Indus Valley Times

ଆଜି ହେଉଛି ପବିତ୍ର ମକର ସଂକ୍ରାନ୍ତି : ମନ୍ଦିର ମାନଙ୍କରେ ଶ୍ରଦ୍ଧାଳୁଙ୍କର ଭିଡ଼

 Breaking News

ଆଜି ହେଉଛି ପବିତ୍ର ମକର ସଂକ୍ରାନ୍ତି : ମନ୍ଦିର ମାନଙ୍କରେ ଶ୍ରଦ୍ଧାଳୁଙ୍କର ଭିଡ଼

ଆଜି ହେଉଛି ପବିତ୍ର ମକର ସଂକ୍ରାନ୍ତି : ମନ୍ଦିର ମାନଙ୍କରେ ଶ୍ରଦ୍ଧାଳୁଙ୍କର ଭିଡ଼
January 14
10:56 2023

ଭୁବନେଶ୍ୱର,୧୪/୧: ଆଜି ହେଉଛି ପବିତ୍ର ମକର ସଂକ୍ରାନ୍ତି। ଏହି ଅବସରରେ ସାରା ରାଜ୍ୟ ଉତ୍ସବମୁଖର ହୋଇପଡ଼ିଛି। ପୂର୍ବଠାରୁ ପଶ୍ଚିମ ଓ ଉତ୍ତରରୁ ଦକ୍ଷିଣ ଓଡ଼ିଶା ଯାଏ ସବୁଠି ଭିନ୍ନ ଭିନ୍ନ ଢଙ୍ଗରେ ପାଳିତ ହେଉଛି ଏହି ପର୍ବ। ଆଜି ସକାଳେ ଘରେ ଠାକୁରଙ୍କ ପାଖରେ ମକର ଚାଉଳ ଭୋଗ କରାଯାଉଛି।
ମକର ସଂକ୍ରାନ୍ତି ଉପଲକ୍ଷେ ଆଜି ଶ୍ରୀମନ୍ଦିରରେ ସକାଳୁ ସକାଳୁ ଭକ୍ତଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି। ଏଣେ ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ପରେ ମହାପ୍ରଭୁଙ୍କ ମକର ନୀତି ଅନୁଷ୍ଠିତ ହେବ। ଶ୍ରୀଜିଉ ମକର ଚୌରାଅଶି ବେଶରେ ଦର୍ଶନ ଦେବେ ଶ୍ରୀଜିଉ। ଗୁଡ଼ିଆମାନେ ଫେଣା, ଶାକର ଆଣି ମକର ଭୋଗ ପ୍ରସ୍ତୁତ କରିବେ। ଏହାସହିତ ମହାବାହୁଙ୍କ ଶ୍ରୀଚରଣରେ ବିଶ୍ୱର ସର୍ବବୃହତ ନଳୀ ପାନ ଅର୍ପଣ କରାଯିବାର ବିଧି ରହିଛି।
ଏଣେ ମୟୂରଭଞ୍ଜ ଜିଲ୍ଲାର ଲୋକେ ଏହାକୁ ଗଣପର୍ବ ଭାବେ ପାଳନ କରୁଛନ୍ତି। ଏହି ଜିଲ୍ଲାର ଲୋକେ ନୂଆ ପୋଷାକ ପିନ୍ଧିବା ସହ ଘରେ ପିଠାପଣା କରୁଛନ୍ତି। ପିଠା ପଣା ଖାଇ ମାଦଳ ବାଜାର ତାଳେ ତାଳେ ନୃତ୍ୟ କରିଥାନ୍ତି ଏମାନେ। ସେହିପରି ଏଠାରେ କୁକୁଡ଼ା ଲଢେଇ ଓ ଲାଖ ବିନ୍ଧା ପ୍ରତିଯୋଗିତା ବି ଆୟୋଜିତ ହୋଇଥାଏ।
