Legatus

ଆଜି ଲୋକାର୍ପଣ ହେବ ସମଲେଇ ପ୍ରକଳ୍ପ; ୯ଟାରୁ ୨ଟା ପର୍ଯ୍ୟନ୍ତ ଭକ୍ତଙ୍କ ପାଇଁ ବନ୍ଦ ରହିବ ସାଧାରଣ ଦର୍ଶନ

 Breaking News

ଆଜି ଲୋକାର୍ପଣ ହେବ ସମଲେଇ ପ୍ରକଳ୍ପ; ୯ଟାରୁ ୨ଟା ପର୍ଯ୍ୟନ୍ତ ଭକ୍ତଙ୍କ ପାଇଁ ବନ୍ଦ ରହିବ ସାଧାରଣ ଦର୍ଶନ

ଆଜି ଲୋକାର୍ପଣ ହେବ ସମଲେଇ ପ୍ରକଳ୍ପ; ୯ଟାରୁ ୨ଟା ପର୍ଯ୍ୟନ୍ତ ଭକ୍ତଙ୍କ ପାଇଁ ବନ୍ଦ ରହିବ ସାଧାରଣ ଦର୍ଶନ
January 27
09:30 2024

ସମ୍ବଲପୁର,୨୭/୧: ବହୁ ପ୍ରତିକ୍ଷିତ ପଶ୍ଚିମ ଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀ ସମ୍ବଲପୁରର ମା’ ସମଲେଶ୍ୱରୀଙ୍କ ପରିକ୍ରମା ପ୍ରକଳ୍ପର ଶନିବାର ଲୋକାର୍ପିତ ହେବ।
ମଧ୍ୟାହ୍ନ ସାଢ଼େ ୧୨ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଭବ୍ୟ ପ୍ରକଳ୍ପର ଉନ୍ମୋଚନ କରିବେ। ଏନେଇ ସକାଳ ୯ଟାରୁ ହୋମ ଯଜ୍ଞ ଆରମ୍ଭ ହେବା ସହ ମା’ଙ୍କୁ ଅରାଧନା କରାଯିବ। ଫଳରେ ୯ଟାରୁ ୨ଟା ପର୍ଯ୍ୟନ୍ତ ଭକ୍ତଙ୍କ ପାଇଁ ଦର୍ଶନ ବନ୍ଦ ରହିଛି।
ଲୋକାର୍ପଣ ପରିପ୍ରେକ୍ଷୀରେ ଚାରି ଦ୍ୱାର ଓ ମନ୍ଦିର ସମ୍ମୁଖରେ ହୋମ ଯଜ୍ଞ ଓ ଚଣ୍ଡୀପାଠ କିଛି ସମୟ ମଧ୍ୟରେ ଆରମ୍ଭ ହୋଇଯିବ।
ପଣ୍ଡିତ ମହେନ୍ଦ୍ର ପୂଜାହାରୀଙ୍କ ନେତୃତ୍ୱରେ ୩୦ଜଣ ପଣ୍ଡିତ ଏହି ପୂଜାକାର୍ଯ୍ୟ ସମ୍ପାଦନ କରିବେ। ସନ୍ଧ୍ୟାରେ ମହାନଦୀ ଆଳତି ହେବ। ଏଥିରେ ସମ୍ବଲପୁର ଓ ଛତିଶଗଡ଼ ଚନ୍ଦ୍ରହାସୀନି ପୀଠର ୧୪ଜଣ ପଣ୍ଡିତ ମହାନଦୀ ଆଳତିରେ ସାମିଲ ହେବାର କାର୍ଯ୍ୟ କ୍ରମ ରହିଛି।

About Author

indadmin

indadmin

Related Articles

Archives

Calendar

March 2025
M T W T F S S
 12
3456789
10111213141516
17181920212223
24252627282930
31