Indus Valley Times

ଆଜି ହେଉଛି ଋତୁସ୍ରାବ ସ୍ୱଚ୍ଛତା ଦିବସ

 Breaking News

ଆଜି ହେଉଛି ଋତୁସ୍ରାବ ସ୍ୱଚ୍ଛତା ଦିବସ

ଆଜି ହେଉଛି ଋତୁସ୍ରାବ ସ୍ୱଚ୍ଛତା ଦିବସ
May 28
08:33 2025

ନୂଆଦିଲ୍ଲୀ, ୨୮/୫ : ଋତୁସ୍ରାବ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ମେ’ ମାସ ୨୮ ତାରିଖକୁ ମାସିକ ୠତୁସ୍ରାବ ସ୍ୱଚ୍ଛତା ଦିବସ ଭାବେ ପାଳନ କରାଯାଉଛି। ଋତୁସ୍ରାବ ଜନିତ ସ୍ୱଚ୍ଛତାକୁ ଗୁରୁତ୍ୱ ଦେବା ହେଉଛି ଏହାର ପ୍ରମୁଖ ଲକ୍ଷଣ। ଜର୍ମାନର ଏକ ବେସରକାରୀ ସଂସ୍ଥା ଓ୍ୱାସ୍ ୟୁନାଇଟେଡ୍ଦ୍ୱାରା ଏହା ୨୦୧୪ ମସିହାରେ ଆରମ୍ଭ କରାଯାଇଥିଲା। ତେବେ ଏ କ୍ଷେତ୍ରରେ ସଚେତନ ସୃଷ୍ଟି କରିବାକୁ ପ୍ରଥମ ଥର ପାଇଁ ଅଣ୍ଟା ଭିଡ଼ିଥିଲେ ଜର୍ମାନର କେତେକ ବେସରକାରୀ ସଂଗଠନ।
ବିଶ୍ୱବ୍ୟାପୀ ମହିଳା ଓ ଝିଅମାନଙ୍କୁ ଏହି ସମ୍ବନ୍ଧୀୟ ସୁବିଧା ସୁଯୋଗ ଯୋଗାଇବା ଥିଲା ଏହାର ମୂଳ ଉଦ୍ଦେଶ୍ୟ। ଋତୁସ୍ରାବ ସ୍ୱଚ୍ଛତା ଦିବସକୁ ୨୭୦ରୁ ଅଧିକ ବିଶ୍ୱ ଭାଗୀଦାରିର ସମର୍ଥନ ପ୍ରାପ୍ତ ହୋଇସାରିଛି। ତେବେ ପ୍ରତ୍ୟକ ବର୍ଷ ଏହି ଦିବସରେ ଝିଅମାନଙ୍କୁ ନେଇ ଏକ କାର‌୍ୟ୍ୟକ୍ରମର ଆୟୋଜନ କରାଯାଇଥାଏ। ଯେଉଁଥିରେ ଋତୁ ସ୍ରାବ ସମୟରେ କିପରି ସଚେତନ ହେବେ ଏବଂ ନିଜ ସ୍ୱାସ୍ଥ୍ୟର ଯତ୍ନ ନେବେ ସେ ନେଇ ଅଧିକ ବିବରଣୀ ପ୍ରଦାନ କରାଯାଇଥାଏ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031