Indus Valley Times

ଆଜି ରାଜ୍ୟରେ ୨୦୦ ଟପିଲା ନୂଆ ସଂକ୍ରମିତଙ୍କ ସଂଖ୍ୟା: ଗତ ୨୪ ଘଣ୍ଟା ମଧ୍ୟରେ ୨୦୪ କରୋନା ପଜିଟିଭ

 Breaking News

ଆଜି ରାଜ୍ୟରେ ୨୦୦ ଟପିଲା ନୂଆ ସଂକ୍ରମିତଙ୍କ ସଂଖ୍ୟା: ଗତ ୨୪ ଘଣ୍ଟା ମଧ୍ୟରେ ୨୦୪ କରୋନା ପଜିଟିଭ

ଆଜି ରାଜ୍ୟରେ ୨୦୦ ଟପିଲା ନୂଆ ସଂକ୍ରମିତଙ୍କ ସଂଖ୍ୟା: ଗତ ୨୪ ଘଣ୍ଟା ମଧ୍ୟରେ ୨୦୪ କରୋନା ପଜିଟିଭ
July 01
10:11 2022

ଭୁବନେଶ୍ୱର ,୧/୭ : ରାଜ୍ୟରେ ଉପର ମୁହାଁ କରୋନା ଗ୍ରାଫ୍ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୦୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୧୯ ଜଣ କ୍ୱାରେଣ୍ଟାଇନ୍ରୁ ରହିଥିବା ବେଳେ ୮୫ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ।
ସେହିଭଳି ୧୮ ବର୍ଷ ବୟସ ମଧ୍ୟରେ ୧୮ ଜଣ ସଂକ୍ରମିତ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୯୯୬୧କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି ।
ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ବାଲେଶ୍ୱର ଜିଲ୍ଲାରୁ ୮ଜଣ, ଭଦ୍ରକ ଜିଲ୍ଲାରୁ ୩ଜଣ, କଟକ ଜିଲ୍ଲାରୁ ୩୮ଜଣ, ଦେଓଗଡ଼ ଜିଲ୍ଲାରୁ ୩ଜଣ, ଢେଙ୍କାନାଳ ଜିଲ୍ଲାରୁ ଜଣେ, ଜଗତସିଂହପୁର ଜିଲ୍ଲାରୁ ୨ଜଣ, ଯାଜପୁର ଜିଲ୍ଲାରୁ ଜଣେ, କନ୍ଧମାଳ ଜିଲ୍ଲାରୁ ଜଣେ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୨ଜଣ, କେନ୍ଦୁଝର ଜିଲ୍ଲାରୁ ଜଣେ, ଖୋର୍ଦ୍ଧା ଜିଲ୍ଲାରୁ ୮୬ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୫ଜଣ, ନୟାଗଡ଼ ଜିଲ୍ଲାରୁ ଜଣେ, ନୂଆପଡ଼ା ଜିଲ୍ଲାରୁ ୪ଜଣ, ପୁରୀ ଜିଲ୍ଲାରୁ ୫ଜଣ, ସମ୍ବଲପୁର ଜିଲ୍ଲାରୁ ୩ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୧୮ଜଣ, ଷ୍ଟେଟ ପୁଲ୍ରୁ ୨୨ଜଣ ରହିଛନ୍ତି ।
ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୨୮୯୯୬୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୮୭୨ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୨୭୯୯୧୦ଜଣ ସୁସ୍ଥ ହୋଇଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୩୨୦୯୭୪୮୧ସାମ୍ପୁଲ ଟେଷ୍ଟ୍ ହୋଇଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031