ଆଡ଼ପ ମଣ୍ଡପରେ ଦୁର୍ଲଭ ଦର୍ଶନ ଦେଇ ଆଜି ଶ୍ରୀଜିଉ ଫେରିବେ ଶ୍ରୀମନ୍ଦିର।
ଭୋର୪ଟାରୁ ଠାକୁରଙ୍କ ନୀତିକାନ୍ତି ଆରମ୍ଭ ହୋଇଥିବା ବେଳେ ମଧ୍ୟାହ୍ନ ୧୨ଟାରେ ପହଣ୍ଡି ସରିବାର ନୀତି ନିର୍ଦ୍ଧାରଣ ହୋଇଛି। ଏହାପରେ ସାଢ଼େ ୨ଟାରେ ଛେରାପହଁରା ଓ ଅପରାହ୍ନ ୪ଟାରେ ରଥଟଣା ପାଇଁ ନୀତି ନିର୍ଘଣ୍ଟ ହୋଇଛି।
ତେବେ ତାର ବହୁ ପୂର୍ବରୁ ଏସବୁ ନୀତି ସାରିବାକୁ ଚାଲିଛି ପ୍ରସ୍ତୁତି। ଆସନ୍ତାକାଲି ରଥଉପରେ ଅନୁଷ୍ଠିତ ହେବ ଶ୍ରୀଜିଉଙ୍କ ସୁନାବେଶ।
କୋଭିଡ୍ କଟକଣା ଯୋଗୁ ଦୁଇବର୍ଷ ଧରି ଭକ୍ତ ମହାପ୍ରଭୁଙ୍କ ରାଜରାଜେଶ୍ୱରର ବେଶ ଦର୍ଶନରୁ ବଞ୍ଚିତ ଥିଲେ। ତେଣୁ ଏବର୍ଷ ପୁରୀକୁ ପ୍ରବଳ ଜନସମାଗମ ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଏଥର ରାତି ଗୋଟାଏ ଯାଏଁ ଦର୍ଶନ ବ୍ୟବସ୍ଥା କରାଯାଇଛି।
ଏଥିସହ ସୁନାବେଶ ସମୟରେ ଯେପରି ବିଗ୍ରହମାନଙ୍କ ସମ୍ମୁଖରେ କୌଣସି ସେବାୟତ ରହିବେ ନାହିଁ ବୋଲି ନିଷ୍ପତ୍ତି ହୋଇଛି। ସୋମବାର ରଥ ଉପରେ ଅଧରପଣା ଓ ମଙ୍ଗଳବାର ନୀଳାଦ୍ରିବିଜେ କରି ଶ୍ରୀମନ୍ଦିର ବାହୁଡ଼ିବେ ଚତୁର୍ଦ୍ଧାମୂର୍ତ୍ତି।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031