Indus Valley Times

ଆଜି ହେଉଛି ତ୍ୟାଗ ଓ ବଳିଦାନର ପର୍ବ ଇଦ୍‌- ଉଲ- ଜୁହା : କରେନା ପାଇଁ ନିରାଡମ୍ବରରେ ପାଳନ

 Breaking News

ଆଜି ହେଉଛି ତ୍ୟାଗ ଓ ବଳିଦାନର ପର୍ବ ଇଦ୍‌- ଉଲ- ଜୁହା : କରେନା ପାଇଁ ନିରାଡମ୍ବରରେ ପାଳନ

ଆଜି ହେଉଛି ତ୍ୟାଗ ଓ ବଳିଦାନର ପର୍ବ ଇଦ୍‌- ଉଲ- ଜୁହା : କରେନା ପାଇଁ ନିରାଡମ୍ବରରେ ପାଳନ
July 21
09:45 2021

ଭଦ୍ରକ ୨୧/୭ : ଆଜି ହେଉଛି ତ୍ୟାଗ ଓ ବଳିଦାନର ପର୍ବ ଇଦ୍‌- ଉଲ- ଜୁହା । ଭଦ୍ରକ ସହରରେ ସମ୍ପୂର୍ଣ୍ଣ ନିରାଡ଼ମ୍ବର ସହ ପାଳନ କରାଯାଉଛି । କରୋନା କଟକଣା ପାଇଁ ଜାରି ହୋଇଥିବା କଟକଣା ପାଇଁ ଧାର୍ମିକ କାର୍ଯ୍ୟକ୍ରମ ଉପରେ ମଧ୍ୟ କଟକଣା ଲଗାଯାଇଛି । ତେଣୁ ବୁଧବାର ଏହି ବଳିଦାନର ପର୍ବକୁ ମୁସଲିମ ଧର୍ମାବଲମ୍ବୀ ମାନେ ପ୍ରଶାସନ ର ନିର୍ଦ୍ଦେଶ ଏବଂ ଚଉଦ ମହଲା ମୁସଲିମ ଜମାତର ଅନୁରୋଧ କ୍ରମେ ସାମାଜିକ ଦୂରତା ରଖି ଇଦଗାହ ଓ ମସଜିଦରେ ନମାଜ ପାଠ କରିଛନ୍ତି ।
ବିଶେଷ କରି ଇଦଗାହ ଓ ମସଜିଦରେ ୫ ଜଣ କରି ମୁସଲିମ ଧର୍ମାବଲମ୍ବୀ ମାନେ ଆସି ନମାଜ ପାଠ କରିଛନ୍ତି । ଅନ୍ୟମାନେ ନିଜ ନିଜ ଘରେ ରହି ନମାଜ ପାଠ କରିଥିବା ଲକ୍ଷ କରାଯାଇଛି । ତେବେ ଭଦ୍ରକ ସହରରେ ଥିବା ଇଦଗାହରେ ଆଜିର ଦିନରେ ହଜାର ହଜାର ମୁସଲମାନ ସମୂହ ନମାଜ ପାଠ କରିବାକୁ ଥିବା ବେଳେ ଆଜି ମାତ୍ର ପାଞ୍ଚ ଜଣରେ ସୀମିତ ରହିଥିଲା ନମାଜ ପାଠ ।
ତେବେ ନିରାଡ଼ମ୍ବର ଭାବେ ଏହି ପର୍ବ ପାଳନ କରାଯାଇଥିଲେ ମଧ୍ୟ ସମସ୍ତେ ନୂଆ ବସ୍ତ୍ର ପରିଧାନ କରି ନିଜ ନିଜ ଘରେ ରହି ଏହି ପର୍ବ କୁ ପାଳନ କରିଛନ୍ତି । ସେହିପରି ପୋଲିସ ପ୍ରଶାସନ ପକ୍ଷରୁ ପର୍ବକୁ ଶୃଙ୍ଖଳିତ କରିବା ପାଇଁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031