ମକର ସଂକ୍ରାନ୍ତି ଅବସରରେ ବାଲୁଗାଁର ପ୍ରସିଦ୍ଧ କାଳିଜାଇଙ୍କ ପୀଠରେ ବି ମକର ମେଳା ପାଇଁ ଲୋକଙ୍କ ଭିଡ଼ ଜମିଛି। ତେଣେ ଘଟଗାଁରେ ମା ତାରିଣୀଙ୍କ ଦର୍ଶନ ଲାଗି ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହୋଇଛି। ଖୋର୍ଦ୍ଧା ଜିଲ୍ଲା ଅଟ୍ରିର ହଟ୍ଟକେଶରଙ୍କ ପ୍ରସିଦ୍ଧ ମକର ଯାତ୍ରା ଆରମ୍ଭ ହୋଇଛି। ତେଣେ ଦକ୍ଷିଣ ଓଡ଼ିଶାରେ ଆଜି ଭୋଗି ପର୍ବ ପାଳିତ ହେଉଛି।
ସମ୍ବଲପୁର ଜିଲ୍ଲା ବାମରା ବ୍ଲକ ମହକୁମାରେ ମକର ମେଳା ଶନିବାର ପାଳିତ ହେବାକୁ ଯାଉଛି। ଉଚ୍ଚକାପାଟ ପଞ୍ଚାୟତ କେଛୁପାଣି ଗ୍ରାମ ସ୍ଥିତ ଶ୍ରୀ ଶ୍ରୀ ଧବଳେଶ୍ଵର ଶିବ ମନ୍ଦିରରୁ ଏହି ମେଳାର ଶୁଭାରମ୍ଭ ହେବ। ହର ମହାପ୍ରଭୁ ଏକ ସୁସଜ୍ଜିତ ରଥରେ ନୁନିଆମୁଣ୍ଡା, ଡୁମେରମୁଣ୍ଡା, ବାମରା ବସ୍ତି, ବସଷ୍ଟାଣ୍ଡ, ବ୍ଲକ ଛକ, ଗୁଣ୍ଡିଚା ମନ୍ଦିର ଦେଇ ୮ କିମି ରାସ୍ତା ପାରି ହୋଇ ପହଞ୍ଚିବେ ଗୋବିନ୍ଦପୁର ମକର ମେଳଣ ପଡ଼ିଆରେ। ସକାଳ ୧୦ଟାରୁ ଶୋଭାଯାତ୍ରାରେ ଭକ୍ତମାନେ ସାମିଲ ହୋଇ ରଥ ଟାଣିବେ। ଘଣ୍ଟ ବାଦ୍ୟ, ଦୁଲଦୁଲି, ଆଦିବାସୀ କିଷାନ ନୃତ୍ୟ ସମେତ ବିଭିନ୍ନ ଗାଁ’ରୁ ଆସିଥିବା ସଂପ୍ରଦା ମଣ୍ଡଳୀ, କୀର୍ତ୍ତନ ମଣ୍ଡଳୀ ଓ କୃଷ୍ଣଗୁରୁ ଦଳ ଏଥିରେ ସାମିଲ ହେବେ। ପରେ ବାମରା ଜଗନ୍ନାଥ ମନ୍ଦିରରୁ ପ୍ରଭୁ ଜଗନ୍ନାଥ ମଦନ ମୋହନ ବେଶରେ ହରି ମହାପ୍ରଭୁ ରଥାରୁଢ ହୋଇ ପହଞ୍ଚିବେ ମେଳଣ ପଡ଼ିଆକୁ। ହରିହର ମିଳନ ପରେ ଶ୍ରଦ୍ଧାଳୁମାନେ ମକର ବସିବେ। ଏହି ଯାତ୍ରା ୭ ଦିନ ଧରି ହେବାକୁ ଥିବାରୁ ବାମରା ସଂପୂର୍ଣ୍ଣ ଉତ୍ସବମୁଖର ହୋଇଉଠିଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031