Indus Valley Times

ଆଜି ଲୋକ ସଭାଭବନରେ ପାଳିତ ହେଲା ମାଣ୍ଡିଆ ଦିବସ

 Breaking News

ଆଜି ଲୋକ ସଭାଭବନରେ ପାଳିତ ହେଲା ମାଣ୍ଡିଆ ଦିବସ

ଆଜି ଲୋକ ସଭାଭବନରେ ପାଳିତ ହେଲା ମାଣ୍ଡିଆ ଦିବସ
November 10
15:50 2022

ଭୁବନେଶ୍ୱର ୧୦/୧୧: ଆଜି ଲୋକ ସଭାଭବନରେ ପାଳିତ ହୋଇଯାଇଛି ମାଣ୍ଡିଆ ଦିବସ । ସାରା ରାଜ୍ୟରେ ପ୍ରଥମ ଥର ପାଇଁ ମାଣ୍ଡିଆ ଦିବସ ପାଳନ କରାଯାଉଛି ।
ମାଣ୍ଡିଆକୁ ପ୍ରୋତ୍ସାହନ ଦେବା ପାଇଁ ରାଜ୍ୟସରକାର ମିଲେଟ ମିଶନ ଆରମ୍ଭ କରାଯାଇଥିଲା । ୪ଲକ୍ଷ କୁଇଣ୍ଟାଲ ସଂଗ୍ରହ କରିବାକୁ ଲକ୍ଷ୍ୟ କରାଯାଉଛି । ୧୫ ଟି ଜିଲ୍ଲାର ୮୫ ଟି ବ୍ଲକରେ ମଣ୍ଡିଆ ସଂଗ୍ରହ କରାଯାଉଛି ।
ମିଲେଟ ମିଶନ ୨୦୩୬ ମସିହା ପର‌୍ୟ୍ୟନ୍ତ ୨୦୦୮ କୋଟି ଟଙ୍କା ଖର୍ଚ୍ଚ ହେବ। ପୃଷ୍ଟି ଶସ୍ୟ ଖାଦ୍ୟର ପ୍ରଚାର ପ୍ରସାର ସହିତ ମାଣ୍ଡିଆ ଚାଷ କରିବାକୁ ମିଲେଟ ମିଶନ ଲକ୍ଷ୍ୟ। ୧୫ ଟି ଜିଲ୍ଲାରେ ପିଡ଼ିଏସ ମାଧ୍ୟମରେ ମଣ୍ଡିଆ ସରକାର ଯୋଗାଉଛନ୍ତି । ରାଜ୍ୟ ସରକାରଙ୍କ ମିଲେଟ ମିଶନ କେନ୍ଦ୍ର ସରକାର ଭୁରି ପ୍ରଶଂସା କରିଥିବା ବେଳେ ଜାତିସଂଘର ମାନ୍ୟତା ମିଳିଛି।
ଏହି ମଣ୍ଡିଆ ଦିବସରେ ମୁଖ୍ୟମନ୍ତ୍ରୀ ଭଚୁଆଲ ମାଧ୍ୟମରେ ମୁଖ୍ୟଅତିଥି ଭାବେ ଯୋଗ ଦେଇଥବା ବେଳେ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ବାସନ୍ତୀ ହେମ୍ରମ, ଅନୁସୂଚିତ ଜାତି ଓ ଜନଜାତି ମନ୍ତ୍ରୀ ଜଗନ୍ନାଥ ସାରକା ଏବଂ ଉନ୍ନୟନ କମିଶନର ପ୍ରଦୀପ ଜେନା, ମିଃଶନ ଶକ୍ତିର ସଚିବ ସୁଜାତା କାର୍ତ୍ତିକେୟନ ପ୍ରମୁଖ ଯୋଗ ଦେଇଥିଲେ। ମିଲେଟ ମିଶନ ସରକାରଙ୍କ ଯୋଜନା ଏହା ଲୋକଙ୍କ ଯୋଜନା ।
ମାଣ୍ଡିଆ ଦିବସରେ ମୁଖ୍ୟମନ୍ତ୍ରୀ ଭରଚୁଆଲ ମାଧ୍ୟମରେ ଯୋଗ ଦେଇ କହିଛନ୍ତିଯେଷ ମଣ୍ଡିଆ ହେଉଛି ପୃଷ୍ଠିର ଭଣ୍ଡାର । ଗରିବ ଲୋକଙ୍କ ଉନ୍ନତି, ଲୋକଙ୍କୁ ପୃଷ୍ଟି ସାର ଖାଦ୍ୟ ଯୋଗାଇଵା ମିଲେଟ ମିଶନ ଲକ୍ଷ ।
ଆଗରୁ ୧୯ଟି ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିଲା ଏବେ ରାଜ୍ୟର ସବୁ ଜିଲ୍ଲାରେ ମିଲେଟ ମିଶନ କାର୍ଯ୍ୟକାରୀ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଏହି ୨ ଲକ୍ଷ ଚାଷୀ, ୧୨ଶହ ମିଶନ ଶକ୍ତି ଗ୍ରୁପ ସାମିଲ ହୋଇଛନ୍ତି।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031