Indus Valley Times

ଆଜି ହେଉଛି ଓଡ଼ିଆ ମାନଙ୍କ ତଥା ପ୍ରତିଟି ଗରିବ ଓ ଧନି ବ୍ୟକ୍ତି ଙ୍କ ପ୍ରଥମ ପସନ୍ଦ ଥିବା ପଖାଳ ଦିବସ

 Breaking News

ଆଜି ହେଉଛି ଓଡ଼ିଆ ମାନଙ୍କ ତଥା ପ୍ରତିଟି ଗରିବ ଓ ଧନି ବ୍ୟକ୍ତି ଙ୍କ ପ୍ରଥମ ପସନ୍ଦ ଥିବା ପଖାଳ ଦିବସ

ଆଜି ହେଉଛି ଓଡ଼ିଆ ମାନଙ୍କ ତଥା ପ୍ରତିଟି ଗରିବ ଓ ଧନି ବ୍ୟକ୍ତି ଙ୍କ ପ୍ରଥମ ପସନ୍ଦ ଥିବା ପଖାଳ ଦିବସ
March 20
10:03 2025

ଭୁବନେଶ୍ୱର, ୨୦/୩ : ଆଜି ହେଉଛି ଓଡ଼ିଆ ମାନଙ୍କ ତଥା ପ୍ରତିଟି ଗରିବ ଓ ଧନି ବ୍ୟକ୍ତି ଙ୍କ ପ୍ରଥମ ପସନ୍ଦ ଥିବା ପଖାଳ ଦିବସ। ଯେତେବେଳେ କଥା ଖାଦ୍ୟ ର ଆସେ ସେ ଧନୀ ହେଉ କିମ୍ବା ଗରିବ , ଖରା ହେଉ କିମ୍ବା ଶୀତ ଅଥବା ଦିନ ହେଉ କି ରାତି ପ୍ରତ୍ୟେକ ଟି ଓଡ଼ିଆର ପ୍ରଥମ ପସନ୍ଦ ହୋଇଥାଏ ପଖାଳ। ପ୍ରତ୍ୟେକ ଓଡ଼ିଆ ମାନକ ଗର୍ବ ଏବଂ ସ୍ୱାଭିମାନ ହେଉଛି ପଖାଳ। ପଖାଳ ଖାଇ ସମସ୍ତେ କୁହନ୍ତି ମୁଁ ଓଡ଼ିଆ ମୋ ପଖାଳ ଭାରି ବଢିଆ।
ପଖାଳ କେବଳ ଯେ ଲୋକ ମାନଙ୍କ ପସନ୍ଦ ତାହା ନୁହଁ ଏଥିରେ ରହିଛି ଅନେକ ପ୍ରକାରର ଔଷଧୀୟ ଗୁଣ ଯେମିତି କି ପଖାଳକୁ ଖାଇଲେ ଖରାଦିନେ ଅଂଶୁଘାତ ହେବାର ସମ୍ଭାବନା କମ ଥାଏ। ଏହାସହ ପେଟ ଥଣ୍ଡା ରହିବା ସହ ଆତ୍ମସନ୍ତୋଷ ମିଳିଥାଏ।
ଅଧିକାଂଶ ପଖାଳର ଚାହିଦା ବଢ଼ିଯାଏ ଖରା ଦିନେ। ପ୍ରତ୍ୟେକଟି ଲୋକ ଖରାଦିନେ ମୁଖ୍ୟତଃ ପଖାଳ ଖାଇବା ପାଇଁ ପସନ୍ଦ କରିଥାନ୍ତି। ଏବେ ଖରାକୁ ଦେଖି ଡାକ୍ତର ମାନେ ମଧ୍ୟ ସାଧାରଣ ଲୋକଙ୍କୁ ଅଂଶୁଘାତ ପ୍ରତିଷେଧକ ଭାବେ ପଖାଳ ଖାଇବା ପାଇଁ ପରାମର୍ଶ ଦେଉଛନ୍ତି। ତେଣୁ ଏବେ ରାସ୍ତା କଡ ରୁ ନେଇ ଇ/ମ ରେଷ୍ଟୁରାଣ୍ଟ ପର‌୍ୟ୍ୟନ୍ତ ସବୁଠାରେ ପଖାଳ ଖାଇବା ପାଇଁ ମିଳୁଚି। କେବଳ ଯେ ପଖାଳକୁ ଲୋକ ରେଷ୍ଟୁରାଣ୍ଟ ଏବଂ ରାସ୍ତା କଡ ଠେଲା ଗାଡ଼ିରେ ଖାଉଛନ୍ତି ତାହା ନୁହଁ ଆଜି ଖାଇ ପଖାଳ ବିଶ୍ଵଦରବାରରେ ଏହାର ଗୁଣ ଗାନ କରୁଛନ୍ତି।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930